ETV Bharat / state

ଚାନ୍ଦବାଲିକୁ ବାତ୍ୟା ପ୍ରଭାବିତ ଅଞ୍ଚଳ ଘୋଷଣ କରିବା ନେଇ ପ୍ରତିବାଦ - bhadarak

ଫନି ପରେ ରାଜ୍ୟରେ ଅନେକ ଅଞ୍ଚଳରେ କ୍ଷୟକ୍ଷତି ହୋଇଛି । କିନ୍ତୁ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲେ ହେଁ ସରକାର ତାକୁ ଏପର୍ଯ୍ୟନ୍ତ ବାତ୍ୟା ପ୍ରଭାବିତ ଅଞ୍ଚଳ ବୋଲି ଘୋଷଣା କଲେନାହିଁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : May 22, 2019, 8:16 AM IST

ଭଦ୍ରକ: ଫୋନି ବାତ୍ୟାରେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ମଧ୍ୟ କେତେକାଂଶ ପ୍ରଭାବିତ ହୋଇଥିଲା । ହେଲେ ଏହି ଚାନ୍ଦବାଲି ବ୍ଲକକୁ ବାତ୍ୟା ପ୍ରଭାବିତ ଅଞ୍ଚଳ ବୋଲି ଘୋଷଣା କଲେନାହିଁ ପ୍ରଶାସନ ତଥା ସରକାର । ଅନ୍ୟପକ୍ଷରେ ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ରାଜକନିକା ବ୍ଲକକୁ ବାତ୍ୟା ଅଞ୍ଚଳ ବୋଲି ଘୋଷଣା କରାଯାଇଛି । ତେବେ ଏହାର ପ୍ରତିବାଦ କରିଛନ୍ତି ଚାନ୍ଦବାଲି ସଂଗ୍ରାମୀ ସେନା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଏହାର ପ୍ରତିବାଦରେ ଚାନ୍ଦବାଲି ସଂଗ୍ରାମୀ ସେନା ପକ୍ଷରୁ ମଙ୍ଗଳବାର ଏକ ଶୋଭାଯାତ୍ରା କରାଯାଇଥିଲା । ଚାନ୍ଦବାଲି ବଜାରରୁ ବାହାରି ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ସଂଗ୍ରାମୀ ସେନା । ଏଥିସହ ଫୋନି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଚାନ୍ଦବାଲି ବ୍ଲକକୁ ବାତ୍ୟା ଅଞ୍ଚଳ ବୋଲି ଘୋଷଣା କରିବା ସହ କ୍ଷୟକ୍ଷତିର ସଠିକ ଆକଳନ କରି, କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ରିଲିଫ ଦେବା ପାଇଁ ତହସିଲଦାରଙ୍କ ଜରିଆରେ ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ଯରେ ପ୍ରଦାନ କରାଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.