ETV Bharat / state

ପୁଣି ଭଦ୍ରକରେ ନକଲି ଜର୍ଦ୍ଦା କାରଖାନା ଠାବ, ଲକ୍ଷାଧିକ ମୂଲ୍ୟର ଜର୍ଦ୍ଦା ଜବତ

ଭଦ୍ରକରେ ଥମୁନି ନକଲି ଜର୍ଦ୍ଦା କଳା କାରବାର । ପୋଲିସ ପରେ ଏବେ ଏସଟିଏଫର ଚଢାଉ । ଜିଲ୍ଲାରେ ନକଲି ଜର୍ଦ୍ଦା ଓ କାରଖାନାରେ ଲଗାତର ଭାବେ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଚଢାଉ ଜାରି ରହିଛି । ଅଧିକ ପଢନ୍ତୁ...

author img

By

Published : Oct 10, 2020, 3:46 PM IST

STF  seized  at fake  Zarda  in Bhadrak
ପୁଣି ଭଦ୍ରକରୁ ନକଲି ଜର୍ଦ୍ଦା ଜବତ

ଭଦ୍ରକ: ଭଦ୍ରକରେ ଥମୁନି ନକଲି ଜର୍ଦ୍ଦା କଳା କାରବାର । ପୋଲିସ ପରେ ଏବେ ଏସଟିଏଫ ପକ୍ଷରୁ ଚଢାଉ । ପୁଣି ପୁରୁଣା ବଜାର ଅଞ୍ଚଳରୁ ଜବତ ହେଲା ବିପୁଳ ପରିମାଣର ନକଲି ଜର୍ଦ୍ଦା ।

ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲାରେ ନକଲି ଜର୍ଦ୍ଦା ଓ କାରଖାନା ଉପରେ ଲଗାତର ଭାବେ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଚଢାଉ ଜାରି ରହିଛି । ହେଲେ ଥମୁନି ଏହି କଳା କାରବାର ।

ପୁଣି ଭଦ୍ରକରୁ ନକଲି ଜର୍ଦ୍ଦା ଜବତ

ଶେଷରେ ଶନିବାର ଏକ ସୂତ୍ରରୁ ଖବର ପାଇ ଏସଟିଏଫ ଦ୍ୱାରା ଗଠିତ ସ୍ଵତନ୍ତ୍ର ଟିମ, ଭଦ୍ରକ ପୁରୁଣା ବଜାର ଅଞ୍ଚଳର ନାଥସାହି ଓ ମିର୍ଜାପୁର ଠାରେ ଅତର୍କିତ ଭାବେ ଚଢାଉ କରିଛି । ଏହି ଚଢାଉ ସମୟରେ ନାମୀଦାମୀ କମ୍ପାନୀମାନଙ୍କ ଲୋଗୋ ସହ ପ୍ୟାକିଂ ହୋଇଥିବା ବିପୁଳ ପରିମାଣର ନକଲି ଜର୍ଦ୍ଦା ଓ ତିଆରି ପାଇଁ ଥିବା ପତି ଜବତ କରାଯାଇଛି ବୋଲି ଜଣାପଡିଛି ।

ଜବତ ହୋଇଥିବା ଏହି ନକଲି ଜର୍ଦ୍ଦାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ସୂଚନା ମିଳିଛି । ଏହି ଘଟଣାରେ ଏସଟିଏଫ ଜଣଙ୍କୁ ଅଟକ ରଖିବା ସହ ଏହି ନକଲି କାରବାରର ଲିଙ୍କ ବିଷୟରେ ଅଧିକ ଖୋଳତାଡ଼ ଆରମ୍ଭ କରିଛି । ହେଲେ ଏନେଇ ଏସଟିଏଫ କି ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.