ETV Bharat / technology

50MP କ୍ୟାମେରା, ସ୍ନାପଡ୍ରାଗନ 8 ଏଲିଟ ପ୍ରୋସେସର ସହ ଲଞ୍ଚ ହେଲା Realme GT 7 Pro

Realme ଆଜି ଭାରତରେ ଏକ ଇଭେଣ୍ଟରେ ଏହାର Realme GT 7 Pro ସ୍ମାର୍ଟଫୋନକୁ ଲଞ୍ଚ କରିଛି । କଣ ଏଥିରେ ଖାସ ଓ ଦାମ କେତେ ଜାଣନ୍ତୁ...

Realme GT 7 Pro India launch
Realme GT 7 Pro India launch (Credit- Realme)
author img

By ETV Bharat Tech Team

Published : Nov 26, 2024, 3:24 PM IST

ହାଇଦ୍ରାବାଦ: Realme ଭାରତରେ ଲଞ୍ଚ କରିଛି ରିଅଲମି ଜିଟି 7 ପ୍ରୋ ସ୍ମାର୍ଟପୋନ । GT 7 Pro ମୋବାଇଲ 6.78 ଇଞ୍ଚ ଡିସପ୍ଲେ ସହିତ ଆସିଛି । ଏଥିରେ ସ୍ନାପଡ୍ରାଗନ 8 ଏଲିଟ 3nm ପ୍ରୋସେସର ମଧ୍ୟ ଦିଆଯାଇି । ଗତ କିଛି ଦିନ ଧରି ଏହାର ଡିଜାଇନକୁ ନେଇ ବେଶ ଚର୍ଚ୍ଚା ଲାଗି ରହିଥିଲା । ଏବେ ଶେଷରେ କମ୍ପାନୀ ଏହି ଫୋନକୁ ଭାରତରେ ଲଞ୍ଚ କରିଛି । ଏଥିରେ ଗ୍ରାହକଙ୍କୁ ଉନ୍ନତମାନର ଡିସପ୍ଲେ, କ୍ୟାମେରା ଓ ଫାଷ୍ଟ ଚାର୍ଜିଂ ସୁବିଧା ମିଳିବ ।

Realme GT 7 Pro ସ୍ପେଶିଫିକେସନ:-

  • ଡିସପ୍ଲେ: ରିଅଲମିର ଲାଟେଷ୍ଟ ସ୍ମାର୍ଟଫୋନରେ 6.78 ଇଞ୍ଚ ଫୁଲ୍ HD + AMOLED ଡିସପ୍ଲେ 120Hz ରିଫ୍ରେସ ରେଟ୍‌ ମିଳିବ। ଡିସପ୍ଲେ HDR 10+ ଏବଂ ଡଲବି ଭିଜନକୁ ସମର୍ଥନ କରେ । ଏହାର ପିକ୍‌ ବ୍ରାଇଟନେସ୍‌ ହେଉଛି 6500 ନିଟ୍ସ ଥିବା ବେଳେ ଫୋନ୍ ଜଳ ଏବଂ ଧୂଳି ପ୍ରତିରୋଧକ ଲାଗି IP68 + IP69 ରେଟିଂ ସହିତ ଆସିଛି ।
  • ପ୍ରୋସେସର: ଜିଟି 7 ପ୍ରୋ ହେଉଛି ଭାରତର ପ୍ରଥମ ଫୋନ ଯାହାକି କ୍ବାଲକମ୍ ସ୍ନାପଡ୍ରାଗନ୍ 8 ଏଲିଟ୍ ପ୍ରୋସେସର୍ ସହିତ ଆସିଛି ।
  • ବ୍ୟାଟେରୀ ଏବଂ ଚାର୍ଜିଂ: ଫୋନରେ 5,800 mAh ବ୍ୟାଟେରୀ ଅଛି ଯାହାକି 120W ଫାଷ୍ଟ ଚାର୍ଜିଂକୁ ସମର୍ଥନ କରିଥାଏ । କମ୍ପାନୀ ଦାବି କରିଛି ଯେ ଏହାର ବ୍ୟାଟେରୀ ମାତ୍ର 30 ମିନିଟରେ 0-100 ପ୍ରତିଶତ ଚାର୍ଜ ହୋଇପାରିବ ।
  • ମେମୋରୀ: ମୋବାଇଲରେ ଦୁଇଟି RAM / ଷ୍ଟୋରେଜ୍ ମିଶ୍ରଣ ଉପଲବ୍ଧ, ଯାହାକି 12GB / 16GB LPDDR5x RAM ଏବଂ 256GB / 512GB UFS 4.0 ଷ୍ଟୋରେଜ୍ ସହ ଆସିଛି ।
  • କ୍ୟାମେରା: ରିଏଲମି ଜିଟି 7 ପ୍ରୋରେ OIS, 50MP IMX882 3x ପେରିସ୍କୋପ୍ ଲେନ୍ସ ଏବଂ 8MP ଅଲଟ୍ରା-ୱାଇଡ୍ ଆଙ୍ଗଲ୍ ଲେନ୍ସ ସହିତ 50MP IMX906 ପ୍ରାଥମିକ କ୍ୟାମେରା ଅଛି । ସେଲଫି ପାଇଁ ସାମ୍ନାରେ 16MP ସୋନି ସେନ୍ସର ଉପଲବ୍ଧ ।
  • ଅନ୍ୟାନ୍ୟ ଫିଚର: ଏହି ଫ୍ଲାଗସିପ୍ ଫୋନରେ ସୁରକ୍ଷା ପାଇଁ ଅଲଟ୍ରାସୋନିକ୍ ଇନ୍-ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସେନ୍ସର, OReality ଅଡିଓ, ହାଇ-ରେଜ ଅଡିଓ ଓ ଷ୍ଟେରିଓ ଡୁଆଲ୍ ସ୍ପିକର ଅଛି । ଗେମ୍‌ ଅଭିଜ୍ଞତାକୁ ବୃଦ୍ଧି କରିବା ପାଇଁ ଏଥିରେ ଜିଟି ବୁଷ୍ଟ ମୋଡ୍ ମଧ୍ୟ ଅଛି ।
  • କନେକ୍ଟିଭିଟି: ଚାର୍ଜିଂ ପାଇଁ ଫୋନରେ 5G, 4G LTE, ୱାଇ-ଫାଇ, ବ୍ଲୁଟୁଥ୍ 5.4, ଜିପିଏସ୍, NFC ଏବଂ USB ଟାଇପ୍-ସି ପୋର୍ଟ ଦିଆଯାଇଛି ।
ଏହା ବି ପଢନ୍ତୁ
  1. ମାତ୍ର 1000ଟଙ୍କାରେ Realme GT 7 Proର ପ୍ରି-ବୁକିଂ; ପାଣି ଭିତରେ ନେଇପାରିବେ ଫଟୋ
  2. Realme ନଭେମ୍ବରରେ ଆଣୁଛି ଦମଦାର ଫୋନ୍‌; ମିଳିବ ମଙ୍ଗଳ ଗ୍ରହ ପରି ଡିଜାଇନ

କଣ ମିଳିବ AI ଫିଚର ?

  • AI Sketch to Image
  • AI Night Vision Mode
  • AI Eraser 2.0
  • AI Recording Summary
  • AI Motion Deblur

କଲର ଅପସନ: ରିଅଲମି ଜିଟି 7 ପ୍ରୋ ଦୁଇଟି କଲର ଅପସନ ସହିତ ଆସିଛି ।

  • ମାର୍ସ ଅରେଞ୍ଜ
  • ଗାଲାକ୍ସି ଗ୍ରେ

ଦାମ କେତେ ?

  • ରିଅଲମି ଜିଟି 7 ପ୍ରୋର 12GB+256GB ଭାରିଏଣ୍ଟର ମୂଲ୍ୟ 56,999 ଟଙ୍କା ରହିଛି ।
  • ସେହିପରି 16GB+512GB ଭାରିଏଣ୍ଟ ପାଇଁ 62,999 ଟଙ୍କା ରହିଛି ।

ସେଲ୍‌ ଓ ଅଫର:-

ମାର୍ସ ଅରେଞ୍ଜ ଓ ଗାଲାକ୍ସି ଗ୍ରେ କଲର ସହିତ ଆସିଥିବା ଏହି ଫୋନର ପ୍ରି-ବୁକ ସେଲ୍‌ ଆରମ୍ଭ ହୋଇସାରିଛି । ଗ୍ରାହକ 3000ଟଙ୍କା ବ୍ୟାଙ୍କ ଡିସକାଉଣ୍ଟ ଓ ବିନା EMI ସହିତ ଆଗୁଆ ବୁକିଂ କରିପାରିବେ । ଏହାସହ 1ବର୍ଷ ମଧ୍ୟରେ ମାଗଣାରେ ସ୍କ୍ରିନ ପରିବର୍ତ୍ତନ ମଧ୍ୟ କରିପାରିବେ । ଏହାସହିତ ନଭେମ୍ବର 29 ତାରିଖରୁ ଆମାଜନ, ରିଅଲମି ୱେବସାଇଟ ଏବଂ ଅଫଲାଇନ ଷ୍ଟୋରଗୁଡ଼ିକରେ ଉପଲବ୍ଧ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.