ETV Bharat / state

ନବରଙ୍ଗପୁରରେ ବର୍ଷା ବିତ୍ପାତ, ସହରରେ କୃତ୍ରିମ ବନ୍ୟା ସୃଷ୍ଟି

author img

By

Published : Aug 20, 2020, 5:03 PM IST

ଏକ ସପ୍ତାହ ଧରି ଲଗାଣ ବର୍ଷା କାରଣରୁ ନବରଙ୍ଗପୁର ସହରରେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଘର ଭିତରେ ପାଣି ପଶିଯିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଧିକ ପଢନ୍ତୁ...

ନବରଙ୍ଗପୁରରେ ବର୍ଷା ବିତ୍ପାତ, କୁତ୍ରିମ ବନ୍ୟା ସୃଷ୍ଟି

ନବରଙ୍ଗପୁର: ଗତ ସାତ, ଆଠ ଦିନ ଧରି ଜିଲ୍ଲାରେ ଲଗାଣ ବର୍ଷା କାରଣରୁ ନବରଙ୍ଗପୁର ସହରରେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହା ଫଳରେ ନବରଙ୍ଗପୁର ସହର ମଧ୍ୟ ଦେଇ ଯାଉଥିବା ୨୬ ନମ୍ବର ଜାତୀୟ ରାଜପଥ ଉପରେ ଏକ ଫୁଟର ବର୍ଷା ଜଳ ପ୍ରବାହିତ ହେଉଛି, ଯାହାଦ୍ୱାରା ଲୋକମାନଙ୍କ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ମୁଖ୍ୟ ଚିକିତ୍ସାଳୟକୁ ଯାଉଥିବା ରାସ୍ତା ଉପରେ ମଧ୍ୟ ବର୍ଷା ଜଳ ପ୍ରବାହିତ ହେଉଛି। ଯାହା ଫଳରେ ରାସ୍ତା ନଷ୍ଟ ହୋଇଛି।

ଏହି ଲଗାଣ ବର୍ଷାରେ ସହରର ପ୍ରମୁଖ ନାଳ ଗୁଡିକରେ ବର୍ଷା ଜଳ ଭର୍ତ୍ତି ହେବା ଫଳରେ ମେଦ୍ରୀ ସାହି, ଚିନ୍ତାଲ ପେଟା, ଭଳି ସାହି ଗୁଡିକର ଘର ମାନଙ୍କରେ ପାଣି ପଶି ରହିଛି। ବର୍ଷା ପାଣି ଘର ଭିତରେ ପଶିଯିବାରୁ ରାତି ସାରା ଲୋକେ ଶୋଇପାରି ନାହାନ୍ତି। ଘରର ଅସବାବ ପତ୍ର ଗୁଡିକୁ କାଢି ସୁରକ୍ଷିତ ସ୍ଥାନରେ ରଖୁଛନ୍ତି। ଯଦି ଏହିଭଳି ବର୍ଷା ଆଜି ଦିନ ତମାମ ଲାଗିରହେ ତାହେଲେ ସହରବାସୀ ଆଗକୁ ଆହୁରି ଅଧିକ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି।

ଆହୁରି ଅଧିକ ବର୍ଷା ହେଲେ ନଦୀ ନିକଟ ଦୁଇଟି ଗାଁ ସାନ ଡାଇଭଟ୍ଟା ଓ ବଡ ଡାଇଭଟା ଗ୍ରାମ ଜଳମଗ୍ନ ହେବା ସମ୍ଭାବନା ରହିଛି । ଜିଲ୍ଲାର ଇନ୍ଦ୍ରାବତୀ ନଦୀରେ ଧୀରେ ଧୀରେ ଜଳସ୍ତର ବଢ଼ିବାରେ ଲାଗିଛି । ଇନ୍ଦ୍ରାବତୀର ଜଳ ଧାରଣ କ୍ଷମତା ୬୪୨ ମିଟର ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୬୩୫ ମିଟର ନିକଟବର୍ତ୍ତୀ ରହିଥିବା ସୂଚନା ମିଳିଛି । ଏଥିସହ ଜିଲ୍ଲାର ପାପଡାହାଣ୍ଡି ସହରର ବିଭିନ୍ନ ସାହିର ଘର ଭିତରେ ପାଣି ପଶିବାରେ ଲାଗିଛି । ପାଇକ ସାହି, ହାଟପଦା ସାହି, ସତାନାମୀ ସାହିରେ ଘର ମାନଙ୍କରେ ପାଣି ପଶିଯାଇଥିବା ଦେଖିବାକୁ ମିଳିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.