ETV Bharat / state

ବାସି ପଖାଳ ଖାଇ 24 ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

author img

By

Published : Apr 30, 2022, 7:34 PM IST

ଭଦ୍ରକ ତିହିଡିରେ ବାସି ପଖାଳ ଖାଇ 24 ଅସୁସ୍ଥ । ସମସ୍ତ ଅସୁସ୍ଥ ଡାକ୍ତରଖାନାରେ ଭର୍ତ୍ତି । ଅଧିକ ପଢନ୍ତୁ

ବାସି ପଖାଳ ଖାଇ 24 ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି
ବାସି ପଖାଳ ଖାଇ 24 ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ଭଦ୍ରକ: ଜିଲ୍ଲା ତିହିଡ଼ି ବ୍ଲକ କୁବେରା ପଞ୍ଚାୟତ ଅନ୍ତର୍ଗତ ଦ୍ୱୀପବାଡ଼ି ଗ୍ରାମରେ ବାସି ପଖାଳ ଖାଇ 24 ଜଣ ଅସୁସ୍ଥ ସୂଚନା । ସମସ୍ତ ଅସୁସ୍ଥଙ୍କୁ ତିହିଡ଼ି ଡାକ୍ତରଖାନାରେ ଭର୍ତ୍ତି । ଆୟୋଜନ ଏକ ସାଂସ୍କୃତିକ କାର୍ଯ୍ୟକ୍ରମେ ବାକି ରହିଯାଇଥିବା ପଖାଳ ଖାଇ ଅସୁସ୍ଥ ହୋଇଥିବା ସନ୍ଦେହ କରାଯାଉଛି ।

ସୂଚନା ଅନୁଯାୟୀ, ଦ୍ୱୀପବାଡ଼ି ଗ୍ରାମରେ ରାମନବମୀ ଠାକୁର ଭସାଣି ପାଇଁ ଅନ୍ନ ପ୍ରସାଦ ତିଆରି ହୋଇଥିଲା । ରାତିରେ ଭସାଣି ସାରି ଗ୍ରାମବାସୀ ଏହି ଅନ୍ନ ପ୍ରସାଦ ପାଇ ଘରକୁ ଯାଇ ଥିବାବେଳେ କିିଛି ପ୍ରସାଦ ବଳି ପଡ଼ିଥିଲା । ଯାହାକୁ ପରଦିନ ପଖାଳ କରି ଖାଇଥିଲେ ଗ୍ରାମବାସୀ । ଏହାପରେ କେତେକ ଲୋକ ଅସୁସ୍ଥ ହୋଇପଡିବାରୁ ସେମାନଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ ବାସି ପଖାଳ ଖାଇ ଗ୍ରାମବାସୀ ଅସୁସ୍ଥ ହୋଇଥିବା ସନ୍ଦେହ କରାଯାଉଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.