ETV Bharat / state

କୋଦାଳ ବେଣ୍ଟରେ ପିଟି ବାପାକୁ ହତ୍ୟାକଲା ପୁଅ - ପୁଅ ପାଲଟିଲା ପିତୃହନ୍ତା

ପୁଅ ପାଲଟିଲା ପିତୃହନ୍ତା । ବାପାକୁ କୋଦାଳ ବେଣ୍ଟରେ ପିଟି ହତ୍ୟାକଲା ପୁଅ। ସାମାନ୍ୟ କଥାକୁ ନେଇ ଖେଳିଗଲା ରକ୍ତର ହୋଲି। ଅଧିକ ପଢ଼ନ୍ତୁ

Bhadrak murder case
Son killed his father
author img

By

Published : Dec 20, 2022, 9:25 AM IST

Son killed his father

ଭଦ୍ରକ : ପାରିବାରିକ କଳହ ଭାଙ୍ଗି ଦେଲା ରକ୍ତ ସମ୍ପର୍କ । ପୁଅର କୋଦାଳ ବେଣ୍ଟ ମାଡ଼ରେ ବାପାର ମୃତ୍ୟୁ । ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ପଗଡ଼ ଅଞ୍ଚଳରେ ଏଭଳି ଘଟଣା ଘଟିଛି । ମୃତ ବ୍ୟକ୍ତି ଜଣକ ହେଲେ ଭଦ୍ରକ ଜିଲ୍ଲା ପଗଡ଼ ଗାଁର ବୁରୀ ମୁଣ୍ଡା । ସୂଚନାନୁସାରେ ବୁରୀ ଆଜି ଘରେ ଥିବା ବେଳେ ପୁଅ ଚୁକି ସହ କୌଣସି କଥାକୁ ନେଇ ଆଲୋଚନା କରୁଥିଲେ । ସେହି ସମୟରେ ଉଭୟଙ୍କ ଭିତରେ ବଚସା ହୋଇଥିଲା। ଏଥିରେ ପୁଅ ଚୁକି ରାଗିଯାଇ ଉତକ୍ଷୀପ୍ତ ହୋଇଉଠିଥିଲା ।

ଏହାପରେ ଘରେ ଥିବା ଏକ କୋଦାଳ ବେଣ୍ଟକୁ ଆଣି ବାପା ବୁରିଙ୍କ ମୁଣ୍ଡକୁ ପିଟି ଦେଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ବୁରୀଙ୍କର ମୃତ୍ୟୁ ହୋଇଥିଲା । ଖବରପାଇ ସାବରଙ୍ଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛି ।

ତେବେ ହତ୍ୟାକାଣ୍ଡର ଅଭିଯୁକ୍ତ କୁହାଯାଉଥିବା ଚୁକିକୁ ପୋଲିସ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ସାମାନ୍ୟ କୌଣସି କଥାକୁ କେନ୍ଦ୍ର କରି ପୁଅ କୋଦାଳ ବେଣ୍ଟରେ ପିଟି ବାପାକୁ ମାରିଦେବା ଘଟଣାକୁ ସାଧରଣରେ ବିଶ୍ବାସ କରି ହେଉନାହିଁ। ତେବେ ପ୍ରକୃତରେ କେଉଁ କାରଣରୁ ଏହିପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି ତାହା ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ । ଅନ୍ୟପକ୍ଷରେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ମିଳିପାରିନାହିଁ ।

ଏ ସମ୍ପର୍କରେ ମୃତକଙ୍କ ସମ୍ପର୍କୀୟ ଟୁଟୁ ମୁଣ୍ଡା କହିଛନ୍ତି "ବୁରି ଘରେ ଏକୁଟିଆ ଥିଲେ । ଘରେ ମଧ୍ୟ କେହି ଭାଇବି ନଥିଲେ । ଏହି ସମୟରେ ବୁରିଙ୍କ ପୁଅ ଘରକୁ ଯାଇଥିଲେ । ଘରେ ବାପା ବୁରି ପୁଅ ଚୁକିକୁ ଦେଖି ଧାନ ସମ୍ପର୍କରେ ଆଲୋଚନା କରିଥିଲେ । ସେ ଧାନ ବିକ୍ରିକୁ ନେଇ ବାରଣ କରିଥିଲେ । ହେଲେ ପୁଅ ଚୁକି ଏଥିରେ ରାଗିଯାଇ ବାପା ବୁରିଙ୍କୁ ଆକ୍ରମଣ କରିଥିଲେ । ପାଖରେ ପଡ଼ିଥିବା କୋଦାଳ ବେଣ୍ଟ ଆଣି ବୁରିଙ୍କ ମୁଣ୍ଡକୁ ମାରିଥିଲା ପୁଅ ।"

ଏହି ଘଟଣାପରେ ମୃତକଙ୍କ ପରିବାରରେ ଶୋକରଛାୟା ଖେଳିଯାଇଛି । ଅନ୍ୟପକ୍ଷରେ ଅଭିଯୁକ୍ତକୁ ପୋଲିସ ପଚରାଉଚରା କରୁଛି । ଏହି ପାରିବାରିକ ଅଶାନ୍ତି ଆଜିର ନା କେବେ ଠୁ ଲାଗି ରହିଛି ତାହାର କାରଣ ଜଣାପଡ଼ିନି । ଘଟଣା ପରେ ପୋଲିସ ହତ୍ୟାରେ ବ୍ୟବହୃତ ହୋଇଥିବା କୋଦାଳ ବେଣ୍ଟକୁ ମଧ୍ୟ ଜବତ କରିଛି । ପରିବାର ଲୋକଙ୍କୁ ବି ପଚରାଉଚୁରା କରୁଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.