ETV Bharat / state

କାମୁଡିଲା ସାପ, ମହିଳାଙ୍କ ସହ ସାପକୁ ଧରି ହସ୍ପିଟାଲରେ ପରିବାର ଲୋକେ - ଶୋଇଥିବା ସମୟରେ ମହିଳାଙ୍କୁ କାମୁଡାଲି ସାପ

ପକ୍ଷାଘାତରେ ପୀଡିତ ଥିବା ମହିଳାଙ୍କୁ କାମୁଡିଲା ସାପ। ସାପକୁ ଧରି ହସ୍ପିଟାଲରେ ପରିବାର ଲୋକେ। ଅଧିକ ପଢନ୍ତୁ

family members takes snake to bhadrak hospital

author img

By

Published : May 18, 2023, 11:44 AM IST

family members takes snake to bhadrak hospital

ଭଦ୍ରକ: ଶୋଇଥିବା ସମୟରେ ମହିଳାଙ୍କୁ କାମୁଡିଲା ସାପ । ପକ୍ଷାଘାତରେ ପୀଡିତ ଥିବାରୁ ଜାଣିପାରିଲେ ନାହିଁ ମହିଳା । ମହିଳାଙ୍କ ସହ ଦୁଇ ସାପକୁ ଧରି ହସ୍ପିଟାଲରେ ପହଞ୍ଚିଲେ ପରିବାର ଲୋକେ । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧୀନ ପାଟୁଳି ଗ୍ରାମରେ । ମହିଳା ଜଣଙ୍କ ବର୍ତ୍ତମାନ ସୁସ୍ଥଥିବା ବେଳେ ସାପ ଦୁଇଟି ରଣା ଏବଂ ଚିତି ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ-ଆଜିଠୁ ରାଜ୍ୟରେ ଦୌଡିବ ବନ୍ଦେ ଭାରତ ଏକ୍ସପ୍ରେସ, ଓଡିଶାକୁ 8 ହଜାର କୋଟିର ଭେଟି ଦେବେ ପ୍ରଧାନମନ୍ତ୍ରୀ

ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ମହିଳା ଜଣଙ୍କ ଘରେ ଶୋଇଥିବା ବେଳେ ହଠାତ ଦୁଇଟି ସାପ ତାଙ୍କ ଘରେ ପଶିଯାଇ ତାଙ୍କୁ କାମୁଡିଥିଲେ । କିନ୍ତୁ ପକ୍ଷାଘାତ ରୋଗରେ ପୀଡିତ ହୋଇ ଶଯ୍ୟାସାୟୀ ଥିବାରୁ କିଛି ଜାଣି ପାରିନଥିଲେ । ଏହି ସମୟରେ ମହିଳାଙ୍କ ସ୍ବାମୀ ଏହା ଦେଖି ପଡୋଶୀଙ୍କୁ ଡାକିଥିଲେ । ପରେ ପରିବାର ଲୋକେ କୌଶଳ କ୍ରମେ ସାପ ଦୁଇଟିକୁ କାବୁ କରିଥିଲେ । ଏହାପରେ ମହିଳାଙ୍କ ସମେତ ସାପ ଦୁଇଟିକୁ ଧରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ ପରିବାର ଲୋକେ । ସେଠାରେ ଡାକ୍ତରଙ୍କ ପ୍ରାଥମିକ ଚିକିତ୍ସା ପରେ ମହିଳା ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ମହିଳାଙ୍କୁ କାମୁଡିଥିବା ସାପ ଦୁଇଟି ରଣା ଏବଂ ଚିତି ବୋଲି ଜଣାପଡିଛି । ତେବେ ଏପରି ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି । କାହିଁକି ନା ସାପ କାମୁଡାରେ ଅନେକ ସମୟରେ ଅନେକ ଲୋକ ମୃତ୍ୟୁବରଣ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-BSE Matric Result 202: ଆଜି ମାଟ୍ରିକ ଫଳ, ସକାଳ ୧୦ରେ ପୁସ୍ତିକା ଉନ୍ମୋଚନ କରିବେ ମନ୍ତ୍ରୀ

ସାପ କାମୁଡା ଜନିତ ମୃତ୍ୟୁ ସଂଖ୍ୟାକୁ କମାଇବା ପାଇଁ ଗତବର୍ଷ ରାଜ୍ୟ ସରକାର ନୂଆ ପ୍ରୟାସ ଆରମ୍ଭ କରିଥିଲେ । ସାପ କାମୁଡା ରୋଗୀଙ୍କୁ ହସ୍ପିଟାଲ ନେବା ପାଇଁ ପ୍ରତି ଗ୍ରାମରେ ହାଲୁକା ଷ୍ଟ୍ରେଚର୍ ରହିବାକୁ ବ୍ୟବସ୍ଥା କରାଯାଇଥିଲା । ଏଥିସହ ବିଷାକ୍ତ ସାପ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଗାଁ ଗାଁରେ ସାପ ସମ୍ପର୍କିତ ସୂଚନା ପୋଷ୍ଟର ଲଗାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ରାଜ୍ୟର କିଛି ଅଞ୍ଚଳରେ ପାଇଲଟ ପ୍ରକଳ୍ପ ଆଧାରରେ ଏହି ରଣନୀତି ଆପଣାଇଛନ୍ତି ସରକାର । ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ରାଜ୍ୟବ୍ୟାପୀ ଲାଗୁ କରାଯିବ ବୋଲି କୁହାଯାଇଥିଲା । ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଏହି ସୂଚନା ଦେଇଥିଲେ ।

ଇଟିଭି ଭାରତ, ଭଦ୍ରକ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.