ETV Bharat / state

ଟିଉସନରୁ ଫେରିବା ବେଳେ ଧକ୍କା ଦେଲା ଅଜଣା ଗାଡି, ଆଖି ବୁଜିଲେ ଦଶମ ଶ୍ରେଣୀ ଛାତ୍ର - କାରମେଲ ସ୍କୁଲ ଛାତ୍ର ଦୁର୍ଘଟଣା ଖବର

ଭଦ୍ରକ ଜିଲ୍ଲା ତିହିଡି ଥାନା ତଳଗୋପବିନ୍ଧା ପଞ୍ଚାୟତ ଅଧିନ ମାତଗଜପୁର ଗାଁର ଚନ୍ଦ୍ରମଣି ମହାଳିକଙ୍କ ପୁଅ ପ୍ରିୟାଶୁଂ ମହାଳିକଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ସେ କାରମେଲ ସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢନ୍ତି । ଅଧିକ ପଢନ୍ତୁ

ଗାଡି ଧକ୍କାରେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ
ଗାଡି ଧକ୍କାରେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ
author img

By

Published : May 29, 2022, 9:00 AM IST

ଭଦ୍ରକ: ସଡକ ଦୁର୍ଘଟଣାରେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ । ମୃତକ ଭଦ୍ରକ ଜିଲ୍ଲା ତିହିଡି ଥାନା ତଳଗୋପବିନ୍ଧା ପଞ୍ଚାୟତ ଅଧିନ ମାତଗଜପୁର ଗାଁର ଚନ୍ଦ୍ରମଣି ମହାଳିକଙ୍କ ପୁଅ ପ୍ରିୟାଶୁଂ ମହାଳିକ ବୋଲି ଜଣାପଡିଛି । ଭଦ୍ରକସ୍ଥିତ କାରମେଲ ସ୍କୁଲର ସେ ଦଶମ ଶ୍ରେଣୀର ଛାତ୍ର । ସନ୍ଧ୍ୟାରେ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ନନ୍ଦପୁର ରାଣୀପୁର ନିକଟରେ ଏକ ଅଜଣା ଗାଡି ସହିତ ଧକ୍କା ହୋଇଥିବା ସୂଚନା ମିଳିଛି ।

ମୃତକ ବାଇକ ଯୋଗେ ଭଦ୍ରକରୁ ଟିଉସନ ସାରି ଘରକୁ ଫେରୁଥିବା ବେଳେ ଏପରି ଦୁର୍ଘଟଣାର ଶିକାର ହୋଇ ତଳେ ପଡିଯାଇଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କରିବା ସହିତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ପରେ ପୋଲିସ ଘଟଣା ସ୍ଥଳରେ ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ୍ କରିଥିଲେ ମଧ୍ୟ ଦୁର୍ଘଟଣା ଘଟାଇଥିବା ଗାଡିର ଖୋଜ୍ ଖବର ପାଇନଥିଲା । ଏହି ଘଟଣାକୁ ନେଇ ପୋଲିସ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ କରିବା ସହିତ ପରିବାରକୁ ହସ୍ତାନ୍ତର କରିଛି । ତେବେ ଘଟଣା ସମ୍ପର୍କରେ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

ଇଟିଭି ଭାରତ,ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.