ETV Bharat / state

ରାତି ପାହିଲେ ଶ୍ରୀରାମ ନବମୀ, ଚଳଚଞ୍ଚଳ ଭଦ୍ରକ ସହର - ଶ୍ରୀରାମ ନବମୀ ପାଇଁ ଚଳଚଞ୍ଚଳ ଭଦ୍ରକ ସହର

ପବିତ୍ର ଶ୍ରୀରାମ ନବମୀ ପାଇଁ ଚଳଚଞ୍ଚଳ ଭଦ୍ରକ ସହର । ଉତ୍ସବ ପୂର୍ବରୁ କଳସ ଶୋଭାଯାତ୍ରା ଓ ଶ୍ରୀରାମ ନବମୀ ମହାଯଜ୍ଞ ଆରମ୍ଭ । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅଧିକ ପଢ଼ନ୍ତୁ

ram navami utsav in bhadrak
ଶ୍ରୀରାମ ନବମୀ ପାଇଁ ଚଳଚଞ୍ଚଳ ଭଦ୍ରକ ସହର
author img

By

Published : Mar 29, 2023, 10:43 PM IST

ଶ୍ରୀରାମ ନବମୀ ପାଇଁ ଚଳଚଞ୍ଚଳ ଭଦ୍ରକ ସହର

ଭଦ୍ରକ: ରାତି ପାହିଲେ ରାମ ନବମୀ । ପବିତ୍ର ଶ୍ରୀରାମ ନବମୀ ପାଇଁ ଉତ୍ସବ ମୁଖର ହୋଇ ଉଠିଛି ସମଗ୍ର ଭଦ୍ରକ ସହର । ଜୟ ଶ୍ରୀରାମ ଧ୍ଵନି ସହ ଗେରୁଆ ରଙ୍ଗରେ ରଙ୍ଗୀନ ହୋଇଯାଇଛି ପୁରା ପରିବେଶ । ହିନ୍ଦୁ ଧର୍ମର ପୂଜା ପର୍ବାଣୀ ମଧ୍ୟରୁ ଏକ ମହାନ ପର୍ବ ଶ୍ରୀରାମ ନବମୀ । ଏହି ପବିତ୍ର ପର୍ବ ପାଳନ କ୍ଷେତ୍ରରେ ଭଦ୍ରକ ଜିଲ୍ଲାର ଏକ ବିଶେଷତା ରହିଛି । ଭଦ୍ରକ ଜିଲ୍ଲାରେ ଆରମ୍ଭ ହୋଇଥିବା ପର୍ବ ଆଜି ଗଣପର୍ବରେ ପରିଣତ ହୋଇଛି । ଆସନ୍ତାକାଲି(ଗୁରୁବାର) ରାମନବମୀ ଥିବାରୁ ଆଜିଠୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ଚଳିତ ବର୍ଷ ବିନା କଟକଣାରେ ବେଶ ଧୁମଧାମରେ ପାଳନ ହେବାକୁ ଯାଉଛି ଶ୍ରୀରାମ ନବମୀ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ରୀତିନୀତି ଅନୁଯାୟୀ, ଯାଜପୁରର ମା' ବିରଜା, ଭଦ୍ରକର ଆଖଣ୍ଡଳମଣି ଏବଂ ମା' ଭଦ୍ରକାଳୀଙ୍କ ପୀଠରୁ ଆଜ୍ଞାମାଳ ଆସି ଗାନ୍ଧୀ ପଡିଆରେ ପହଞ୍ଚିବା ପରେ 5001 ମହିଳାମାନେ କଳସ ଶୋଭଯାତ୍ରାରେ ବାହାରିଥିଲେ । ସାଳନ୍ଦୀ ନଦୀର ସାହାପୁର ଘାଟରେ କଳସ ପୂଜାର୍ଚ୍ଚନା କରିଥିଲେ । ଏହାପରେ ସହର ପରିକ୍ରମା କରି ଗାନ୍ଧୀ ପଡିଆ ଠାରେ ଅନୁଷ୍ଠିତ ଶ୍ରୀରାମ ମହାଯଜ୍ଞ ସ୍ଥଳରେ ଘଟ ସ୍ଥାପନ କରିବା ପରେ ଶ୍ରୀରାମଙ୍କ ମହାଯଜ୍ଞ ଆରମ୍ଭ ହୋଇଛି । ଏଥିସହ ଅଖଣ୍ଡ ହନୁମାନ ଚାଳିଶା ପାଠ କରାଯାଉଛି ।

ଏନେଇ ଶ୍ରୀରାମ ମହାଯଜ୍ଞ ସମିତିର ସଭାପତି ଅମ୍ବିକା ପ୍ରସନ୍ନ ଦାସ କହିଛନ୍ତି, "ଆଜି(ବୁଧବାର) ଅଶୋକାଷ୍ଟମୀ ଥିବା ଯୋଗୁଁ ଦୁର୍ଗାଙ୍କର ଚଣ୍ଡୀ ପୂଜା ଅନୁଷ୍ଠିତ କରାଯାଇଛି । ରାମ ନବମୀ ଦିନ ଜିଲ୍ଲା ତଥା ଜିଲ୍ଲା ବାହାରର ବିଭିନ୍ନ ପ୍ରାନ୍ତରୁ 100ରୁ ଅଧିକ ସୁସଜ୍ଜିତ ମେଢମାନଙ୍କର ନଗର ସଂକିର୍ତ୍ତନ ଯାତ୍ରା ଅନୁଷ୍ଠିତ ହେବ । ଯାହାକି ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅତ୍ୟନ୍ତ ମନୋରମ ବାତାବରଣ ସୃଷ୍ଟି କରିବ । ଚଳିତ ବର୍ଷ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଆହୁରି ଅଧିକ ଚିତାକର୍ଷକ ଭାବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି ।"

ପ୍ରକାଶ ଥାଉକି 1991 ମସିହାରୁ ଐତିହାସିକ ଗାନ୍ଧୀପଡ଼ିଆରେ ଆରମ୍ଭ ହୋଇଥିବା ଏହି ପବିତ୍ର ଭୂମିରେ ଭଦ୍ରକବାସୀ ପାଳନ କରି ଆସୁଛନ୍ତି ଶ୍ରୀରାମ ନବମୀ ମହାଯଜ୍ଞର ମହାନ ପରମ୍ପରା । ଯାହା କ୍ରମଶଃ ଗଣପର୍ବ ମହୋତ୍ସବରେ ପରିଣତ ହୋଇଛି । ପୂର୍ବରୁ ଏହି ପୂଜା ବିଶ୍ବ ହିନ୍ଦୁ ପରିଷଦ ଦ୍ବାରା ପ୍ରଥମେ ଗୋଟିଏ ଦିନ ପାଳନ କରା ଯାଉଥିଲା ବେଳେ ଏବେ 7 ଦିନବ୍ୟାପୀ ଗଣପର୍ବରେ ପରିଣତ ହୋଇଛି । ତେବେ ଏହି ପର୍ବର ବିଶେଷ ଆକର୍ଷଣ ରାମନବମୀ ଦିନ ନଗର ସଂକିର୍ତ୍ତନ ଯାତ୍ରା । ଯେଉଁଥିରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କସମାଗମ ହୋଇଥାଏ । ଚଳିତଥର କୌଣସି କଟକଣା ନଥିବାରୁ ଅଧିକ ଭିଡ଼ ହେବାର ଅନୁମାନ କରାଯାଉଛି । ଏହାକୁ ଦୃଷ୍ଟିରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.