ଭଦ୍ରକ: ଭାରସାମ୍ୟ ହରାଇ ଓଲଟିଲା ଛାତ୍ରଛାତ୍ରୀକୁ ନେଇ ଯାଉଥିଲା ସ୍କୁଲ ଅଟୋ । ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିବା 8 ଜଣ ଆହତ ହୋଇଥିବା ସୂଚନା । ଭଦ୍ରକ ବାସୁଦେବପୁର ଧାମରା ରାସ୍ତାର ମନ୍ଦରୀ ହାଟ ନିକଟରେ ଏପରି ଘଟଣା ଘଟିଥିବା ଜଣାପଡିଛି । ମୃତ ଛାତ୍ରୀ ଜଣଙ୍କ ଶିଶୁ ବିହାର ବିଦ୍ୟା ମନ୍ଦିର ପଞ୍ଚମ ଶ୍ରେଣୀରେ ପଢୁଥିବା ହିମାନୀ ରାଉଳ ।
ଏହା ମଧ୍ୟ ପଢନ୍ତୁ-ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍କୁ ପିଟିଲା OSRTC ବସ୍ ,୮ ଆହତ
ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ପୁରୁଣା କୋର୍ଟ ସ୍ଥିତ ଶିଶୁ ବିହାର ବିଦ୍ୟା ମନ୍ଦିର ସ୍କୁଲ ଛୁଟି ହେବା ପରେ 9 ଜଣ ଛାତ୍ରଛାତ୍ରୀ ଏକ ଅଟୋ ଯୋଗେ ଘରକୁ ଫେରୁଥିଲେ । ହଠାତ୍ କୌଣସି କାରଣରୁ ଧାମରା ରାସ୍ତାର ମନ୍ଦରୀ ହାଟ ଛକ ନିକଟରେ ଅଟୋଟି ଭାରସାମ୍ୟ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ହିମାନୀ ରାଉଳ ନାମକ ଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ 8 ଜଣ ଛାତ୍ରଛାତ୍ରୀ ଗୁରୁତର ଭାବେ ଆହତ ହୋଇଥିଲେ । ସମସ୍ତଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।
ସୌଭାଗ୍ୟ କ୍ରମେ 2 ଜଣ ଛାତ୍ର ସାମାନ୍ୟ ଆହତ ଥିବା ଦୃଷ୍ଟିରୁ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ଛାଡି ଦିଆଯାଇଛି । ଅନ୍ୟ 6 ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି । ତେବେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ଏନେଇ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଟୋ ଡ୍ରାଇଭରକୁ ଥାନାକୁ ଆଣି ଅଟକ ରଖିଛି । ଦୁର୍ଘଟଣା ବାବଦରେ ଡ୍ରାଇଭରକୁ ଅଧିକ ପଚରା ଉଚରା ଜାରି ରଖିଛି ପୋଲିସ । ଘଟଣା ସ୍ଥଳରେ ଉତ୍ତେଜନାକୁ ଏଡାଇବାକୁ ପୋଲିସ ମୁତୟନ ହୋଇଛନ୍ତି ।
ଏହା ମଧ୍ୟ ପଢନ୍ତୁ-ବରଯାତ୍ରୀଙ୍କ ଉପରେ ଟ୍ରକ ମାଡିଯିବାରୁ 6 ମୃତ, 3ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା
ସେହିପରି ଶୁକ୍ରବାର ବିଳମ୍ବିତ ରାତିରେ ସମ୍ବଲପୁର ଜମନକିରା ଥାନା ବାଇପାସ୍ ରାସ୍ତାରେ କେନ୍ଦୁଝର-ବଲାଙ୍ଗୀର ସରକାରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ 8 ଜଣ ଆହତ ହୋଇଥିବା ଥିବା ବେଳେ ୩ ଜଣ ଗୁରୁତର ଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ନିକଟସ୍ଥ ଜମନକିରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଜୁନ 25 ତାରିଖ ବିଳମ୍ବିତ ରାତିରେ ଦିଗପହଣ୍ଡି ଡେଙ୍ଗାଓସ୍ତା ରାସ୍ତାରେ ଏକ ସରକାରୀ ବସ ଓ ଘରୋଇ ବସ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ 11 ଜଣଙ୍କର ମୃତ୍ୟୁ ହୋଇଥିଲା ଓ 8 ଜଣ ଆହତ ହୋଇଥିଲେ।
ଇଟିଭି ଭାରତ, ଭଦ୍ରକ