ETV Bharat / state

PanchayatPoll: ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଭଦ୍ରକ ପ୍ରଶାସନର ପ୍ରସ୍ତୁତି ଚୂଡାନ୍ତ

author img

By

Published : Feb 14, 2022, 7:14 PM IST

ଏଥିପାଇଁ ପ୍ରିଜାଇଡିଂ ଅଫିସର ଓ ପୁଲିଂ ଅଫିସର ମାନଙ୍କୁ ଆବଶ୍ୟକ ତାଲିମ ଦିଆଯିବା ପରେ ସେମାନ ଭଦ୍ରକ ମହବିଦ୍ୟାଳୟ ପରିସରରୁ ବୁଥ ଅଭିମୁଖେ ଗସ୍ତ କରିଛନ୍ତି । ବ୍ୟାଲେଟ ପେପର , ଭୋଟବାକ୍ସ ଓ ଅନ୍ୟାନ୍ୟ ଆନୁସଙ୍ଗିକ ସାମଗ୍ରୀ ଜିଲ୍ଲା ପ୍ରଶାସନ ଯୋଗାଇ ଦେଇଛି । ଅଧିକ ପଢନ୍ତୁ

PanchayatPoll
PanchayatPoll

ଭଦ୍ରକ: ଭଦ୍ରକ ଜିଲ୍ଲା ପ୍ରଶାସନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ (PanchayatElection) ର ପ୍ରଥମ ପର୍ଯ୍ୟାୟ ପାଇଁ ପୁରା ପ୍ରସ୍ତୁତ । ଭଦ୍ରକ ବ୍ଲକ ଓ ବନ୍ତ ବ୍ଲକ ପାଇଁ ଆସନ୍ତା 16 ରେ ମତଦାନ ହେବ। ଏନେଇ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି। ଆଜି ବିଭିନ୍ନ ପୋଲିଂ ବୁଥକୁ ପୋଲିଂ ପାର୍ଟି ମାନେ ଗସ୍ତ କରିଛନ୍ତି।

ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଚୂଡାନ୍ତ

ଏଥିପାଇଁ ପ୍ରିଜାଇଡିଂ ଅଫିସର ଓ ପୁଲିଂ ଅଫିସର ମାନଙ୍କୁ ଆବଶ୍ୟକ ତାଲିମ ଦିଆଯିବା ପରେ ସେମାନ ଭଦ୍ରକ ମହବିଦ୍ୟାଳୟ ପରିସରରୁ ବୁଥ ଅଭିମୁଖେ ଗସ୍ତ କରିଛନ୍ତି । ବ୍ୟାଲାଟ ପେପର , ଭୋଟବାକ୍ସ ଓ ଅନ୍ୟାନ୍ୟ ଆନୁସଙ୍ଗିକ ସାମଗ୍ରୀ ଜିଲ୍ଲା ପ୍ରଶାସନ ଯୋଗାଇ ଦେଇଛି । ପ୍ରତି ପୁଲିଂ ବୁଥରେ ଜଣେ ଫାଷ୍ଟ ପ୍ରିଜାଇଡିଂ ଅଫିସର, ଜଣେ ସେକେଣ୍ଡ ପ୍ରିଜାଇଡିଂ ଅଫିସର ଓ ଜଣେ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲାର 7ଟି ବ୍ଲକ ଓ 28 ଗୋଟି ଜିଲ୍ଲା ପରିଷଦ ଜୋନ ପାଇଁ 5 ଟି ପର୍ଯାୟରେ 3 ହଜାର 56 ଟି ବୁଥରେ ଭୋଟ ଗ୍ରହଣ କରାଯିବ। ଏହି ନିର୍ବଚନରେ ନିୟୋଜିତ କର୍ମଚାରୀ ମାନଙ୍କ ପାଇଁ 2 ହଜାର 526 ଗାଡିକୁ ନିୟୋଜନ କରାଯାଇଛି। ତେବେ ପ୍ରଥମ ପର୍ଯାୟରେ ଅର୍ଥାତ 16 ତାରିଖ ଦିନ ଭଦ୍ରକ ବ୍ଲକର 36 ପଞ୍ଚାୟତ ଓ 4ଟି ଜିଲ୍ଲା ପରିଷଦ ଜୋନ ଏବଂ ବନ୍ତ ବ୍ଲକର 25ଟି ପଞ୍ଚାୟତ ଓ 3ଟି ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ 61 ଟି ପଞ୍ଚାୟତର ମୋଟ 838 ବୁଥରେ ଭୋଟ ଗ୍ରହଣ ହେବ।

ସେଥିମଧ୍ୟରୁ ଭଦ୍ରକ ବ୍ଲକର 25 ନମ୍ବର ଜୋନରେ ଥିବା 9 ଟି ପଞ୍ଚାୟତର 130 ଟି ୱାର୍ଡ 26 ନମ୍ବର ଜୋନରେ ଥିବା 9 ଟି ପଞ୍ଚାୟତର 124 ଟି ୱାର୍ଡ, 27 ନମ୍ବର ଜୋନରେ ଥିବା 10 ଟି ପଞ୍ଚାୟତର 136 ଟି ୱାର୍ଡ ଏବଂ 28 ନମ୍ବର ଜୋନରେ ଥିବା 8 ଟି ପଞ୍ଚାୟତର 110 ଟି ୱାର୍ଡ ଅନ୍ତର୍ଭୁକ୍ତ ରହିଛି । ସେହିପରି ବନ୍ତ ବ୍ଲକର 14 ନମ୍ବର ଜୋନରେ ଥିବା 9 ଟି ପଞ୍ଚାୟତର 119 ଟି ୱାର୍ଡ 15 ନମ୍ବର ଜୋନ ରେ ଥିବା 8 ଟି ପଞ୍ଚାୟତର 116 ଟି ୱାର୍ଡ ଏବଂ 16 ନମ୍ବର ଜୋନରେ ଥିବା 8 ଟି ପଞ୍ଚାୟତର 103 ଟି ୱାର୍ଡରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.