ETV Bharat / state

ସୂରଜଙ୍କୁ ଗ୍ରହଣ କଲେ ଧାମନଗରବାସୀ, ଅତ୍ୟଧିକ ଅହଂକାର ବିଜେଡି ପତନର କାରଣ ! - Etv Bharat Special Stories

ସବୁ ଅଙ୍କକଷାରେ ଲାଗିଲା ବିରାମ । ସୂର୍ଯ୍ୟବଂଶୀ ସୂରଜଙ୍କ ମୁଣ୍ଡରେ ବିଜୟ ତିଲକ ମାରିଛନ୍ତି ଧାମନଗର ଭୋଟର । ଅତ୍ୟଧିକ ଅହଂକାର ବିଜେଡି ପତନର କାରଣ । ୨୦୦୯ ପରଠୁ କୌଣସି ଉପନିର୍ବାଚନ ହାରିନଥିଲା ବିଜେଡି । ଅଧିକ ପଢ଼ନ୍ତୁ

rumour arise BJD ego main reason behind fall down in Dhamnagar By Poll
ସୂରଜଙ୍କୁ ଗ୍ରହଣ କଲେ ଧାମନଗରବାସୀ, ଅତ୍ୟଧିକ ଅହଂକାର ବିଜେଡି ପତନର କାରଣ !
author img

By

Published : Nov 7, 2022, 8:11 PM IST

ଭୁବନେଶ୍ବର: ସୂରଜଙ୍କୁ ଗ୍ରହଣ କଲେ ଧାମନଗରବାସୀ । ଧାମନଗରରେ ବୃହତ ବ୍ୟବଧାନରେ ବିଜୟ ହାସଲ କରିଛି ବିଜେପି । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ପ୍ରାୟ ୧୦ ହଜାର ଭୋଟର ବିରାଟ ବ୍ୟବଧାନରେ ବିଜେଡିର ପ୍ରାର୍ଥିନୀ ଅବନ୍ତୀ ଦାସଙ୍କୁ ପରାସ୍ତ କରିଛନ୍ତି । କାମ ଦେଲାନି ନବୀନଙ୍କ ପ୍ରତିଶୃତି ଓ ବିକାଶର ବାର୍ତ୍ତା । ବିରୋଧୀ ପ୍ରାର୍ଥୀଙ୍କୁ ହେୟଜ୍ଞାନର ଫଳ ଭୋଗିଛି ଶଙ୍ଖ ବାହିନୀ । ମୁଖ୍ୟମନ୍ତ୍ରୀ ଧାମନଗରବାସୀଙ୍କ ଜନମତକୁ ସ୍ବୀକାର କରିଥିବା ବେଳେ କଂଗ୍ରେସ କହିଛି, ବିଜେଡିର ଅତ୍ୟଧିକ ଅହଂକାର କାରଣରୁ ଧାମନଗରରେ ଏହି ପତନ ଘଟିଛି ।

ସୂରଜଙ୍କୁ ଗ୍ରହଣ କଲେ ଧାମନଗରବାସୀ, ଅତ୍ୟଧିକ ଅହଂକାର ବିଜେଡି ପତନର କାରଣ !

କଂଗ୍ରେସ କହିଲା ଲୋକେ ଚାଲାକ ହେଲେଣି

କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ଧାମନଗରରେ ଅମାନତ ହରାଇଛନ୍ତି । ସେପଟେ ବିଜେଡିର ତୁଙ୍ଗ ନେତାମାନେ ଏବେ ପରାଜୟର କାରଣ ଖୋଜିବାରେ ଲାଗିପଡିଛନ୍ତି । ଏହାରି ମଧ୍ୟରେ ଶାସକ ଦଳକୁ କଟାକ୍ଷ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟ । ସେ କହିଛନ୍ତି, "ନବୀନ ବାବୁ କହୁଛନ୍ତି ଆମେ ଜାଣିଥିଲୁ ବିଜେପି ଧାମନଗରେ ବିଜେପି ଜିତିବ । ତେବେ କାହିଁକି ସେଠାରେ ୪୨ ବିଧାୟକ ଯାଇ ପ୍ରଚାର ଚଳାଇଥିଲେ । ଲୋକେ ନେତାଙ୍କ ଅପେକ୍ଷା ଆହୁରି ଚତୁର ହେଲେଣି । ଧାମନଗରରେ ବିଜେଡିର ଶେଷ ବୈଠକରେ ୧୫ ହଜାର ଲୋକ ଥିଲେ । ଆମେ ରାଲି କଲାବେଳେ ଲାଗୁଥିଲା ବିଜେଡି ଜିତିକି ଅଛି । କିନ୍ତୁ ଗଣତି ବେଳେ ବିଜେପି ବାଜିମାତ କରିଛି । ତେଣୁ କେତେବେଳ କଣ ହେବ କହି ହେବନି ।"

ନିଜ ଦମ୍‌ରୁ ଜିତିଛୁ କହିଲା ବିଜେପି

ଗତକାଲି ଧାମନଗର ନିର୍ବାଚନ ଫଳାଫଳ ଘୋଷଣା ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବରରେ ଏକ କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ନବୀନ । ଦିବଙ୍ଗତ ବିଜେପି ନେତା ବିଷ୍ଣୁ ସେଠି ଲୋକପ୍ରିୟ ଥିଲେ । ତାଙ୍କ ପୁଅଙ୍କୁ ବିଜେପି ଟିକେଟ ଦେଇଥିଲା । ତାଙ୍କ ପୁଅଙ୍କର ଜିତିବାର ସମ୍ଭାବନା ଅଧିକ ଥିଲା ବୋଲି କହିଥିଲେ ନବୀନ । ଏହାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେପି । ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ମୁଖ୍ୟମନ୍ତ୍ରୀ ଯାହା କହୁଛନ୍ତି ତାହା ଭାବିଚିନ୍ତି କହି ନାହାନ୍ତି ଦିବଙ୍ଗତ ପରିବାରରୁ ଯଦି କେହି ଛିଡ଼ା ହେଉଛନ୍ତି ତେବେ ବିଜେଡି କାହିଁକି ପ୍ରାର୍ଥୀ ଦେଉଛି ? ସେଠାରେ ବ୍ୟାପକ ଟଙ୍କା ବାଣ୍ଟି ଫେଲ୍‌ ମାରିଛି ବିଜେଡି । ବିଜେପି ନିଜ ଦମ୍‌ରେ ଉପନିର୍ବାଚନ ଜିତିଛି । ଏଥିପାଇଁ ଆମେ ଧାମନଗରବାସୀଙ୍କୁ ଧନ୍ୟବାଦ ଦେଉଛୁ ।"

ବିଜେଡିକୁ ଅହଂଭାବ ହରାଇଲା !

୨୦୦୯ ପରେ ପ୍ରଥମ ଥର ପାଇଁ କୌଣସି ଉପନିର୍ବାଚନ ହାରିଛି ବିଜେଡି । ଏହା ରାଜ୍ୟ ରାଜନୀତି କିଛି ପରିବର୍ତ୍ତନ ଆଣିପାରେ ବୋଲି ଚର୍ଚ୍ଚା ହେଉଛି । ଏହାକୁ ନେଇ ରାଜନୀତି ସମୀକ୍ଷକ ପ୍ରତିକ୍ରିୟା ରଖିଛନ୍ତି । ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି, "ବିଜେପି ପୂର୍ବ ନିର୍ବାଚନ ଗୁଡ଼ିକରେ ଯେଉଁ ସବୁ ଭୁଲ କରୁଥିଲା । ସେଥିରେ ସୁଧାର ଆଣିଛି । ଧାମନଗରରେ ବିଜେପିର ପ୍ରଚାର ଶୃଙ୍ଖଳିତ ପ୍ରଚାର ଥିଲା । ବିଜେଡିର ବିଜୟ ଧାରାରେ ଏକ ବ୍ରେକ୍‌ ଲାଗିଛି । ଅତ୍ୟଧିକ ଅହଂକାର କାରଣରୁ ଲୋକେ ଶାସକ ଦଳକୁ ପ୍ରତ୍ୟାଖାନ କରିଛନ୍ତି । ଅନ୍ୟପଟେ ଧାମନଗରବାସୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୀର୍ଷ ନେତୃତ୍ବକୁ ପସନ୍ଦ କରିଛନ୍ତି । ଯାହାକି ବିଜେପି ଜିତିବା ପଛର ପ୍ରମୁଖ କାରଣ । ଏହା ବାଦ ବିଜେଡିର ପ୍ରାର୍ଥୀ ଚୟନରେ ବିରାଟ ଭୁଲ ରହିଲା । ଦଳ ଭିତରେ ବିଦ୍ରୋହୀ ତିଆରି ହେବା ବିଜେଡି ପାଇଁ ବୁମେରାଂ ହୋଇଗଲା । ଯାହାକି ବିଜେଡି ପରାଜୟ ପଛର ଅନ୍ୟତମ କାରଣ । ରାଜୁ ଦାସ ଫ୍ୟାକ୍ଟର ମଧ୍ୟ ବିଜେପିକୁ ସୁହାଇଲା ।"

ସମୀକ୍ଷା କରିବ ଶାସକ ଦଳ

ଧାମନଗର ଦଖଲ କରିବାରେ ଫେଲ୍‌ ମାରିବା ପରେ ଏବେ ପରାଜୟର କାରଣ ଖୋଜା ପଡ଼ିଛି । କାରଣ ତୁଙ୍ଗ ନେତାଙ୍କୁ ଧାମନଗର ଦାୟିତ୍ବ ଦେଇଥିଲେ ବିଜେଡି ସୁପ୍ରିମୋ । ସେପଟେ ଅଭିଜ୍ଞ ନେତାଙ୍କୁ ଅଣଦେଖା କରିବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିବା ଆଲୋଚନା ହେଉଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ଦେବୀ ମିଶ୍ର । ସେ କହିଛନ୍ତି, "ମୁଖ୍ୟମନ୍ତ୍ରୀ ସବୁବର୍ଗର ଲୋକମାନଙ୍କ ପାଇଁ କାମ କରିଛନ୍ତି । ବିଜେଡି ଏକ ଦଳ ନୁହେଁ ଏକ ସାମୁହିକ ଅନୁଷ୍ଠାନ । ତେଣୁ ଏହି ହାର୍‌ର କୌଣସି ପ୍ରଭାବ ଦଳ ଉପରେ ପଡିବନି । ଏହି ଆସନଟି ବିଜେପିର ଥିଲା, ବିଜେପି ହାତକୁ ପୁଣିଥରେ ଗଲା । ଏଥିରେ ଅସୁବିଧା କଣ ? ଆମେ ସମୀକ୍ଷା କରିବୁ ।"

ବଡ କଥା ହେଲା ଆଗକୁ ଆସୁଛି ପଦ୍ମପୁର ଉପନିର୍ବାଚନ । ସେଥିପାଇଁ ଏବେ ଠାରୁ ଆରମ୍ଭ ହୋଇଗଲାଣି ଅଙ୍କକଷା । ଏହି ଆସନକୁ ହାତେଇବା ପାଇଁ ବିଜେପି ପୁରା ଦମ୍‌ରେ ପ୍ରସ୍ତୁତି ଆରମ୍ଭ କରିଛି । ପ୍ରାର୍ଥୀ ଚୟନରେ କଣ ରହୁଛି ବିଜେଡିର ରଣନୀତି ଏବେ ତା ଉପରେ ସମସ୍ତଙ୍କ ନଜର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.