ETV Bharat / state

ଭିନ୍ନକ୍ଷମଙ୍କ ପାଇଁ ପ୍ରେରଣାର ଉତ୍ସ ରୁଚିକା

ସେ ଦିବ୍ୟାଙ୍ଗ । ଏହା କିନ୍ତୁ ଦୋହଲାଇ ପାରି ନାହିଁ ତାଙ୍କ ମନୋବଳକୁ । ଇଚ୍ଛାଶକ୍ତି ବଳରେ ବିପିପି (Bachelor preparatory programme) ପରୀକ୍ଷା ଦେଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ସେ ।

author img

By

Published : Jun 3, 2019, 6:39 PM IST

Updated : Jun 3, 2019, 7:58 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତ, ଭଦ୍ରକ

ଭଦ୍ରକ: ଦୃଢ଼ ଇଚ୍ଛା ଶକ୍ତି ଏବଂ ପ୍ରବଳ ମନୋବଳ ଆଗରେ ହାର ମାନେ ସମସ୍ତ ବାଧା ବିଘ୍ନ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ପଲାସାର ରୁଚିକା ସାହୁକାରୀ । ରୁଚିକାଙ୍କ ଜନ୍ମ 2000 ମସିହା ଜୁନ 12 ତାରିଖରେ ହୋଇଥିଲା । ଜନ୍ମରୁ ସେ ଦିବ୍ୟାଙ୍ଗ । ବାପା ତୁଲସୀଦାସ ସାହୁକାରୀ ଓଡିଶା ଯାଜପୁର ଜିଲ୍ଲା ଅନ୍ତର୍ଗତ ଏକ ଷ୍ଟିଲ କମ୍ପାନୀରେ ଚାକିରୀ କରନ୍ତି । ଏଥିସହ ମା ଏବଂ ସାନ ଭଉଣୀଙ୍କୁ ନେଇ ରୁଚିକାଙ୍କ ପରିବାର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତ, ଭଦ୍ରକ

ରୁଚିକା ଦିବ୍ୟାଙ୍ଗ ହେଲେ ମଧ୍ୟ ପାଠ ପଢିବା ପ୍ରତି ତାଙ୍କର ପ୍ରବଳ ଇଚ୍ଛା ଶକ୍ତି ଥିଲା । ଏହା ଦେଖି କେରଳର ଏକ ସ୍ୱେଚ୍ଛାସେବୀ ସଂଗଠନ ତାଙ୍କୁ ପାଠ ପଢିବା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଇଥିଲେ । ନିଜର ଇଚ୍ଛାଶକ୍ତି ବଳରେ ଆଜି (ସୋମବାର) ଭଦ୍ରକ ସ୍ଵଂୟଶାସିତ ମହାବିଦ୍ୟାଳୟରେ ବିପିପି (Bachelor preparatory programme) ପରୀକ୍ଷା ଦେଇଛନ୍ତି ରୁଚିକା । ଏନେଇ ତାଙ୍କ ପିତାମାତାଙ୍କ ସହ ପରୀକ୍ଷା ସୁପରଟେଣ୍ଡେଣ୍ଟ ମଧ୍ୟ ବେଶ ଆନନ୍ଦିତ ।

‘ଅମୃତବର୍ଷିଣୀ’ ନାମକ ଏକ ଅନୁଷ୍ଠାନର ଲତା ନାୟର ନାମକ ମହିଳାଙ୍କୁ ନିଜର ଆଦର୍ଶ ବୋଲି କହନ୍ତି ରୁଚିକା । ପିତାମାତା ଏବଂ ତାଙ୍କ ଭଉଣୀଙ୍କ ସମେତ ଅନେକ ଶୁଭେଚ୍ଛୁଙ୍କ ବହୁ ଅବଦାନ ପାଇଁ ସେ ଆଜି ଏହି ସ୍ତରରେ ପହଞ୍ଚି ପାରିଛନ୍ତି ବୋଲି କହିଛନ୍ତି । ଏହାସହ ଆଗାମୀ ଦିନରେ ସ୍ୱାବଲମ୍ବୀ ହେବା ତାଙ୍କ ଲକ୍ଷ୍ୟ ବୋଲି ‘ଇଟିଭି ଭାରତ’ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି ପଲାସାର ରୁଚିକା ସାହୁକାରୀ । ଅନ୍ୟପକ୍ଷରେ ରୁଚିକାଙ୍କ ପାଇଁ ସମସ୍ତ ସୁବ୍ୟବସ୍ଥା କରାଯାଇଥିବା ବେଳେ ସେ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା ଭାବେ ଉଦ୍ଭା ହୋଇଥିବା କହିଛନ୍ତି ପରୀକ୍ଷା ସୁପରିଟେଣ୍ଡେଣ୍ଟ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Jun 3, 2019, 7:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.