ETV Bharat / state

Bharat Bandh: ଭଦ୍ରକରେ ୧୬ନଂ ଜାତୀୟ ରାଜପଥ ଅବରୋଧ - ଭଦ୍ରକରେ ୧୬ନଂ ଜାତୀୟ ରାଜପଥ ଅବରୋଧ

ଭଦ୍ରକରେ ଭାରତ ବନ୍ଦର ଦ୍ବିତୀୟ ଦିନରେ ପ୍ରଭାବ ଦେଖିବାକୁ ମିଳିଛି । ଆନ୍ଦୋଳନକାରୀମାନେ ୧୬ ନଂ ଜାତୀୟ ରାଜପଥକୁ ଅବରୋଧ କରିବା ସହ ଅନେକ ସ୍ଥାନରେ ପିକେଟିଂ କରିଛନ୍ତି । ଅଧିକ ପଢନ୍ତୁ

Bharat Bandh: ଭଦ୍ରକରେ ୧୬ନଂ ଜାତୀୟ ରାଜପଥ ଅବରୋଧ

author img

By

Published : Mar 29, 2022, 7:40 PM IST

ଭଦ୍ରକ: ଟ୍ରେଡ୍ ୟୁନିୟନ ପକ୍ଷରୁ ଭାରତ ବନ୍ଦର ଦ୍ଵିତୀୟ ଦିନରେ ଜିଲ୍ଲାର ସଦର ମହକୁମା ସମେତ ଜିଲ୍ଲାର ବିଭିନ୍ନ ବ୍ଲକରେ ଧର୍ମଘଟ ପ୍ରଭାବ ଦେଖିବାକୁ ମିଳିଛି । କେନ୍ଦ୍ର ସରକାରଙ୍କ ଏପରି ନୀତିଯୋଗୁଁ ଦେଶବାସୀଙ୍କ ଜୀବନ ଜୀବିକା ଓ ଦେଶର ଅର୍ଥନୀତି ଧ୍ବଂସମୁଖୀ ହୋଇଛି ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି । ପ୍ରଗତିଶୀଳ ମହିଳା ମଞ୍ଚ ପକ୍ଷରୁ ଦୋଳସାହିରେ ପିକେଟିଂ କରାଯାଇଥିବା ଦେଖିବାକୁ ମିଳିଛି ।

ଭଦ୍ରକରେ ୧୬ନଂ ଜାତୀୟ ରାଜପଥ ଅବରୋଧ

ବିଜେପି ସରକାରଙ୍କ ଶ୍ରମିକ ବିରୋଧୀ, କୃଷକ ବିରୋଧୀ, ଜନ ବିରୋଧୀ ତଥା କର୍ପୋରେଟ ପକ୍ଷପାତିତା ଧ୍ବଂସକାରୀ ନୀତିକୁ ବନ୍ଦ କରିବା ପାଇଁ ବିଭିନ୍ନ ଟ୍ରେଡ୍ ୟୁନିୟନ ପକ୍ଷରୁ ଦୁଇଦିନିଆ ଦେଶବ୍ୟାପୀ ଧର୍ମଘଟ ଥିଲା । ଏହି ଧର୍ମଘଟରେ ବିଭିନ୍ନ ଟ୍ରେଡ ୟୁନିୟନ ସାମିଲ ହୋଇଛନ୍ତି । ଜିଲ୍ଲାର ତିହିଡି ବ୍ଲକରେ ସିଆଇଟିୟୁ ବ୍ଲକ କମିଟି ପକ୍ଷରୁ ବନ୍ଦ ପାଳନ କରାଯାଇଥିଲା । ତୈଳ ଓ ଗ୍ୟାସ ଦରର ଅତ୍ୟଧିକ ଟିକସ ବୃଦ୍ଧି ପ୍ରତ୍ୟାହାର କରିବା, ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବା ଭଳି ଅନେକ ସମସ୍ୟା ବିରୋଧରେ ହୋଇଥିଲା ଆନ୍ଦୋଳନ ।

ସେହିପରି ୪ଟି ଶ୍ରମ କୋଡ୍ ଓ ଅତ୍ୟାବଶ୍ୟକୀୟ ପ୍ରତିରକ୍ଷା ସେବା ଆଇନ ବାତିଲ କରିବା, ଅଙ୍ଗନୱାଡି, ଆଶା, ପାଚିକା ଭଳି ସ୍କିମରେ ଶ୍ରମିକମାନଙ୍କୁ ସର୍ବନିମ୍ନ ମଜୁରୀ ପ୍ରଦାନ ସହ ଶ୍ରମିକ ମାନ୍ୟତା ଓ ସାମାଜିକ ସୁରକ୍ଷା ପ୍ରଦାନ କରିବା, ସମାନ କାମକୁ ସମାନ ମଜୁରୀ, ସ୍ଥାୟୀ ନିଯୁକ୍ତି, କୃଷି ଋଣ ଛାଡ, ଶ୍ରମିକମାନଙ୍କୁ ପେନସନ, ଘରୋଇକରଣ ବନ୍ଦ କରିବା, ବେକାରୀ ନିଯୁକ୍ତି ଆଦି ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପିକେଟିଂ କରାଯାଇଥିଲା । ବ୍ୟାଙ୍କ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟଗୁଡିକୁ ବନ୍ଦ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଏପରି ନୀତି ଯୋଗୁଁ ଦେଶବାସୀଙ୍କ ଜୀବନ ଜୀବିକା ଓ ଦେଶର ଅର୍ଥନୀତି ଧ୍ବଂସମୁଖୀ ହୋଇଛି ।

ଅଖିଳ ଭାରତ କୃଷକ ସଭା ପକ୍ଷରୁ ପୀରହାଟରେ ଘର୍ମଘଟ କରାଯାଇଥିଲା । ଗଦି ବଜାରରେ ଅଖିଳ ଭାରତ ଯୁବ ସଂଘ ପକ୍ଷରୁ ଧର୍ମଘଟ କରାଯାଇଥିଲା । ସେହିପରି ପ୍ରଗତିଶୀଳ ମହିଳା ମଞ୍ଚ ପକ୍ଷରୁ ଦୋଳସାହିରେ ପିକେଟିଂ କରାଯାଇଥିଲା । ନାରୀନେତ୍ରୀ ଟୁନିଲତା ଜେନାଙ୍କ ନେତୃତ୍ବରେ ବହୁ ମହିଳା ସାମିଲ ହୋଇଥିଲେ । ଅନ୍ୟ ପକ୍ଷରେ ଜିଲ୍ଲାର ସଦର ମହକୁମାରେ ମଧ୍ୟ 16 ନଂ ଜାତୀୟ ରାଜପଥ ଅବରୋଧ କରିବା ସହ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କାରୀମାନେ ପିକେଟିଂ କରିଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.