ETV Bharat / state

ବିଦ୍ୟାଳୟର ଉନ୍ନତି ପାଇଁ ଏକ ଲକ୍ଷ ଦାନ କଲେ ଅବସରପ୍ରାପ୍ତ ଶିକ୍ଷକ

author img

By

Published : May 9, 2023, 8:00 AM IST

ବିଦ୍ୟାଳୟର ଉନ୍ନତି ପାଇଁ ଏକ ଲକ୍ଷ ଟଙ୍କା ଦାନ କଲେ ଅବସରପ୍ରାପ୍ତ ଶିକ୍ଷକ । ନିଜର ପେନସନ ଟଙ୍କାରୁ କିଛି କିଛି ଅର୍ଥ ସଞ୍ଚୟ କରି ଚର୍ଚ୍ଚାରେ ଶିକ୍ଷକ ପରମାନନ୍ଦ ନାୟକ । ଅଧିକ ପଢନ୍ତୁ

Retired teacher donates one lakh rupees
Retired teacher donates one lakh rupees
ଏକ ଲକ୍ଷ ଦାନ କଲେ ଅବସରପ୍ରାପ୍ତ ଶିକ୍ଷକ

ଭଦ୍ରକ: ବିଦ୍ୟାଳୟର ଉନ୍ନତି ପାଇଁ ଟଙ୍କା ଦାନ କଲେ ଅବସରପ୍ରାପ୍ତ ଶିକ୍ଷକ । ଏକ ଲକ୍ଷ ଟଙ୍କା ଦାନ କରି ଚର୍ଚ୍ଚାରେ ଶିକ୍ଷକ ପରମାନନ୍ଦ ନାୟକ । ପେନସନ ଟଙ୍କାରୁ କିଛି କିଛି ଅର୍ଥ ସଞ୍ଚୟ କରି ଧୁଷୁରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଉନ୍ନତି ପାଇଁ ମୋ ସ୍କୁଲ୍ ଅଭିଯାନ ଆକାଉଣ୍ଟରେ ଏକ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ପରମାନନ୍ଦ। ପାଠପଢା ଏବଂ ଶିକ୍ଷକତା ସମୟରେ ଶିକ୍ଷା କ୍ଷେତ୍ରରେ ବହୁ ଅସୁବିଧା ଉପଲବ୍ଧି କରି ସେ ପେନସନ ଟଙ୍କାରୁ ଅର୍ଥ ସଞ୍ଚୟ କରି ଦାନ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ପରମାନନ୍ଦ ନାୟକ ଧୁଷୁରୀ ମଧ୍ଯ ଇଂରାଜୀ ବିଦ୍ୟାଳୟରେ ପାଠ ପଢୁଥିଲେ। ପରବର୍ତ୍ତୀ ସମୟରେ ସେ ବିଭିନ୍ନ ସ୍କୁଲରେ ଶିକ୍ଷକତା କରିଥିଲେ । ଶେଷରେ 2003 ମସିହାରେ ଧାମନଗର ବ୍ଲକର ବାହାରଲ ଗ୍ରାମରେ ଥିବା ଗୋପବନ୍ଧୁ ନଗର ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଥିବା ସମୟରେ ପରମାନନ୍ଦ ଅବସର ଗ୍ରହଣ କରିଥିଲେ। ପୂର୍ବରୁ ଧୁଷୁରୀ ବାଳିକା ଉଚ୍ଚ ବିଦ୍ୟାଳୟ ଥିଲା । ପରବର୍ତ୍ତୀ ସମୟରେ ସରକାରଙ୍କ ମର୍ଜର ନିୟମ ଅନୁଯାୟୀ ଧୁଷୁରୀ ପ୍ରାଥମିକ ବିଦ୍ୟାଳୟ ଏବଂ ଧୁଷୁରୀ ମଧ୍ଯ ଇଂରାଜୀ ବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ ସହିତ ଏକତ୍ରୀତ ହୋଇ ଏବେ ଧୁଷୁରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଭାବେ ପରିଗଣିତ ହୋଇଛି ।

ତେଣୁ ପରମାନନ୍ଦ ନାୟକ ପୂର୍ବରୁ ପାଠ ପଢୁଥିବା ଧୁଷୁରୀ ମଧ୍ଯ ଇଂରାଜୀ ବିଦ୍ୟାଳୟର ପୁରାତନ ଛାତ୍ର ଭାବେ ପରିଗଣିତ ହୋଇ ମୋ ସ୍କୁଲ୍ ଅଭିଯାନ ଆକାଉଣ୍ଟରେ ଏକ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏହି ଅର୍ଥ ରାଶି ଅଦ୍ୟାବଧି ବିଭିନ୍ନ ଆଲୁମନି ପ୍ରଦାନ କରିଥିବା ଅର୍ଥ ରାଶି ଠାରୁ ସର୍ବାଧିକ ବୋଲି ଜଣାପଡିଛି। ଅନ୍ୟ ପକ୍ଷରେ ଅଦ୍ୟାବଧି ଏହି ସ୍କୁଲ ଟି 5T ରୂପାନ୍ତରିତ ସ୍କୁଲ୍ ଅଭିଯାନରେ ଅନ୍ତର୍ଭୁକ୍ତ ହୋଇନାହିଁ। ତେଣୁ ସ୍କୁଲର ଛାତ୍ରଛାତ୍ରୀ ମାନେ ଇ-ଏଜୁକେସନ ପାଇବାରୁ ବଞ୍ଚିତ ହେଉଛନ୍ତି।

2021- 22 ମସିହାରେ ଏହି ସ୍କୁଲର ଛାତ୍ରଛାତ୍ରୀ ମ୍ୟାଟ୍ରିକ ରେଜଲ୍ଟ ଭଲ କରିଥିଲେ । ସେହି ସମୟରେ ମୁଖ୍ୟମନ୍ତ୍ରୀ ପୁରସ୍କାର ଭାବେ ଏକ ଲକ୍ଷ ଟଙ୍କା ଦେଇଥିଲେ। ଏହି ଅର୍ଥକୁ ମଧ୍ୟ ମୋ ସ୍କୁଲ ଅଭିଯାନ ଉଦ୍ଦେଶ୍ଯରେ ପ୍ରଧାନ ଶିକ୍ଷୟିତ୍ରୀ ଡାଇଭର୍ଟ କରିଥିବା ଜଣାପଡିଛି । ଯାହାର ଲକ୍ଷ୍ୟ ସ୍କୁଲରେ ଏକ ସ୍ମାର୍ଟ କ୍ଲାସ ରୁମ ସ୍ଥାପନ ହୋଇପାରିବ । ପ୍ରକାଶ ଥାଉକି 2021-22 ମସିହା ମ୍ୟାଟ୍ରିକ ପରୀକ୍ଷାରେ ପାଞ୍ଚଜଣ ପିଲା ମେଧା ବୃତ୍ତି ପାଇଥିଲେ । ଏବେ ଧୂଷୁରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ସ୍ମାର୍ଟ କ୍ଲାସ୍‌ ରୁମ୍‌ ସହ ଅନ୍ୟ ଅତ୍ୟାଧୁନିକ ସୁବିଧା ସୁଯୋଗରୁ ପିଲା ବଞ୍ଚିତ ହେଉଛନ୍ତି । ତେଣୁ ସେଠାରେ ଏକ ସ୍ମାର୍ଟ୍‌ କ୍ଲାସ୍‌ ରୁମ ସ୍ଥାପନ କରିବା ସହ ସ୍କୁଲର ଶ୍ରେଣୀ ଗୃହର ଉନ୍ନତି ଉଦ୍ଦେଶ୍ୟରେ ଏକ ଲକ୍ଷର ଚେକ୍‌ ଜିଲ୍ଲାପାଳଙ୍କ ଜରିଆରେ ପରମାନନ୍ଦ ନାୟକ ପ୍ରଦାନ କରି ଅନ୍ୟ ପାଇଁ ଉଦାହରଣ ପାଲଟିଛନ୍ତି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.