ETV Bharat / state

ନବବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା: ପୋଲିସର ପାରିବା ପଣିଆରେ ପରିବାରର ପ୍ରଶ୍ନ - bhadrak murder news

ଚଳିତ ବର୍ଷ ଏପ୍ରିଲ 19 ତାରିଖରେ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଦଇପୁର ପଞ୍ଚାୟତ ନାରାୟଣପୁର ଗ୍ରାମରେ ଜଣେ ନବ ବିବାହିତାଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା । ଏଥିରେ ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ 4 ଜଣଙ୍କ ଅଭିଯୁକ୍ତଙ୍କ ମଧ୍ୟରୁ 2 ଜଣଙ୍କୁ ଗିରଫ କରି ବସିପଡିଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ପିଡୀତାଙ୍କ ମା' । ଅଧିକ ପଢନ୍ତୁ...

ନବ ବିବାହିତାଙ୍କ ସନ୍ଦେହ ଜନକ ମୃତ୍ୟୁ ମାମଲା: ପୋଲିସର ପାରିବା ପଣିଆ ଉପରେ ପରିବାର ଲୋକଙ୍କ ପ୍ରଶ୍ନ

author img

By

Published : Jul 15, 2020, 7:39 PM IST

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଦଇପୁର ପଞ୍ଚାୟତ ନାରାୟଣପୁର ଗ୍ରାମରେ ଜଣେ ନବ ବିବାହିତାଙ୍କର ସନ୍ଦେହ ଜନକ ମୃତ୍ୟୁ ମାମଲା । 4 ଅଭିଯୁକ୍ତଙ୍କ ମଧ୍ୟରୁ 2 ଜଣଙ୍କୁ ଗିରଫ କରି ଚୁପ ବସିପଡିଛି ପୋଲିସ । ଯାହାକୁ ନେଇ ପୋଲିସ ପକ୍ଷପାତିତା କରୁଛି ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ନବ ବିବାହିତାଙ୍କ ସନ୍ଦେହ ଜନକ ମୃତ୍ୟୁ ମାମଲା: ପୋଲିସର ପାରିବା ପଣିଆ ଉପରେ ପରିବାର ଲୋକଙ୍କ ପ୍ରଶ୍ନ

ସୂଚନାନୁଯାୟୀ, ଚଳିତ ବର୍ଷ ଏପ୍ରିଲ 19 ତାରିଖରେ ନବ ବିବାହିତାଙ୍କର ସନ୍ଦେହ ଜନକ ମୃ୍ତ୍ୟୁ ହୋଇଥିଲା । ଏହା ଏକ ଯୌତୁକ ଜନିତ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୀଡିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ପରେ ଏହି ଘଟଣାରେ ତଦନ୍ତ କରି 4 ଜଣ ଅଭିଯୁକ୍ତଙ୍କ ମଧ୍ୟରୁ 2 ଜଣଙ୍କୁ ଗିରଫ କରିଛି ପୋଲିସ ।

ହେଲେ ଅନ୍ୟ 2 ଅଭିଯୁକ୍ତଙ୍କୁ ଅଦ୍ୟାବଧି ପୋଲିସ ଗିରଫ କରି ନାହିଁ କାହିଁକି ବୋଲି, ଆଜି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମୃତ ଯୁବତୀଙ୍କ ମା ପ୍ରଶ୍ନ ଉଠାଇଛନ୍ତି । ଏଥିସହ ଏହି ଘଟଣାରେ ପୋଲିସ ପକ୍ଷପାତିତା କରୁଛି ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ । ତେବେ ଆସନ୍ତା 7 ଦିନ ମଧ୍ୟରେ ଯଦି ଅନ୍ୟ 2 ଅଭିଯୁକ୍ତଙ୍କୁ ପୁଲିସ ଗିରଫ ନ କରେ, ତାହେଲେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନ୍ୟାୟ ପାଇବା ପାଇଁ ପରିବାର ପକ୍ଷରୁ ଧାରଣା ଦେବେ ବୋଲି କହିଛନ୍ତି ମୃତ ଯୁବତୀଙ୍କ ମା' ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.