ETV Bharat / state

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକଙ୍କୁ ନିସ୍ତୁକ ମାଡ଼ - ଛାତ୍ରୀଙ୍କୁ ଅସଦାଚରଣ

ଛାତ୍ରୀଙ୍କୁ ଅସଦାଚରଣ କରିବା ପଡିଲା ମହଙ୍ଗା ! ଗାଁ ଦାଣ୍ଡରେ ଶିକ୍ଷକଙ୍କୁ ଏକ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ମାରିଲେ ମହିଳା । ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବଂଶଡା ଥାନା ଗୁଆଁଳ ଅଞ୍ଚଳରେ । ଅଧିକ ପଢନ୍ତୁ

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକଙ୍କୁ ନିସ୍ତୁକ ମାଡ଼

author img

By

Published : Jul 27, 2022, 10:27 PM IST

ଭଦ୍ରକ : ଛାତ୍ରୀଙ୍କୁ ଅସଦାଚରଣ କରିବା ପଡିଲା ମହଙ୍ଗା ! ଗାଁ ଦାଣ୍ଡରେ ଶିକ୍ଷକଙ୍କୁ ଏକ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ମାରିଲେ ମହିଳା । ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବଂଶଡା ଥାନା ଗୁଆଁଳ ଅଞ୍ଚଳରେ ।

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକଙ୍କୁ ନିସ୍ତୁକ ମାଡ଼

ସୂଚନା ଅନୁଯାୟୀ ଭଦ୍ରକ ଭାବେଶ୍ବର ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ଶିକ୍ଷକ ଷଷ୍ଠ ଶ୍ରେଣୀରେ ପଢୁଥିବା ଦୁଇ ଜଣ ଛାତ୍ରୀଙ୍କୁ ଡାକି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ପର୍ଶୁରାମ ବେହେରା ନାମକ ଜଣେ ଶିକ୍ଷକଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ଉଭୟ ଛାତ୍ରୀ ଏହି ଘଟଣା ବାବଦରେ ସେମାନଙ୍କ ଅଭିଭାବକଙ୍କ ପାଖରେ କହିବା ପରେ ପଦାକୁ ଆସିଥିଲା ପୁରା ଘଟଣା ।

ପରେ ସମ୍ପୃକ୍ତ ଶିକ୍ଷକଙ୍କୁ ଅଭିଭାବକ ମାନେ ଡାକି ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିବାର ଦେଖିବାକୁ ମିଳିଛି । ପରେ ଏନେଇ ଖବର ପାଇ ଘଟଣାସ୍ଥଳରେ ବଂଶଡା ଥାନା ପୋଲିସ ପହଞ୍ଚି ଶିକ୍ଷକଙ୍କୁ ଉଦ୍ଧାର କରି ଅଧିକ ତଦନ୍ତ ଜାରି ରଖିଛି । ଅନ୍ୟପକ୍ଷରେ ଏନେଇ ବିଭାଗୀୟ ଅଧିକାରୀ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ପରେ ଆଇନ୍ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.