ETV Bharat / state

ବିଷାକ୍ତ ପାଣି ପିଇ 3 ଛାତ୍ରଛାତ୍ରୀ ଅସୁସ୍ଥ ! - ପାଣି ଟାଙ୍କି

ମଧ୍ୟାହ୍ନରେ ସ୍କୁଲରେ ବିଷାକ୍ତ ପାଣି ପିଇ ଜଣେ ଛାତ୍ର ଓ ଦୁଇ ଛାତ୍ରୀ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି । ସ୍କୁଲ ପାଣିଟାଙ୍କିରେ କିଛି ବିଷାକ୍ତ କୀଟ ପଡିବା ଫଳରେ ପାଣି ଦୂଷିତ ହୋଇଥିବା ନେଇ ସନ୍ଦେହ କରାଯାଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : Aug 20, 2019, 9:31 PM IST

ଭଦ୍ରକ: ସ୍କୁଲରେ ପାଣି ପିଇ ଜଣେ ଛାତ୍ର ଓ ଦୁଇ ଛାତ୍ରୀ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି । ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ସ୍କୁଲରେ । ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ସୂଚନାନୁଯାୟୀ, ଆଜି ମଧ୍ୟାହ୍ନରେ ସ୍କୁଲରେ ଛାତ୍ରଛାତ୍ରୀ ପାଣି ପିଇଥିଲେ । କିଛି ସମୟ ପରେ ସପ୍ତମ ଶ୍ରେଣୀର ଜଣେ ଛାତ୍ର ଏବଂ ଦୁଇ ଜଣ ଛାତ୍ରୀଙ୍କ ଅସୁସ୍ଥ ଅନୁଭବ କରିବା ସହ ସେମାନଙ୍କ ମୁଣ୍ଡ ବୁଲାଇଥିଲା । ସ୍କୁଲ ଛୁଟି ହେବା ପରେ ଘରକୁ ଯାଇଥିଲେ। ଘରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡିବାରୁ ଅଭିଭାବକ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ଅବସ୍ଥା ସ୍ଥିର ଥିବାବେଳେ ସ୍କୁଲ ପାଣି ଟାଙ୍କିରେ କିଛି ବିଷାକ୍ତ କୀଟ ପଡିବା ଫଳରେ ପାଣି ଦୂଷିତ ହୋଇ ଏଭଳି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:ବିଦ୍ୟାଳୟରେ ପାଣି ପିଇ ଜଣେ ଛାତ୍ର ଓ ଦୁଇ ଛାତ୍ରୀ ଅସୁସ୍ଥ ହୋଇଥିବା ଅଭିଯୋଗ। ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲ ରେ ଭର୍ତ୍ତି। Body:ବିଦ୍ୟାଳୟରେ ପାଣି ପିଇ ଜଣେ ଛାତ୍ର ଓ ଦୁଇ ଛାତ୍ରୀ ଅସୁସ୍ଥ ହୋଇଥିବା ଅଭିଯୋଗ। ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲ ରେ ଭର୍ତ୍ତି। ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନ ରେ ଜ଼ିଲ୍ଲା ସ୍କୂଲର ଛାତ୍ର ଛାତ୍ରୀ ପାଣି ପିଇଥିଲେ। କିଛି ସମୟ ପରେ ସପ୍ତମ ଶ୍ରେଣୀର ଜଣେ ଛାତ୍ର ଏବଂ ଦୁଇଜଣ ଛାତ୍ରୀଙ୍କ ଦେହ ଝିମ ଝିମ ହେବା ସହ ମୁଣ୍ଡ ବୁଲାଇଥିଲା। ବିଦ୍ୟାଳୟ ଛୁଟି ହେବା ପରେ ଘରକୁ ଯାଇଥିଲେ। ଘରେ ସେମାନଙ୍କ ଦେହ ଅଧିକ ଅସୁସ୍ଥ ହେବାରୁ ସେମାନଙ୍କ ଅଭିଭାବକ ଗୁରୁତର ଅବସ୍ଥାରେ ମେଡିକାଲ ରେ ଭର୍ତ୍ତି କରିଛନ୍ତି। ବର୍ତମାନ ଛାତ୍ରଛାତ୍ରୀ ଙ୍କ ଅବସ୍ଥା ସ୍ଥିର ରହିଥିବା ବେଳେ ପାଣି ଟାଙ୍କିରେ କିଛି ଜନ୍ତୁ ପଡିବା ଫଳରେ ପାଣି ଦୂଷିତ ହୋଇଥାଇ ପରେ ବୋଲି ସନ୍ଦେହ କରାଯାଉଛି।
Bite : ଅଭିଭାବକConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.