ଭଦ୍ରକ: ଭଦ୍ରକ ଟେଣ୍ଟ ହାଉସ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ। ଜିଲ୍ଲାର ଟେଣ୍ଟ ହାଉସ ମାଲିକମାନେ କୋରୋନା ମହାମାରୀ ସମୟରେ, ବିଭିନ୍ନ ବୈଦିକ ସୂଚୀରେ ଅନେକ କାର୍ଯ୍ୟକ୍ରମରୁ ନିଜର ବ୍ୟାବସାୟିକ ସମ୍ପର୍କରୁ ବିଚ୍ଛିନ୍ନ ରହିବା ଯୋଗୁଁ ସେମାନଙ୍କର ଆର୍ଥିକ ସ୍ଥିତି ବେଶ ପ୍ରଭାବିତ ହୋଇଛି।
ଯାହା ଫଳରେ ସେମାନଙ୍କୁ ସରକାରୀ ସହାୟତାର ଆବଶ୍ୟକତା ଥିବା ସଂଘ ପକ୍ଷରୁ ଦାବି କରାଯାଇଛି। ଏନେଇ 4 ଦଫା ଦାବି ସମ୍ବଳିତ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବି ମଧ୍ଯରୁ ସରକାରୀ ଆର୍ଥିକ ସହାୟତା ପ୍ରଦାନ, ଋଣ ଛାଡ, ବିଭିନ୍ନ କାର୍ଯ୍ୟକ୍ରମରେ ପଚାଶ ସଂଖ୍ୟା ଜାଗାରେ 150 ସଂଖ୍ୟା ବୃଦ୍ଧି କରିବା ପ୍ରମୁଖ ଦାବି କରାଯାଇଥିଲା।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ