ETV Bharat / state

ତାମିଲନାଡୁରୁ ଭଦ୍ରକ ଆସିଲା ସ୍ବତନ୍ତ୍ର ଟ୍ରେନ, ଓହ୍ଲାଇଲେ 175 ପ୍ରବାସୀ ଓଡିଆ

author img

By

Published : May 26, 2020, 11:53 PM IST

Updated : May 27, 2020, 12:19 PM IST

ଷ୍ଟେସନରେ ପ୍ରବାସୀ ଓଡିଆ ପହଞ୍ଚିବା ପରେ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ଏହି ଟ୍ରେନଟି ଭଦ୍ରକ ରେଳ ଷ୍ଟେସନରେ ପ୍ରବାସୀ ଓଡିଆଙ୍କୁ ଓହ୍ଲାଇଥିଲା । ଅଧିକ ପଢନ୍ତୁ...

ତାମିଲନାଡୁରୁ ଭଦ୍ରକ ଆସିଲା ସ୍ବତନ୍ତ୍ର ଟ୍ରେନ, ଓହ୍ଲାଇଲେ 175 ପ୍ରବାସୀ ଓଡିଆ
ତାମିଲନାଡୁରୁ ଭଦ୍ରକ ଆସିଲା ସ୍ବତନ୍ତ୍ର ଟ୍ରେନ, ଓହ୍ଲାଇଲେ 175 ପ୍ରବାସୀ ଓଡିଆ

ଭଦ୍ରକ: ଜିଲ୍ଲା ରେଳ ଷ୍ଟେସନରେ ତାମିଲନାଡୁର ସାଲେମରୁ ଆସି ପହଞ୍ଚିଛି ସ୍ବତନ୍ତ୍ର ଟ୍ରେନ । ଏହି ଶ୍ରମିକ ସ୍ବତନ୍ତ୍ର ଟ୍ରେନରେ ଆସିଛନ୍ତି ପ୍ରବାସୀ ଓଡିଆ । ଏମାନେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ସମସ୍ତଙ୍କ ନାମ ପଞ୍ଜିକରଣ ଓ ଡାକ୍ତରଙ୍କ ଦ୍ବାରା ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି ।

ତାମିଲନାଡୁ ସାଲେମରୁ ଭଦ୍ରକ ଆସିଥିବା ଏହି ଟ୍ରେନରେ 175 ପ୍ରବାସୀ ଓଡିଆ ଷ୍ଟେସନରେ ଓହ୍ଲାଇଥିବା ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ । ଏମାନେ ଓହ୍ଲାଇବା ପରେ ସେମାନଙ୍କ ସ୍କ୍ରିନିଂ କରାଯିବା ସହ ସ୍ବତନ୍ତ୍ର ବସ ଯୋଗେ ନିଜ ନିଜ ଅଞ୍ଚଳକୁ ପଠାଯାଇଛି । ନିଜ ପଞ୍ଚାୟତ, ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ହୋଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର(ଟିଏମସି)ରେ ଏମାନଙ୍କୁ ରଖାଯିବ । ଏହାପରେ ସମସ୍ତଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ।

ଷ୍ଟେସନରେ ପ୍ରବାସୀ ଓଡିଆ ପହଞ୍ଚିବା ପରେ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ଟ୍ରେନଟି ଭଦ୍ରକ ରେଳ ଷ୍ଟେସନରେ ଏହି ପ୍ରବାସୀ ଓଡିଆଙ୍କୁ ଓହ୍ଲାଇଥିଲା । ଏହାପରେ ଅନ୍ୟ ପ୍ରବାସୀ ଓଡିଆଙ୍କୁ ନେଇ ବାଲେଶ୍ବର ଅଭିମୁଖେ ଯାତ୍ରା କରିଥିବା ସୂଚନା ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : May 27, 2020, 12:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.