ଭଦ୍ରକ: ବିପଦ ସଙ୍କେତ ଟପିଲା ବୈତରଣୀ ନଦୀ । ଆଖୁଆପଦା ଠାରେ ବିପଦ ସଙ୍କେତ 17.83 ମିଟର ରହିଥିବାବେଳେ ବର୍ତ୍ତମାନ ଜଳସ୍ତର 17.92 ମିଟରରେ ପ୍ରବାହିତ ହେଉଛି ।
ଉପର ମୁଣ୍ଡରେ ବର୍ଷା ହୋଇଥିବା ଯୋଗୁଁ ବୈତରଣୀ ନଦୀରେ ଅଧିକ ଜଳ ପ୍ରବାହିତ ହେଉଛି । ଗତକାଲି ଠାରୁ ନଦୀରେ ଧୀରେ ଧୀରେ ପାଣି ବଢୁଥିବାବେଳେ ଆଜି ବିପଦ ସଙ୍କେତ ଟପିଲା ।
ବର୍ତ୍ତମାନ ତଳ ମୁଣ୍ଡରେ ବର୍ଷା ପାଣି ଜମି ରହିଥିବାବେଳେ ଅନ୍ୟପଟେ ବୈତରଣୀ ନଦୀର ବନ୍ୟା ଜଳ ବିପଦ ସଙ୍କେତ ଟପିଥିବା ଯୋଗୁଁ ତଳିଆ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଥିବା ଜଣାପଡ଼ିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ