ETV Bharat / state

ସେବା ସମବାୟ ସମିତିର ପୂର୍ବତନ ସମ୍ପାଦକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

author img

By

Published : Sep 1, 2021, 9:19 AM IST

ସେବା ସମବାୟ ସମିତିର ପୂର୍ବତନ ସମ୍ପାଦକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ବ୍ୟାପକ ଦୁର୍ନୀତି ଓ ଅର୍ଥ ଆତ୍ମସାତ୍ ହୋଇଥିବା ଅଭିଯୋଗ । ଅଧିକ ପଢନ୍ତୁ...

ସେବା ସମବାୟ ସମିତିର ପୂର୍ବତନ ସମ୍ପାଦକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ
ସେବା ସମବାୟ ସମିତିର ପୂର୍ବତନ ସମ୍ପାଦକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

ଭଦ୍ରକ: ତିହିଡି ବ୍ଲକ ଗାନ୍ଧୀନଗର ସେବା ସମବାୟ ସମିତିର ପୂର୍ବତନ ସମ୍ପାଦକଙ୍କ ବିରୋଧରେ ବ୍ୟାପକ ଦୁର୍ନୀତି ଓ ଅର୍ଥ ଆତ୍ମସାତ୍ ହୋଇଥିବା ଅଭିଯୋଗ ହୋଇଛି । ଏନେଇ କାଁପଡା ପଞ୍ଚାୟତ ସମିତି ସଭ୍ଯ ଉଦ୍ଧବ ଚରଣ ନାୟକଙ୍କ ସମେତ ବହୁ ଚାଷୀ ଜିଲ୍ଲା ସମବାୟ ସମିତି ସମୁହ ସହକାରୀ ନିବଦ୍ଧକଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହାସହ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ଆତ୍ମସାତ ହୋଇଥିବା ଅର୍ଥ ଆଦାୟ କରିବା ଲାଗି ଦାବି କରିଛନ୍ତି।

ସୂଚନା ମୁତାବକ, ୨୦୧୩-୧୪ ଆର୍ଥିକ ବର୍ଷରେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ସମିତିର କାର୍ଯ୍ୟାଳୟ ଗୃହ ନିର୍ମାଣ ନିମନ୍ତେ ୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ସେହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ସମିତିର ତତ୍କାଳୀନ ସମ୍ପାଦକ ପିତବାସ ମଳିକ ତାଙ୍କ ନିଜ ସାନଭାଇ ନୀଳମଣୀ ମଳିକଙ୍କ ସ୍ତ୍ରୀ ସଞ୍ଜୁକ୍ତା ମଳିକଙ୍କ ନାମରେ କାର୍ଯ୍ୟାଦେଶ ନେଇ କାର୍ଯ୍ୟ କରିଥିଲେ। କାର୍ଯ୍ୟ ଅନୁଯାୟୀ ତିହିଡ଼ି ବ୍ଲକ କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ମାପ ଓ ପରିମାପ କରିଥିଲେ । ଏହାସହ ଅର୍ଥ ଉଠାଣ କରିଥିଲେ । କିନ୍ତୁ ଏବେ ସମୀକ୍ଷା ରିପୋର୍ଟରୁ ଜଣାଯାଇଛି ଯେ ସମିତି ପାଣ୍ଠିରୁ ଏକ ଜାଲ କାଗଜପତ୍ର ଦର୍ଶାଇ ୭ ଲକ୍ଷ ୩୦ ହଜାର ୩୯୨ ଟଙ୍କା ଉଠାଇ ନେଇଛନ୍ତି । ଯାହା ସମ୍ପୂର୍ଣ ଭାବେ ଜାଲ ବୋଲି ଅଭିଯୋଗ ହୋଇଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.