ETV Bharat / state

Dhamnagar ByPoll: ଭୋଟିଂ ପାଇଁ କମୁଛି ଦିନ, ଜମୁଛି ଷ୍ଟାର କ୍ୟାମ୍ପେନରଙ୍କ ପ୍ରଚାର - ଜମୁଛି ଷ୍ଟାର କ୍ୟାମ୍ପେନରଙ୍କ ପ୍ରଚାର

ଧାମନଗର ଉପନିର୍ବାଚନ ଲାଗି ଚାଲିଛି ଜୋରଦାର ପ୍ରଚାର । ଭୋଟିଂ ପାଇଁ ଦିନ କମୁଛି କିନ୍ତୁ ପ୍ରଚାର ବଢୁଛି । ବରିଷ୍ଠ ନେତା ମନ୍ତ୍ର ଦେବା ପରେ ରାଜନୈତିକ ଦଳର ରଣକୌଶଳ ବଦଳି ଯାଇଛି । ବିଜେଡି ଓ ବିଜେପିର ଷ୍ଟାର ପ୍ରଚାରକ ମାନେ ପ୍ରଚାର କରୁଥିବା ବେଳେ କଂଗ୍ରେସ ପକ୍ଷରୁ ମଧ୍ୟ ଷ୍ଟାର ପ୍ରଚାରକ ମୈଦାନକୁ ଓହ୍ଲାଇଛନ୍ତି । ଅଧିକ ପଢନ୍ତୁ

Dhamnagar ByPoll: ଭୋଟିଂ ପାଇଁ କମୁଛି ଦିନ, ଜମୁଛି ଷ୍ଟାର କ୍ୟାମ୍ପେନରଙ୍କ ପ୍ରଚାର

author img

By

Published : Oct 22, 2022, 9:32 PM IST

ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ବଦଳିଛି ରଣକୌଶଳ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭଦ୍ରକ ଗ୍ରସ୍ତରେ ଆସି କର୍ମୀ ଓ ନେତାଙ୍କୁ ଟିପ୍ସ ଦେବା ପରେ ବିଜେପି ଆଜି ରଣକୌଶଳ ବଦଳାଇଛି । ଗ୍ରାଉଣ୍ଡରେ ଷ୍ଟାର ପ୍ରଚାରକ ମାରାଥନ ପ୍ରଚାର କରୁଛନ୍ତି । ଧାମନଗର ବ୍ଲକ ପଧାନୀଠାରେ ବିଜେପି ରାଜ୍ୟ ସଭାପତି, ସମୀର ମହାନ୍ତି ରାଜ୍ୟ ପ୍ରଭାରୀ ଡ଼ି ପୁରନ୍ଦେଶ୍ବରୀ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ନେଇ ରୋଡ଼ ଶୋ' ସହ ପ୍ରଚାର କରିଛନ୍ତି । ହଜାର ହଜାର କର୍ମୀଙ୍କୁ ନେଇ ବାଇକ ଶୋଭାଯାତ୍ରା କରିଛି ବିଜେପି । ଧର୍ମେନ୍ଦ୍ରଙ୍କ ଟିପ୍ସ ପରେ ଦଳ ନୂଆ ରଣକୌଶଳ ଆପଣାଇଥିବା ନେଇ ଚର୍ଚ୍ଚା ହେଉଛି ।

Dhamnagar ByPoll: ଭୋଟିଂ ପାଇଁ କମୁଛି ଦିନ, ଜମୁଛି ଷ୍ଟାର କ୍ୟାମ୍ପେନରଙ୍କ ପ୍ରଚାର

ଏହା ବି ପଢନ୍ତୁ- Dhamnagar ByPoll: ଲିଷ୍ଟରେ ନାଁ ଥିଲେ ପ୍ରଚାର କରିବାକୁ ଯିବି: ତାରା

ଅନ୍ୟପଟେ ଆଜି ବିଜେଡି଼ର ମାରାଥନ ପ୍ରଚାର ହୋଇଛି । ପ୍ରାର୍ଥିନୀ ଅବନ୍ତି ଦାସଙ୍କ ସହ ଦଳର ନେତା ପ୍ରଚାର କରିଛନ୍ତି । ଗୁଆମାଳ ଜୋନରେ ପ୍ରଚାର ଆରମ୍ଭ ହୋଇଛି । ଅଚକ ପଞ୍ଚାୟତର ବାବା ବୁଢା ମହାଦେବଙ୍କ ମନ୍ଦିରରୁ ପୂଜାର୍ଚ୍ଚନା ପରେ ପ୍ରଚାର ଆରମ୍ଭ ହୋଇଛି । ଏହି ରୋଡ଼ ଶୋ' ଅଚକ, ନନ୍ଦପୁର, ଗୁଆମାଳ ଦେଇ ଯିବା ପରେ ପଥପ୍ରାନ୍ତ ସଭାର କାର୍ଯ୍ୟକ୍ରମ ରହିଛି । ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତ ରାୟ, ସ୍ନେହାଙ୍ଗିନୀ ଛୁରିଆ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ସହ ବହୁ ବରିଷ୍ଠ ନେତା ସାମିଲ ହୋଇଛନ୍ତି । ଏଠାରେ ମଧ୍ୟ ଷ୍ଟାର ପ୍ରଚାରକଙ୍କ ଉପସ୍ଥିତି ଦଳର କର୍ମୀଙ୍କୁ ଉତ୍ସାହିତ କରୁଛି ।

ଏହା ବି ପଢନ୍ତୁ- Dhamnagar ByPoll: ମହିଳା କାର୍ଡ ବନାମ ଅନୁକମ୍ପା, ପଛରେ ପଡିଛି କଂଗ୍ରେସ

ସେହିପରି କଂଗ୍ରେସର ଷ୍ଟାର ପ୍ରଚାରକ ସୁର ରାଉତରାୟ ଧୂସୁରି ଜୋନର ଧୂସୁରି, ପାଳସାହି ଓ ଧାମନଗର ଏନ.ଏ.ସି ଅଞ୍ଚଳରେ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠିଙ୍କୁ ନେଇ କ୍ୟାମ୍ପେନ କରିଛନ୍ତି । ଏଥର କଂଗ୍ରେସକୁ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି । ଆସନ୍ତା ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ କଂଗ୍ରେସର ସମସ୍ତ ଷ୍ଟାର ପ୍ରଚାରକ ପ୍ରଚାର କରିବେ । ଅନ୍ୟପଟେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଧାମନଗର ବ୍ଲକ ଅଞ୍ଚଳରେ ପ୍ରଚାର କରୁଛନ୍ତି । ରାଜେନ୍ଦ୍ରଙ୍କ ପାଇଁ ସାଧାରଣ ଲୋକେ ଷ୍ଟାର କ୍ୟାମ୍ପେନର ହୋଇଥିବାରୁ ସେ ନିଜେ ବୁଲି ବୁଲି ପ୍ରଚାର କରିଛନ୍ତି । ପ୍ରାର୍ଥୀଙ୍କ ଠାରୁ ଏବେ ଆକର୍ଷଣ ହେଉଛନ୍ତି ଷ୍ଟାର ପ୍ରଚାରକ । କିନ୍ତୁ ଫଳାଫଳ କହିବ ଭୋଟରଙ୍କ ଉପରେ କାହାର ଷ୍ଟାର ପ୍ରଚାରକଙ୍କ ପ୍ରଭାବ ପଡୁଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.