ଭଦ୍ରକ: ବସୁନ୍ଧରା ଯୋଜନାରେ ଭୂମିହୀନମାନଙ୍କୁ ଘରଡିହ ପଟ୍ଟା ଯୋଗାଇ ଦେବା ପାଇଁ ବ୍ୟବସ୍ଥା ରହିଥିବା ବେଳେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନରସିଂହପୁର ଠାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ।
ଭୂମିହୀନଙ୍କୁ ଘରଡିହ ପଟ୍ଟା ଯୋଗାଇ ଦେବା ପରିବର୍ତ୍ତେ ଅସହାୟ ପରିବାର ଅସ୍ଥାୟୀ ଭାବେ ନିର୍ମାଣ କରିଥିବା ବାସ ଘରକୁ ଉଚ୍ଛେଦ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ହେଲେ ଏହି ଭୁମିହୀନଙ୍କୁ ଥଇଥାନ କରି ଉଚ୍ଛେଦ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।
ଏହା ଜାଣିବା ପରେ ପ୍ରଶାସନ ହଟହଟା ହୋଇ ସେଠାରୁ ଫେରିଥିଲା ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ