ETV Bharat / state

କାରକୁ ଧକ୍କା ଦେଲା ଷଣ୍ଢ ବୋଝେଇ ଗାଡି: ୨ ଷଣ୍ଢ ମୃତ, ୯ ଗୁରୁତର

author img

By

Published : Jul 9, 2022, 6:48 PM IST

ଭଦ୍ରକରେ କାରକୁ ପିଟିଲା ଷଣ୍ଢ ବୋଝେଇ ଭ୍ୟାନ । ଏଥିରେ ୨ଟି ଷଣ୍ଢ ମୃତ୍ୟୁବରଣ କରିଥିବାବେଳେ ୯ଟି ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ବଜରଙ୍ଗ ଦଳର କର୍ମୀମାନେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଓ ଷଣ୍ଢଙ୍କୁ ଉଦ୍ଧାର କରିଛନ୍ତି । ଷଣ୍ଢ ବୋଝେଇ ଗାଡିର ଚାଳକ ସମେତ ଗୋଚାଲାଣକାରୀ ଫେରାର । ଅଧିକ ପଢ଼ନ୍ତୁ

କାରକୁ ଧକ୍କା ଦେଲା ଷଣ୍ଢ ବୋଝେଇ ଗାଡି: ୨ଟି ଷଣ୍ଢ ମୃତ, ୯ଟି ଗୁରୁତର

ଭଦ୍ରକ: କାରକୁ ପଛପଟୁ ଧକ୍କା ଦେଲା ଷଣ୍ଢ ବୋଝେଇ ଗାଡି । ଦୁର୍ଘଟଣାରେ ୨ଟି ଷଣ୍ଢ ମୃତ୍ୟୁ ବରଣ କରିଥିବାବେଳେ ୯ଟି ଷଣ୍ଢ ଗୁରୁତର ହୋଇଛନ୍ତି । ଏଭଳି ଦୁର୍ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବଜାରରେ । ସେପଟେ ବେଆଇନ ଭାବେ ଷଣ୍ଢ ଗୁଡ଼ିକୁ କୋଲକାତା ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ ଏକ ଷଣ୍ଢ ବୋଝେଇ ଭ୍ୟାନ ଅତି ଦ୍ରୁତ ଗତିରେ ଯାମଝାଡି ଅଭିମୁଖେ ଯାଉଥିବାବେଳେ ସାମନାରେ ଯାଉଥିବା ଏକ କାରକୁ ଧକ୍କା ଦେଇଥିଲା । କାରଟି ଭାରସାମ୍ୟ ହରାଇ ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ପାର୍ଶ୍ବରେ ଥିବା ପାଣି ନାଳରେ ପଡିଥିଲା । ସେପଟେ ଷଣ୍ଢ ବୋଝେଇ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇ ୨ଟି ଷଣ୍ଢ ମୃତ୍ୟୁବରଣ କରିଥିବା ବେଳେ ୯ ଗୁରୁତର ହୋଇଥିଲେ । ଘଟଣାସ୍ଥଳରେ ବଜରଙ୍ଗ ଦଳର କର୍ମୀମାନେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଓ ଷଣ୍ଢଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ଷଣ୍ଢ ବୋଝେଇ ଗାଡିର ଚାଳକ ସମେତ ଗୋଚାଲାଣକାରୀ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡ଼ିଛି । ଚାଲାଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବଜରଙ୍ଗ ଦଳ ପକ୍ଷରୁ ଦାବି କରାଯାଇଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.