ETV Bharat / state

ଖୋଲିଲା ବାବା ଆଖଣ୍ଡଳମଣି ମନ୍ଦିର, ଜାରି ହେଲା ଏସଓପି - ଆଖଣ୍ଡଳମଣି ମନ୍ଦିର ଅପଡେଟ

ଦୀର୍ଘ 9 ମାସର ପ୍ରତୀକ୍ଷା ପରେ ଖୋଲିଲା ରାଜ୍ୟର ପ୍ରମୁଖ ଶୈବପୀଠ ଭଦ୍ରକର ବାବା ଆଖଣ୍ଡଳମଣି ମନ୍ଦିର । ଏସଓପି ପାଳନ କରାଯାଇ ହେବ ଦର୍ଶନ । ପଢନ୍ତୁ ଅଧିକ.....

ଦୀର୍ଘ ମାସର ପ୍ରତିକ୍ଷା ପରେ ଖୋଲିଲା ବାବା ଆଖଣ୍ଡଳମଣି ମନ୍ଦିର, ଜାରି ହେଲା ଏସଓପି

author img

By

Published : Dec 28, 2020, 7:42 PM IST

ଭଦ୍ରକ: ଦୀର୍ଘ 9 ମାସର ପ୍ରତୀକ୍ଷା ପରେ ଖୋଲିଲା ରାଜ୍ୟର ପ୍ରମୁଖ ଶୈବପୀଠ ଭଦ୍ରକର ବାବା ଆଖଣ୍ଡଳମଣି ମନ୍ଦିର । ମହାମାରୀ କରୋନା ପାଇଁ ଦୀର୍ଘ 9 ମାସରୁ ଊର୍ଦ୍ଧ୍ବ ହେବ ମନ୍ଦିର ବନ୍ଦ ରହିଥିବାରୁ ଅଗଣିତ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନରୁ ବଞ୍ଚିତ ଥିଲେ । ଭକ୍ତଙ୍କ ଦର୍ଶନ ଓ ମନ୍ଦିର ଖୋଲିବା ପାଇଁ ବିଭିନ ସଂଗଠନ ପକ୍ଷରୁ ବାରମ୍ବାର ଦାବି ହେବା ପରେ ଆଜି କଟକଣା ମଧ୍ୟରେ ବାବାଙ୍କ ମନ୍ଦିର ଖୋଲିଛି ।

ଦୀର୍ଘ ମାସର ପ୍ରତିକ୍ଷା ପରେ ଖୋଲିଲା ବାବା ଆଖଣ୍ଡଳମଣି ମନ୍ଦିର, ଜାରି ହେଲା ଏସଓପି

ଏଥିପାଇଁ ପ୍ରଶାସନ ପକ୍ଷରୁ ଜାରି ହୋଇଛି ସ୍ବତନ୍ତ୍ର ନିୟମ । ଦର୍ଶନାର୍ଥୀଙ୍କ ମାକ୍ସ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ପ୍ରଥମ 2 ଦିନ ସେବାୟତ ପରିବାର ଦର୍ଶନ କରିବା ପରେ 30 ଓ 31ରେ ସ୍ଥାନୀୟ 4ଟି ପଞ୍ଚାୟତର ଲୋକ ଦର୍ଶନ କରିବା ପାଇଁ ଅନୁମତି ମିଳିଛି । ଦର୍ଶନ ପାଇଁ ପରିଚୟ ପତ୍ରକୁ ମଧ୍ୟ ବାଧ୍ୟତାମୂଳକ କରିଛି ପ୍ରଶାସନ ।

ଜାନୁଆରୀ 1 ଓ 2 ଅର୍ଥାତ ନୂଆବର୍ଷରେ ମନ୍ଦିର ବନ୍ଦ ରହିବା ପରେ ଜାନୁଆରୀ 3 ରେ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ମନ୍ଦିର ଖୋଲିବ। ଶ୍ରଦ୍ଧାଳୁମାନେ ସକାଳ 7 ଟା ଠାରୁ ସନ୍ଧ୍ୟା 5 ଟା ପର୍ଯ୍ୟନ୍ତ ଦର୍ଶନ କରିପାରିବେ। ମନ୍ଦିର ମଧ୍ୟକୁ ଫୁଲ, ଦୀପ, ଭୋଗ ଓ କୌଣସି ପୂଜାସାମଗ୍ରୀ ନେବା ମଧ୍ୟ ବାରଣ କରାଯାଇଛି । କୌଣସି ଭକ୍ତଙ୍କ କରୋନା ଲକ୍ଷଣ ପ୍ରକାଶ ପାଇଲେ ମନ୍ଦିର ପରିସର ମଧ୍ୟରେ ଥିବା ଅସ୍ଥାୟୀ କ୍ୟାମ୍ପରେ କୋଭିଡ ଟେଷ୍ଟ କରାଯିବ ବୋଲି ଉପଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟି ସ୍ପଷ୍ଟ ସୂଚନା ଦେଇଛନ୍ତି ।

ସେହିପରି 10 ବର୍ଷରୁ କମ ଶିଶୁ ଓ 65 ବର୍ଷରୁ ଅଧିକ ବ୍ୟକ୍ତି ମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ। ମନ୍ଦିର ମଧ୍ୟରେ ମୁଣ୍ଡନ କାର୍ଯ୍ୟ ନିଷେଧ, ମାନସିକ ପୂଜା ବନ୍ଦ, ବେଢା ଭିତରେ ପ୍ରସାଦ ସେବନ ନକରିବା ଆଦି 18ଟି ନିୟମ ଜାରି କରାଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.