ETV Bharat / state

ମେଡିକାଲ କଲେଜ ଦାବିରେ ସାଂସଦଙ୍କ ବାସଭବନ ସମ୍ମୁଖରେ ପ୍ରତିବାଦ

author img

By

Published : Feb 20, 2021, 2:27 PM IST

ସରକାରୀ ମେଡିକାଲ କଲେଜ ଦାବିରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ବାସଭବନ ସମ୍ମୁଖରେ ପ୍ରତିବାଦ ।

ମେଡିକାଲ କଲେଜ ଦାବିରେ ସାଂସଦଙ୍କ ବାସଭବନ ସମ୍ମୁଖରେ ପ୍ରତିବାଦ
ମେଡିକାଲ କଲେଜ ଦାବିରେ ସାଂସଦଙ୍କ ବାସଭବନ ସମ୍ମୁଖରେ ପ୍ରତିବାଦ

ଭଦ୍ରକ: ପ୍ରଥମେ ଧାମନଗର, ପରେ ଭଦ୍ରକ ଓ ତାପରେ ଭଣ୍ଡାରୀପୋଖରୀ ବିଧାୟକଙ୍କ ପରେ ଆଜି ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ବାସଭବନ ସମ୍ମୁଖରେ ପ୍ରତିବାଦର ସ୍ବର । ଭଦ୍ରକ ଜିଲ୍ଲାରେ ସ୍ବାସ୍ଥ୍ୟବସ୍ଥା ଭୁଶୁଡି ଯାଇଥିବାବେଳେ ଭଦ୍ରକ ଜିଲ୍ଲାବାସୀ ଦୀର୍ଘଦିନ ହେଲା ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବି କରି ଆସୁଛନ୍ତି । ହେଲେ ବି ଫଳ ଶୂନ ।

ଏନେଇ ପର୍ଯ୍ୟାୟ କ୍ରମେ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦଙ୍କ ବାସଭବନ ସମ୍ମୁଖରେ ଧାରଣା ଓ ବିକ୍ଷୋଭ କରୁଛି ଭଦ୍ରକ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି। ଏହି କ୍ରମରେ ପ୍ରଥମେ ବିଧାନସଭାରେ ବିରୋଧିଦଳର ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠି, ପରେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଓ ତାପରେ ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ବାସଭବନ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆଜି ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ବାସଭବନ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଯେପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲାରେ ସରକାରୀ ସ୍ତରରେ ମେଡିକାଲ କଲେଜ ପ୍ରତିଷ୍ଠା ଘୋଷଣା ନକରାଯାଇଛି ସେ ପର୍ଯ୍ୟନ୍ତ ଧାରଣା, ଧର୍ମଘଟ ଓ ପ୍ରତିବାଦର ସ୍ବର ଭଦ୍ରକ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜାରି ରହିବ ବୋଲି ଜଣାପଡିଛି । ତେବେ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସେ ତାଙ୍କର ସମସ୍ତ ପ୍ରଚେଷ୍ଟା ଜାରି ରଖିଥିବା କହିଛନ୍ତି ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.