ଭଦ୍ରକ: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାରେ ସ୍ଥିତି ବେହାଲ ହେବାରେ ଲାଗିଛି । ବିଭିନ୍ନ ନଦୀର ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏପରି ସ୍ଥିତିରେ ଭଦ୍ରକ ଧାମନଗର ବ୍ଲକ ରାମେଶ୍ବରପୁରରେ ଗେଙ୍ଗୁଟି ନଦୀକୁ ଧସି ଯାଇଛି ୨୦୦ ଫୁଟ୍ର ନଦୀବନ୍ଧ । ଫଳରେ ସ୍ଥାନୀୟ ଲୋକେ ଏବେ ଭୟବୀତ ଅବସ୍ଥାରେ ଅଛନ୍ତି । ଅନ୍ୟପଟେ ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ବର୍ଷା ଜାରି ରହିଛି । ତୁରନ୍ତ ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଏନେଇ ବିହିତ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକ ଦେଖା ଦେଇଛି । ନଚେତ ବନ୍ୟା ଆସିଲେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହେବା ସହ ଚାଷ ଜମି ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ