ETV Bharat / state

ରିଆଡ଼ମିଶନ ଫି ହ୍ରାସ ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ - ରିଆଡ଼ମିଶନ ଫି କମାଇବାକୁ ବିକ୍ଷୋଭ

ଚାନ୍ଦବାଲି ବ୍ଲକ ମତୋ +3 କଲେଜର ବାର୍ଷିକ ରିଆଡମିଶନ ଫି ହ୍ରାସ ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ସ୍ଥାନୀୟ ପୋଲିସ ପ୍ରଶାସନର ବୁଝାସୁଝା ପରେ ଆନ୍ଦୋଳନ ପ୍ରତ୍ୟାହୃତ । ଅଧିକ ପଢ଼ନ୍ତୁ...

ରିଆଡ଼ମିଶନ ଫି ହ୍ରାସ ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

author img

By

Published : Oct 13, 2020, 7:17 PM IST

ଭଦ୍ରକ: ବାର୍ଷିକ କଲେଜ ଫି କୁ ବିରୋଧ କରି ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ଭଦ୍ରକ ଚାନ୍ଦବାଲି ବ୍ଲକ ମତୋ +3 କଲେଜର ବାର୍ଷିକ ରିଆଡ଼ମିସନ ଫି କୁ ହ୍ରାସ କରିବା ଦାବିରେ ମଙ୍ଗଳବାର ଛାତ୍ରଛାତ୍ରୀ ଆନ୍ଦୋଳନ କରିଛନ୍ତି । କଲେଜ କର୍ତ୍ତୃପକ୍ଷଙ୍କ ଠାରୁ ଖବର ପାଇ ସ୍ଥାନୀୟ ପୋଲିସ ପ୍ରଶାସନ ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।

ରିଆଡ଼ମିଶନ ଫି ହ୍ରାସ ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

କୋରୋନା ମହାମାରୀ ସହ ଚଳିତ ବର୍ଷ ବନ୍ୟାର ଶକ୍ତ ଧକ୍କାରେ ଲୋକମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି । ଅଭିଭାବକ ନିଜ ପିଲାଙ୍କ ପାଠପଢ଼ା ବ୍ୟୟ ଉଠାଇବାକୁ ଅକ୍ଷମତା ପ୍ରକାଶ କରୁଛନ୍ତି । ଏଭଳି ସ୍ଥିତିରେ ମତୋ କଲେଜ କର୍ତ୍ତୃପକ୍ଷଙ୍କୁ ବାର୍ଷିକ ରିଆଡ଼ମିଶନ ଫି କମାଇବାକୁ ଛାତ୍ରଛାତ୍ରୀ ଅନୁରୋଧ କରିଥିଲେ ହେଁ କର୍ତ୍ତୃପକ୍ଷ ଏହା ଉପରେ କୌଣସି ଆଲୋଚନା ନ କରି ପୂର୍ବ ବର୍ଷ ପରି ଚଳିତ ବର୍ଷ ଧାର୍ଯ୍ୟ ଫି ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ କରିଥିଲେ । ଏହାକୁ ପ୍ରତିବାଦ କରି ଛାତ୍ରଛାତ୍ରୀ କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟକୁ ଘେରିବା ସହ ନାରାବାଜି କରିଥିଲେ । କଲେଜ କର୍ତ୍ତୃପକ୍ଷଙ୍କ ଠାରୁ ଖବର ପାଇ ସ୍ଥାନୀୟ ପୋଲିସ ପ୍ରଶାସନ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ତେବେ ଏନେଇ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.