ETV Bharat / state

ଭଦ୍ରକ ଷ୍ଟେସନରେ ଅଟକିଲା ସିକନ୍ଦରାବାଦ-ହାଓଡ଼ା ଫଲକନାମା ଏକ୍ସପ୍ରେସ - Secunderabad-Howrah Falconama Express

ଭଦ୍ରକ ରେଳ ଷ୍ଟେସନରେ ସିକନ୍ଦରାବାଦ-ହାଓଡ଼ା ଫଲକନାମା ଏକ୍ସପ୍ରେସକୁ ଅଟକ ରଖିଲେ ଆନ୍ଦୋଳନକାରୀ । କୃଷକ ବିରୋଧୀ କଳା କୃଷି ଆଇନକୁ ବାତିଲ ପ୍ରତିବାଦରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ସାରା ଦେଶରେ ରେଳ ରୋକ କରାଯାଇଛି । ଅଧିକ ପଢନ୍ତୁ...

ସିକନ୍ଦରାବାଦ-ହାଓଡ଼ା ଫଲକନାମା ଏକ୍ସପ୍ରେସ ଅଟକ ରଖିଲେ ଆନ୍ଦୋଳନକାରୀ

author img

By

Published : Feb 18, 2021, 2:21 PM IST

ଭଦ୍ରକ: ରେଳ ଷ୍ଟେସନରେ ସିକନ୍ଦରାବାଦ-ହାଓଡ଼ା ଫଲକନାମା ଏକ୍ସପ୍ରେସକୁ ଅଟକ ରଖିଲେ ଆନ୍ଦୋଳନକାରୀ । କୃଷକ ବିରୋଧୀ କଳା କୃଷିଆଇନକୁ ବାତିଲ ପ୍ରତିବାଦରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ସାରା ଦେଶରେ ରେଳ ରୋକ କରାଯାଇଛି । ଏହି ପରିପ୍ରେକ୍ଷୀରେ ଭଦ୍ରକ ଷ୍ଟେସନରେ ମଧ୍ୟ ରେଳ ରୋକ କରାଯାଇଛି ।

ସିକନ୍ଦରାବାଦ-ହାଓଡ଼ା ଫଲକନାମା ଏକ୍ସପ୍ରେସ ଅଟକ ରଖିଲେ ଆନ୍ଦୋଳନକାରୀ

ସଂଯୁକ୍ତ କିଷାନ ମୋର୍ଚ୍ଚା ଭଦ୍ରକ ଶାଖା ପକ୍ଷରୁ ବିଭିନ୍ନ ନାରାବାଜି ଦିଆଯାଇ ଭଦ୍ରକ ଷ୍ଟେସନରେ ରେଳ ରୋକ କରିଥିଲେ । ସଂଗଠନର ସଦସ୍ୟମାନେ ରେଳ ଧାରଣା ଉପରେ ବସି ରହି ନାରାବାଜି ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସିକନ୍ଦରାବାଦ-ହାଓଡ଼ା ଫାଲକନାମା ଏକ୍ସପ୍ରେସକୁ ଅଟକ ରଖି ଆନ୍ଦୋଳନ କରିଛନ୍ତି ସଙ୍ଗଠନର କର୍ମକର୍ତ୍ତାମାନେ । ମୁଖ୍ୟତଃ କୃଷି ଆଇନକୁ ବିରୋଧ କରିବା ସହ ଯେଉଁ ପର୍ଯ୍ୟନ୍ତ କୃଷି ଆଇନ ବାତିଲ କରାଯାଇନାହିଁ, ସେ ପର୍ଯ୍ୟନ୍ତ ବିଭିନ୍ନ ଉପାୟରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସୂଚନା ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.