ETV Bharat / state

ମିଳିଲା ମାର୍କ, ନ୍ୟାୟ ପାଇଲେ ବର୍ଷା - କାଉନ୍ସିଲ କର୍ତ୍ତୃପକ୍ଷ

ବିଭାଗୀୟ କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ଯୋଗୁଁ ଅନ୍ଧାର ହୋଇଯାଉଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । କିନ୍ତୁ ଭଦ୍ରକର ଜଣେ ଛାତ୍ରୀ ଏଦିଗରେ ଦୃଷ୍ଟି ଆକର୍ଷଣ କରି ଏହି ଖାମଖିଆଲି ନୀତିରୁ ନିଜକୁ ବଞ୍ଚିତ କରି ପାଇଛନ୍ତି ନ୍ୟାୟ ।

ବର୍ଷା
author img

By

Published : Aug 12, 2019, 8:13 PM IST

ଭଦ୍ରକ: ଶେଷରେ ନ୍ୟାୟ ପାଇଛନ୍ତି ଯୁକ୍ତ ଦୁଇ ଛାତ୍ରୀ ବର୍ଷା । ଖାମଖିଆଲି ଓ ଅବହେଳା ନୀତି ଯୋଗୁଁ ଗୋଟିଏ ପରୀକ୍ଷାରେ ଅନୁପସ୍ଥିତ ଦର୍ଶାଇ ବର୍ଷାଙ୍କୁ ଫେଲ କରିଥିଲେ କାଉନ୍ସିଲ କର୍ତ୍ତୃପକ୍ଷ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ସୂଚନା ଅନୁଯାୟୀ, ମନ୍ଦାରି ମହାବିଦ୍ୟାଳୟରେ ଯୁକ୍ତ 2ପରୀକ୍ଷା ଦେଇଥିଲେ ବାସୁଦେବପୁର ବ୍ଲକ ମିଶ୍ରପୁରର ଛାତ୍ରୀ ବର୍ଷାରାଣୀ ଦତ୍ତ । ସେ ମଧ୍ୟ ପ୍ରତିଦିନ ପରୀକ୍ଷାରେ ଉପସ୍ଥିତ ଥିଲେ । ଫଳାଫଳକୁ ନେଇ ମଧ୍ୟ ବେଶ ଉତ୍ସାହିତ ଥିଲେ ସେ । ହେଲେ ରେଜଲ୍ଟ ଆସିବା ପରେ ଗୋଟିଏ ବିଷୟରେ ଅନୁପସ୍ଥିତି ଦର୍ଶାଯାଇ ତାଙ୍କୁ ଫେଲ କରାଯାଇଥିଲା ।

ପରେ ଏନେଇ ବର୍ଷାଙ୍କ ପରିବାର ଓ ଏକ ସ୍ବେଚ୍ଛାସେବୀ ସଙ୍ଗଠନ କାଉନ୍ସିଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ପରେ ଏହି ସଙ୍ଗଠନ ବାଲେଶ୍ବର ସଦର ବିଧାୟକ ମଦନ ମୋଦନ ରଥଙ୍କୁ ଅବଗତ କରାଇବାରୁ ସେ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ । ଆଉ ଏନେଇ ବିଧାନସଭାରେ ପ୍ରଶ୍ନ କରିବାରୁ ନ୍ୟାୟ ପାଇଛନ୍ତି ଛାତ୍ରୀ ବର୍ଷା । ଆଉ ପାସର ଖବର ପାଇ ବର୍ଷା ତଥା ତାଙ୍କ ପରିବାର ଖୁସିରେ ଆତ୍ମହରା ହୋଇପଡିଛନ୍ତି । ଆଉ ଅନୁପସ୍ଥିତି ଦର୍ଶାଯାଇଥିବା ବିଷୟରେ ପାଇଛନ୍ତି 100ରୁ 50 ମାର୍କ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:ଶେଷରେ ନ୍ୟାୟ ପାଇଲେ +2 ଛାତ୍ରୀ ବର୍ଷା। ପାସ ହୋଇଥିବା ଖବର ଶୁଣି ବର୍ଷାଙ୍କ ପରିବାର ଖୁସିରେ ଆତ୍ମହରା ହେଇପଡିଛନ୍ତି। Body:ଶେଷରେ ନ୍ୟାୟ ପାଇଲେ +2 ଛାତ୍ରୀ ବର୍ଷା। ପାସ ହୋଇଥିବା ଖବର ଶୁଣି ବର୍ଷାଙ୍କ ପରିବାର ଖୁସିରେ ଆତ୍ମହରା ହେଇପଡିଛନ୍ତି। ସୂଚନା ଅନୁଯାୟୀ ମନ୍ଦାରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +2 ବୋଡ଼ ପରୀକ୍ଷା ଦେଇଥିଲେ ବର୍ଷାରାଣୀ ଦତ୍ତ। ସେ ସମସ୍ତ ବିଷୟ ରେ ମଧ୍ୟ ଉପସ୍ଥିତ ଥିଲେ। ହେଲେ କାଉନ୍ସିଲର ଅବହେଳା ଏବଂ ଖାମଖିଆଲି ନୀତି ଯୋଗୁ ପଲିଟିକାଲ ସାଇନ୍ସରେ ଅନୁପସ୍ଥିତ ଦର୍ଶାଇ ବର୍ଷାଙ୍କୁ ଫେଲ କରିଥିଲେ କାଉନ୍ସିଲ କର୍ତ୍ତୃପକ୍ଷ। ବାସୁଦେବପୁର ବ୍ଲକ ମିଶ୍ରପୁରର ବର୍ଷାରାଣୀ ଦତ୍ତ ପରୀକ୍ଷା ରେ ଅନୁପସ୍ଥିତ ଥିବାରୁ ଫେଲ ହୋଇଥିବା ଜାଣିବା ପରେ ସେ ସମ୍ପୂର୍ଣ ଭାଙ୍ଗି ପଡିଥିଲେ। ପରେ ପରିବାର ଏବଂ ଏକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଏନେଇ କଲେଜ ସହିତ କାଉନ୍ସିଲ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହାପରେ କାଉନ୍ସିଲ କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରିଥିଲେ। ଶେଷରେ ବର୍ଷାଙ୍କୁ ଅନୁପସ୍ଥିତ ଦର୍ଶାଇ ଥିବା କାଉଁସିଲ କର୍ତ୍ତୃପକ୍ଷ ପଲଟିକାଲ ସାଇନ୍ସରେ 100 ମାର୍କରୁ 50 ମାର୍କ ଦେଇ ପାସ କରାଇଛନ୍ତି।
Bite_ବର୍ଷାରାଣୀ ଦତ୍ତ_ଛାତ୍ରୀConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.