ETV Bharat / state

ସାଳନ୍ଦୀ ନଦୀରେ ବନ୍ୟା ଜଳ, ଭଦ୍ରକର ତଳିଆ ଅଞ୍ଚଳରେ ଲୋକେ ହନ୍ତସନ୍ତ - ଭଦ୍ରକର ତଳିଆ ଅଞ୍ଚଳ ଜଳମଗ୍ନ

ତିହିଡି ବ୍ଲକ ଦେଇ ପ୍ରବାହିତ ସାଳନ୍ଦୀ ନଦୀର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଭଦ୍ରକ ବ୍ଲକର ବିଲଣା, ବାରୋ ଓ କାଁପଡା ପଞ୍ଚାୟତର ବିଭିନ୍ନ ଅଞ୍ଚଳର ଚାଷ ଜମି ଜଳମଗ୍ନ ହୋଇଛି । ସେହିପରି ଅନୂରୁପ ଭାବେ ଭଦ୍ରକ ବ୍ଲକ ଅର୍ଣ୍ଣପାଳ, ବିଷ୍ଣୁପୁର ପଞ୍ଚାୟତରେ ଦେଖା ଦେଇଛି ବନ୍ୟା ପରିସ୍ଥିତି । ଏହା ଦ୍ବାରା ସାଧାରଣ ଲୋକେ ହନ୍ତସନ୍ତ ହୋଇଛନ୍ତି । ଅଧିକ ପଢନ୍ତୁ...

ସାଳନ୍ଦୀ ନଦୀରେ ବନ୍ୟା ଜଳ, ଭଦ୍ରକର ତଳିଆ ଅଞ୍ଚଳରେ ଲୋକେ ହନ୍ତସନ୍ତ

author img

By

Published : Jul 10, 2020, 8:40 PM IST

Updated : Jul 10, 2020, 8:53 PM IST

ଭଦ୍ରକ: ତିହିଡି ବ୍ଲକ ଦେଇ ପ୍ରବାହିତ ସାଳନ୍ଦୀ ନଦୀର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଭଦ୍ରକ ବ୍ଲକର ବିଲଣା, ବାରୋ ଓ କାଁପଡା ପଞ୍ଚାୟତର ବିଭିନ୍ନ ଅଞ୍ଚଳର ଚାଷ ଜମି ଜଳମଗ୍ନ ହୋଇଛି । ସେହିପରି ଅନୂରୁପ ଭାବେ ଭଦ୍ରକ ବ୍ଲକ ଅର୍ଣ୍ଣପାଳ, ବିଷ୍ଣୁପୁର ପଞ୍ଚାୟତରେ ଦେଖା ଦେଇଛି ବନ୍ୟା ପରିସ୍ଥିତି । ସାଳନ୍ଦୀ ନଦୀର ହଦଗଡ଼ ଡ୍ୟାମରୁ ବନ୍ୟାଜଳ ନିଷ୍କାସିତ ହେବାପରେ ଏପରି ସ୍ଥିତି ଉପୁଜିଛି ।

ସାଳନ୍ଦୀ ନଦୀରେ ବନ୍ୟା ଜଳ, ଭଦ୍ରକର ତଳିଆ ଅଞ୍ଚଳରେ ଲୋକେ ହନ୍ତସନ୍ତ

ଖବର ଅନୁଯାୟୀ, ସାଳନ୍ଦୀ ନଦୀର ହଦଗଡ଼ ଡ୍ୟାମରୁ ଗତ ଦୁଇ ଦିନ ଧରି 3500 ଘନ ଫୁଟ ଜଳ ନିଷ୍କାସନ ହୋଇଛି । ତେଣୁ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିଛି । ଫଳରେ ବିଲଣା, ବାରୋ ଓ କାଁପଡା ପଞ୍ଚାୟତର ତଳିଆ ଅଞ୍ଚଳର ଚାଷ ଜମି ସହ ଲୋକଙ୍କ ଘରେ ନଦୀ ପାଣି ପଶିଯାଇଥିବା ଦେଖିବାକୁ ମିଳିଛି ।

ଚାଷୀମାନେ ଧାନ ଚାଷ ପାଇଁ ଜମିରେ ତଳି ପକାଇଥିଲେ । ହେଲେ ଜମିରେ ବନ୍ୟା ପାଣି ଲହଡି ମାରୁଥିବାରୁ ଧାନଚାଷ ପାଇଁ ହୋଇଥିବା ତଳି ଗୁଡିକ ପଚିଯିବା ଆଶଙ୍କା ପ୍ରକାଶ ପାଇଛି । ତିନିଦିନ ଧରି ତଳି ପାଣିରେ ବୁଡି ରହିଥିବାରୁ ତଳି ନଷ୍ଟ ହେବା ସହ ଖରିଫ ଚାଷ ପ୍ରଭାବିତ ହେବା ସମ୍ଭାବନା ରହିଛି ।

ଅନ୍ୟପକ୍ଷରେ ନଦୀ ପାଣି ଘର ପାଖରେ ଲାଗିଥିବାରୁ ଭୟଭୀତ ଅବସ୍ଥାରେ ରହୁଛନ୍ତି ଗ୍ରାମବାସୀ । ସେହିପରି ଶୁକ୍ରବାର ହଦଗଡ଼ ଡ୍ୟାମର ଜଳ ଧାରଣ କ୍ଷମତାକୁ ଦୃଷ୍ଟିରେ ରଖି ବର୍ତ୍ତମାନ 3500 ପରିବର୍ତ୍ତେ 3000 ଘନ ଫୁଟ ଜଳ ନିଷ୍କାସିତ ହେଉଛି । ତେଣୁ ଏଥିରେ ଭୟଭୀତ ନହେବାକୁ କହିଛନ୍ତି ବିଭାଗୀୟ ଅଧିକାରୀ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Jul 10, 2020, 8:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.