ETV Bharat / state

ମନ୍ଦିର ସାମନାରୁ ମହିଳାଙ୍କ ଗଳାରୁ ସୁନା ଚେନ ଝାମ୍ପି ନେଲେ ଦୁର୍ବୃତ୍ତ - ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଲା ଦୁର୍ବୃତ୍ତ

ଭଦ୍ରକ ସହରର ଗୋପବନ୍ଧୁ ନଗରରେ ରହୁଥିବା ସସ୍ମିତା ସୁତାର ନାମକ ଜଣେ ମହିଳାଙ୍କ ଗଳାରୁ ସୁନା ଚେନ ଝାମ୍ପି ନେଇଛନ୍ତି ଲୁଟେରା । ଅଧିକ ପଢନ୍ତୁ...

ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଲା ଦୁର୍ବୃତ୍ତ

author img

By

Published : Apr 10, 2021, 4:00 PM IST

ଭଦ୍ରକ: ବନ୍ତ ଛକ ପରେ ଭଦ୍ରକ ବାଇପାସ ଠାରେ ସ୍ପଷ୍ଟ ଦିବାଲୋକରେ ପୁଣି ଲୁଟ ହୋଇଛି । ପୋଲିସକୁ ଚ୍ୟାଲେଞ୍ଜ ଦେଇ ଲୁଟେରା କରୁଛନ୍ତି ଲୁଟ । ହେଲେ ଲୁଟେରାଙ୍କ ସୁରାକ ପାଉନାହିଁ ପୋଲିସ । ଯାହାକି ପୋଲିସର ନିଦ ହଜାଇ ଦେଇଛି । ଖବର ଅନୁଯାୟୀ ଭଦ୍ରକ ସହର ବାଇପାସ ଜଗନ୍ନାଥ ମନ୍ଦିର ନିକଟରେ ଲୁଟ ହୋଇଥିବା ଜଣା ପଡ଼ିଛି । ସହରର ଗୋପବନ୍ଧୁ ନଗରରେ ରହୁଥିବା ସସ୍ମିତା ସୁତାର ଝିଅକୁ ଟିଉସନରୁ ନେବାକୁ ଆସିଥିବା ବେଳେ ଦୁଇ ଜଣ ଲୁଟେରା ବାଇକରେ ଆସି ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ପଳାଇଛନ୍ତି । ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ବାଇପାସ ଜଗନ୍ନାଥ ମନ୍ଦିର ନିକଟରେ ଏହି ଘଟଣା ଘଟିଛି । ଯାହାର ସ୍ପଷ୍ଟ ଚିତ୍ର ସିସିଟିଭିରେ କଏଦ ହୋଇଛି ।

ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଲା ଦୁର୍ବୃତ୍ତ

ପରେ ମହିଳା ଜଣକ ଭଦ୍ରକ ଟାଉନ ଥାନାରେ ଏତଲା ଦେଇଛନ୍ତି । ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି । ତେବେ ସିସିଟିଭିରେ କଏଦ ହୋଇଥିବା ଏହି ଲୁଟ ଘଟଣାର ସମସ୍ତ ଚିତ୍ରକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ହେଲେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.