ETV Bharat / state

ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଜୟନ୍ତୀ ସମାରୋହ, ସାମିଲ ହେବେ ରାଷ୍ଟ୍ରପତି

author img

By

Published : Jul 13, 2023, 9:11 PM IST

ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରତିଷ୍ଠା ଜୟନ୍ତୀ ଉଦଘାଟନର କାର୍ଯ୍ଯକ୍ରମରେ ଯୋଗ ଦେବେ ମହାମହିମ । ଅଧିକ ପଢ଼ନ୍ତୁ

ଭଦ୍ରକ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭଦ୍ରକ: ଚଳିତ ମାସ 27 ତାରିଖ ଦିନ ସକାଳ 10. 30 ମିନିଟ ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭଦ୍ରକ ଜିଲ୍ଲା ଗସ୍ତରେ ଆସୁଛନ୍ତି । ଏହି ଗସ୍ତ କାର୍ଯ୍ୟକ୍ରମ ସମୟରେ ରାଷ୍ଟ୍ରପତି ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର 75ତମ ପ୍ରତିଷ୍ଠା ଜୟନ୍ତୀ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରତିଷ୍ଠା ଜୟନ୍ତୀ ଉତ୍ସବକୁ ଉଦ୍‌ଘାଟନ କରିବାକୁ ଭରତର ରାଷ୍ଟ୍ରପତି ସୀକୃତି ପ୍ରଦାନ କରିଛନ୍ତି ବୋଲି ମହାବିଦ୍ୟାଳୟ ସୂତ୍ରରୁ ଜଣାଯାଇଛି । ରାଷ୍ଟ୍ରପତିଙ୍କ ଏହି ଗସ୍ତ କାର୍ଯ୍ୟକ୍ରମକୁ ନେଇ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଏବଂ ଭଦ୍ରକ ପ୍ରଶାସନ ଚଳଚଞ୍ଚଳ ହୋଇପଡ଼ିଛି ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସୁବୋଧ ଚନ୍ଦ୍ର ମିଶ୍ରଙ୍କ ନେତୃତ୍ବରେ କିଛି ଅଧ୍ୟାପକ ପ୍ରତିନିଧି ଦଳ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦରଙ୍କ ସହ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଛନ୍ତି । ଯାହାକି ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ସମୟରେ ଆଇନ ଶୃଙ୍ଖଳା ରକ୍ଷା, ସ୍ୱଚାରୁ ଟ୍ରାଫିକ ନିୟନ୍ତ୍ରଣ, ନିରବଚ୍ଛିନ୍ନ ଭାବରେ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ଭଲି ଏକାଧିକ ବ୍ଯବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଛି ।

ଅଧିକ ପଢ଼ନ୍ତୁ: President Odisha Visit: କଟକରେ ବିଭିନ୍ନ ସ୍ଥାନ ବୁଲିବେ ରାଷ୍ଟ୍ରପତି, ପ୍ରସ୍ତୁତି ଆରମ୍ଭ

ସ୍ୱୟଂ ଶାସିତ ମହାବିଦ୍ୟାଳୟର ଏହି ପ୍ରତିନିଧି ଏବଂ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦରଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ଆଲୋଚନା କରାଯାଇ ଗୁରୁତ୍ବ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ଜଣାପଡିଛି। ଏଥିସହ ଉଦ୍‌ଘାଟନୀ ମଞ୍ଚରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ଆଲୋଚନା ହେଇଥିଲା ବୋଲି ସୂଚନା ମିଳିଛି।

ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଜିଲ୍ଲା ପ୍ରଶାସନ ଏବଂ ଭଦ୍ରକ ସ୍ଵୟଂ ଶାସିତ ମହାବିଦ୍ୟାଳୟ ପକ୍ଷରୁ ବିଶେଷ ଭାବେ ଗୁରୁତ୍ଵ ଦେବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଭଦ୍ରକ ସ୍ଵୟଂ ଶାସିତ ମହାବିଦ୍ୟାଳୟ ପକ୍ଷରୁ ଅଧ୍ୟକ୍ଷ ଡକ୍ଟର ସୁବୋଧ ଚନ୍ଦ୍ର ମିଶ୍ର ରାଷ୍ଟ୍ରପତି ଗସ୍ତ ନେଇ ସୂଚନା ଦେଇଛନ୍ତି ।

ଅଧ୍ୟକ୍ଷ ଡକ୍ଟର ସୁବୋଧ ଚନ୍ଦ୍ର ମିଶ୍ର କହିଛନ୍ତି, ‘‘ଚଳିତ ଜୁଲାଇ ମାସ 27 ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭଦ୍ରକ ସ୍ଵୟଂ ଶାସିତ ମହାବିଦ୍ୟାଳୟକୁ ଆସୁଥିବେ । କଲେଜର 75ତମ ପ୍ରତିଷ୍ଠା ଦିବସକୁ ଉଦଘାଟନ କରିବେ । କଲେଜକୁ ଉନ୍ନତି ଶିଖରକୁ ନେବା ପାଇଁ ଅମେ ପ୍ରଚେଷ୍ଟା କରିଛୁ । ରାଷ୍ଟ୍ରପତି ମହାବିଦ୍ୟାଳୟକୁ ଆସିବା ଆମ ପାଇଁ ଗର୍ବର ବିଷୟ । ସମସ୍ତ ବ୍ଯବସ୍ଥାକୁ ସୁଚାରୁ ରୂପେ କରିବା ପାଇଁ ବିଭିନ୍ନ ବିଭାଗକୁ ଦାୟିତ୍ବ ବଣ୍ଟନ କରାଯାଇଛି । ଏହସହ ଜିଲ୍ଲା ପ୍ରଶାସନର ସହଯୋଗ ମଧ୍ୟ ଲୋଡାଯାଇଛି ।’’

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.