ଭଦ୍ରକ : ଭଦ୍ରକ ସ୍ବୟଂଶାସିତ ମହା ଵିଦ୍ୟାଳୟରେ ଛାତ୍ର ଅଶାନ୍ତି । ଅଫଲାଇନ ପରୀକ୍ଷାକୁ ବିରୋଧ କରି ଛାତ୍ର ଅଶାନ୍ତି ଦେଖାଦେଇଛି। କୋରୋନା ସମୟରେ ସମସ୍ତ ପାଠପଢା ଅନଲାଇନରେ ହୋଇଥିଲା।
ଏହାବି ପଢନ୍ତୁ: Congress Mayor Candidate: କିଏ ସେହି କଂଗ୍ରେସର ମେୟର ପ୍ରାର୍ଥିନୀ ? ଜାଣନ୍ତୁ ତାଙ୍କ ଜୀବନୀ
ଏହା ଦ୍ବାରା ପାଠ ପଢାରେ ବହୁ ସମସ୍ୟା ଉପୁଜିଲା। କୋର୍ସ ମଧ୍ୟ ସରିନାହିଁ। ଯାହା ଦ୍ବାରା ଛାତ୍ରଛାତ୍ରୀମାନେ ଠିକ ଭାବରେ ପାଠ ପଢି ବି ବିଝି ନାହାଁନ୍ତି । ତେଣୁ ହଠାତ ରାଜ୍ୟ ସରକାର ଅଫଲାଇନ ପରୀକ୍ଷା ନିର୍ଦ୍ଦେଶ ଦେବାରୁ ଭଦ୍ରକ ମହା ବିଦ୍ୟାଳୟରେ ଯୁକ୍ତ 3 ବର୍ଷର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଛି । ଏହାସହ ମହାବିଦ୍ୟାଳୟ ପରିସରରେ ଉତ୍ତେଜନା ଲାଗି ରହିଥିଲା । ପରେ ଟାଉନ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା। ତେବେ ଏନେଇ ବିହୀତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କଲେଜ କର୍ତ୍ତୃପକ୍ଷ କହିଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ