ଭଦ୍ରକ: ଦୁର୍ଘଟଣାରେ ବାଇକ ଆରୋହୀଙ୍କର ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକଙ୍କ କ୍ଷତିପୂରଣ ଦାବି ସହ ରାସ୍ତାରୋକ । ଭଦ୍ରକ ଚାନ୍ଦବାଲି-କେନ୍ଦ୍ରାପଡା ରାସ୍ତାର ତାରଣୀ ଛକ ନିକଟରେ ସଡକ ଦୁର୍ଘଟଣା ହୋଇଥିବାବେଳେ ଲୋକେ ରାସ୍ତାରୋକ କରିବା ସହ ଯାନବାହାନ ଚଳାଚଳକୁ ବନ୍ଦ କରିଛନ୍ତି ।
ସୂଚନା ଅନୁସାରେ, ମୃତକ ଜଣକ ହେଲେ ସ୍ଥାନୀୟ ବିନିତାର ୱାର୍ଡର ସୁବାସ ବିଶ୍ୱାସ । ସେ ତାଙ୍କ ବାଇକରେ ଚାନ୍ଦବାଲିରୁ ଘରକୁ ଫେରୁଥିବାବେଳେ କେନ୍ଦ୍ରାପଡା ଅଞ୍ଚଳରୁ ଆସୁଥିବା ଜଣେ ବାଇକ ଆରୋହୀ ସୁବାଷଙ୍କ ବାଇକକୁ ତାରଣୀ ଛକ ନିକଟରେ ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ସୁବାଷ ଗୁରୁତର ହୋଇଥିଲେ ।
ଘଟଣା ଘଟିବା ପରେ ସ୍ଥାନୀୟବାସିନ୍ଦା ତାଙ୍କୁ ମେଡିକାଲ ନେଇଥିଲେ ହେଁ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ଆଜି ସ୍ଥାନୀୟବାସିନ୍ଦା ମୃତ ସୁବାଷଙ୍କ ପରିବାରକୁ 20 ଲକ୍ଷ କ୍ଷତିପୂରଣ ଦେବା ସହ ମୁଖ୍ୟରାସ୍ତା ତାରଣୀ ଛକରୁ ଗେମନ ପୋଲ ଯାଏଁ 12ଟି ହମ୍ପସ ନିର୍ମାଣ କରିବାକୁ ଦାବି କରିଛନ୍ତି । ଦାବି ପୂରଣ ନହେଲେ ରାସ୍ତାରୋକ ହଟିବନି ବୋଲି ସ୍ଥାନୀୟବାସିନ୍ଦା ଦାବି କରିଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ