କୋରାପୁଟ: ଚାଲିଛି ଶୀତ ଋତୁ । ଚାରିଆଡେ ସୂର୍ଯ୍ୟଙ୍କ କୋମଳ କିରଣରେ ଜନଜୀବନ ତାର ଉଷ୍ମତାକୁ ପାଇବା ପାଇଁ ଆତୁର ହୋଇଉଠୁଥିବା ବେଳେ ପକ୍ଷୀଜଗତ ବା ବାଦ ପଡ଼ିବ କେମିତି । ବର୍ଷାଦିନ ଯିବା ସାଥେ ସାଥେ ପାହାଡ ପର୍ବତ ଜଙ୍ଗଲରେ ଅଧିକାଂଶ ଗଛରେ ପତ୍ର, ଫୁଲ ଓ ଫଳ ଭରିଦେଇଛି । ଶୀତଋତୁରେ ନିଜ ପାରମ୍ପରିକ ବସାରୁ ବାହାରି ପକ୍ଷୀ ଜଗତ ଏକ ଘଞ୍ଚ ଝଙ୍କାଳିଆ ବୃକ୍ଷରାଜିର ଜଙ୍ଗଲର ସନ୍ଧାନରେ ବାହାରି ପଡିଛନ୍ତି । ଆଉ ଏବେ ପକ୍ଷୀ ରାଇଜ ସାଜିଛି କୋରାପୁଟ କଫି ବଗିଛା । ଭିନ୍ନଭିନ୍ନ ରଙ୍ଗବେରଙ୍ଗର ପକ୍ଷୀମାନଙ୍କ କିଚିରିମିଚିରି ରାବରେ ବଗିଚା ଗୁଞ୍ଜରିତ ହେଉଛି ।
ଭୟଶୂନ୍ୟ ହୋଇ କଫି ବଗିଚାରେ ବିଚରଣ କରୁଛନ୍ତି ପକ୍ଷୀ:
ଘରଚଟିଆ ଠାରୁ ଆରମ୍ଭ କରି ଭଳିକି ଭଳି ସୁନ୍ଦର ଚଢେଇ, ସେମାନଙ୍କ ରାବରେ ମନ ମୋହିଦେଉଥିବା ବେଳେ ସେମାନଙ୍କ ସୁନ୍ଦର ରୂପରେ ପ୍ରକୃତିକୁ ସଜ୍ଜିତ କରୁଛନ୍ତି । ସେମାନଙ୍କ ଏହି ଅନ୍ୱେଷଣର ପରିସମାପ୍ତି ଘଟୁଛି କୋରାପୁଟ ଜିଲ୍ଲାର ବିଭିନ୍ନ କଫି ବଗିଚାରେ । ଏହି ବଗିଚାଗୁଡିକ ବର୍ଷ ତମାମ ପତ୍ରରେ ଭରି ରହୁଥିବା ଯୋଗୁଁ ଉଦୁଉଦିଆ ଖରାବେଳେ ମଧ୍ୟ ଥଣ୍ଡା ଅନୁଭୂତ ହୋଇଥାଏ । କଫି ବଗିଚାର ଏହି ଅନୁକୂଳ ପରିସ୍ଥିତି ଅନେକ ପକ୍ଷୀଙ୍କୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଆକର୍ଷିତ କରିଆସିଛି । ପ୍ରକୃତିର ଏହିପରି ଅନନ୍ୟ ବ୍ୟବସ୍ଥା ସାଙ୍ଗକୁ ଖୋଲା ସ୍ଥାନରେ ଲୋକଙ୍କ ହସ୍ତକ୍ଷେପ ତଥା ଗହଳ ଚହଳର ପ୍ରଭାବ ଯୋଗୁଁ ପକ୍ଷୀମାନେ ଭୟଶୂନ୍ୟ ହୋଇ କଫି ବଗିଚାରେ ବିଚରଣ କରୁଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ଆସିଲେଣି ବିଦେଶୀ ପକ୍ଷୀ, ଡିସେମ୍ବର-ଜାନୁଆରୀ ମଧ୍ୟରେ ହେବ ଗଣନା ଏହା ମଧ୍ୟ ପଢ଼ନ୍ତୁ...ଚିଲିକାରୁ ଭିତରକନିକା, ବିହଙ୍ଗ ଭୂସ୍ବର୍ଗକୁ ଏବେ ଜଳବାୟୁ ପରିବର୍ତ୍ତନ ଓ ପ୍ରଦୂଷଣ ସଙ୍କଟ |
୧୭୮ ପ୍ରକାର ପକ୍ଷୀଙ୍କ ଫଟୋ:
କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ରାଜୁଗୁଡା ଗ୍ରାମର ବିଶିଷ୍ଟ ଫୋଟୋଗ୍ରାଫର ଓ କଫି ଉଦ୍ୟୋଗୀ ସୁଶାନ୍ତ କୁମାର ପଣ୍ଡା । ତାଙ୍କ କଫି ବଗିଚାକୁ ଆସୁଥିବା ବିଭିନ୍ନ ପକ୍ଷୀଙ୍କ ମଧ୍ୟରେ ସବୁଜ ବାରମାସି ଚଢେଇ ଠାରୁ ଆରମ୍ଭ କରି ହିମାଳୟ ଅଞ୍ଚଳରୁ ଉଡି ଆସୁଥିବା ବିଭିନ୍ନ ପକ୍ଷୀଙ୍କ ଭଳି ୧୭୮ ପ୍ରକାରର ପକ୍ଷୀଙ୍କ ଫଟୋକୁ ସୁଶାନ୍ତ ତାଙ୍କ କ୍ୟାମେରା ଉତ୍ତୋଳନ କରିଛନ୍ତି । ବିଶିଷ୍ଟ ଫୋଟୋଗ୍ରାଫର ଓ କଫି ଉଦ୍ୟୋଗୀ ସୁଶାନ୍ତ କୁମାର ପଣ୍ଡା କହିଛନ୍ତି, "ମୁଁ ଏଠାରେ ପ୍ରାୟ ୧୨ ବର୍ଷ ହେବ କିଛି ଚଢ଼େଇଙ୍କ ଉପରେ ଅନୁଧ୍ୟାନ କରିଛି । ଏଠାରେ ଅନେକ ପ୍ରକାରର ଚଢ଼େଇ ମୁଁ ଦେଖିଛି । କଫି ବଗିଚା ସହ ଆଖପାଖ ଅଞ୍ଚଳରୁ ମୁଁ ପ୍ରାୟ ୧୭୮ ପ୍ରଜାତିର ଚଢେଇଙ୍କ ଫଟୋ ଉଠେଇ ସେମାନଙ୍କ ନାଁ ଓ କେଉଁଠାରୁ ଆସିଛନ୍ତି ଲେଖି ରଖିଛି । କିଛି ଚଢ଼େଇ ହିମାଳୟ ପାଦଦେଶରୁ ନଭେମ୍ବରୁ ଆସି ଫେବୃଆରୀ ପର୍ଯ୍ୟନ୍ତ ରୁହନ୍ତି ।"
ଇଟିଭି ଭାରତ, କୋରାପୁଟ