ETV Bharat / state

ଧାମନଗର ଉପନିର୍ବାଚନ: ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି

author img

By

Published : Oct 7, 2022, 5:12 PM IST

ଧାମନଗର ଉପନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ଆଜିଠୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ । ସେପଟେ ନିର୍ବାଚନର ପ୍ରସ୍ତୁତି ସମ୍ପର୍କରେ ପ୍ରାଥମିକ ସମୀକ୍ଷା କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ଅଧିକ ପଢ଼ନ୍ତୁ

ଧାମନଗର ଉପନିର୍ବାଚନ: ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି
ଧାମନଗର ଉପନିର୍ବାଚନ: ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି । ନିର୍ବାଚନ କମିଶନଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାପରେ ଧାମନଗର ଉପନିର୍ବାଚନ ନେଇ ପ୍ରସ୍ତୁତି ଜୋରଦାର ହୋଇଛି ।

ଏହା ମଧ୍ୟ ପଢନ୍ତୁ: ଧାମନଗର ଉପନିର୍ବାଚନ: ରେସରେ ଅନେକ, କାହାକୁ ଭରସା କରିବେ ନବୀନ ?

ଧାମନଗର ଉପନିର୍ବାଚନ ନେଇ ବିଗୁଲ ବାଜିବା ପରେ ଆଜିଠୁ ଆରମ୍ଭ ହୋଇଛି ନାମାଙ୍କନ ପ୍ରକ୍ରିୟା । ଅକ୍ଟୋବର 14 ତାରିଖ ଯାଏଁ ନାମାଙ୍କନ ପତ୍ର ଭରିବେ ପ୍ରାର୍ଥୀ । ଅକ୍ଟୋବର 15 ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ସେହିପରି ନାମାଙ୍କନପତ୍ର ଯାଞ୍ଚପରେ ପ୍ରତ୍ୟାହାରର ଶେଷ ତାରିଖ ରହିଛି ଅକ୍ଟୋବର 17 । ନଭେମ୍ବର 3 ତାରିଖରେ ଭୋଟିଂ ଓ 6 ତାରିଖରେ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ନିର୍ବାଚନର ପ୍ରସ୍ତୁତି ସମ୍ପର୍କରେ ପ୍ରାଥମିକ ସମୀକ୍ଷା କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁଶୀଲ କୁମାର ଲୋହାନୀ ।

ଏହା ମଧ୍ୟ ପଢନ୍ତୁ: Dhamnagar By-Poll: ଦଳୀୟ ପ୍ରାର୍ଥୀ କିଏ ହେବେ ଦଳର ନେତୃତ୍ୱ ନିଷ୍ପତ୍ତି ନେବ: ଧର୍ମେନ୍ଦ୍ର

ଭିସି ଜରିଆରେ ଭଦ୍ରକ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ସିଇଓ ସୁଶୀଲ କୁମାର ଲୋହାନୀ । ନିର୍ବାଚନ ସାମଗ୍ରୀ ବିତରଣ କେନ୍ଦ୍ର ଓ ଭୋଟ ପରେ ନିର୍ବାଚନ ସାମଗ୍ରୀ ଗ୍ରହଣ, ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ଲାଗି ଟେଣ୍ଟ ଓ ପାନୀୟ ଜଳ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କର୍ମଚାରୀଙ୍କୁ ସୁରକ୍ଷିତ ଭୋଟ ଗ୍ରହଣ କେନ୍ଦ୍ରକୁ ପଠାଇବା ସହ ସୁରକ୍ଷା କର୍ମୀଙ୍କୁ ନିୟୋଜନ ବାବଦରେ ଆଲୋଚନା ହୋଇଛି । ଦିବ୍ୟାଙ୍ଗ ଭୋଟରଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା, ମଡେଲ ଓ ପିଙ୍କ ବୁଥ ସ୍ଥାପନ ନେଇ ଆଲୋଚନା ହୋଇଛି । ସେହିପରି ଭୋଟ ଗ୍ରହଣ ପୂର୍ବରୁ ଜିଲ୍ଲାରେ ସମସ୍ତ ମଦ ଦୋକାନ ସିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: ଧାମନଗର ଉପନିର୍ବାଚନ: କାହାକୁ ପ୍ରାର୍ଥୀ କରିବ କଂଗ୍ରେସ, ଅଙ୍କ କଷୁଛନ୍ତି ବରିଷ୍ଠ ନେତା

ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଖାଲି ପଡିଥିଲା ଧାମନଗର ଆସନ । ବିଷ୍ଣୁ ବିଧାନସଭାରେ ବିଜେପି ବିଧାୟକ ଦଳର ଉପନେତା ଥିଲେ । ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ 2024 ସାଧାରଣ ନିର୍ବାଚନ ପୂର୍ବରୁ ଏହି ଉପନିର୍ବାଚନ ହେବାକୁ ଥିବାବେଳେ ଏହା ଉପରେ ସବୁ ପ୍ରମୁଖ ରାଜନୈତିକ ଦଳର ନଜର ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.