ଭଦ୍ରକ: ଅନିୟମିତତା ଯୋଗୁଁ ଟ୍ରକକୁ ଲାଗିଲା ଜୋରିମାନା । ଆଇରନ ବୋଝେଇ ଟ୍ରକକୁ ଲାଗିଲା ମୋଟା ଅଙ୍କର ଜୋରିମାନା । 87 ହଜାର 6 ଶହ 20 ଟଙ୍କାର ଜୋରିମାନା କଲା ଭଦ୍ରକ ଆଞ୍ଚଳିକ ପରିବହନ ବିଭାଗ ।
ଖବର ଅନୁଯାୟୀ ଓଭର ଲୋଡ଼ିଂ ଓ ବିନା ପରମିଟ ପାଇଁ ଏହି ମୋଟା ଅଙ୍କର ଜୋରିମାନା ଲଗାଯାଇଛି । ଏହି ଆଇରନ ବୋଝେଇ ଟ୍ରକଟି ଝାଡ଼ଖଣ୍ଡରୁ ବିଶାଖାପାଟନମ ଯାଉଥିବା ବେଳେ, ନିୟମ ଠାରୁ ଅଧିକ ଓଜନର ସାମଗ୍ରୀ ପରିବହନ ଓ ବିନା ପରମିଟରେ ଯାଉଥିଲା । ଏହି ସମୟରେ ଭଦ୍ରକରେ ଉକ୍ତ ଟ୍ରକକୁ ଆରଟିଓ ବିଭାଗ ଚେକିଂ ବେଳେ ଧରିଥିଲେ ।
ପରେ ଟ୍ରକଟି ଯାଞ୍ଚ ସମୟରେ ଏହି ଜୋରିମାନା ଲଗାଯାଇଛି । ଟ୍ରକଟି ତାମିଲନାଡୁର ହୋଇଥିବା ସୂଚନା ମିଳିଛି । ଏନେଇ ଟୁଇଟ ଯୋଗେ ସୂଚନା ଦେଇଛନ୍ତି ଭଦ୍ରକ ଆଞ୍ଚଳିକ ପରିବହନ ଅଧିକାରୀ ।
ଭଦ୍ରକକୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ