ETV Bharat / state

ବିକାଶର ବାସ୍ତବତା, ପୁଣି ଖଟିଆରେ ବୁହା ହେଲେ ପ୍ରସୂତୀ - ବିକାଶର ନଗ୍ନ ଚିତ୍ର

ବିକାଶର ନଗ୍ନ ଚିତ୍ର । ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ତଥା ତିହିଡି ବ୍ଲକ ବାହାବଳପୁର ପଞ୍ଚାୟତ ଅଧିନ ପୋଖରୀସାହି ଗାଁ, ଯେଉଁଠି ରୋଗୀଙ୍କୁ ଖଟିଆରେ ବୋହିନେବା ଏକ ନିତିଦିନିଆ ଘଟଣା । ଅଧିକ ପଢନ୍ତୁ...

ଶୋୟନୀୟ ରାସ୍ତା, ଖଟିଆରେ ବୁହା ହେଲେ ପ୍ରସୂତୀ ମହିଳା

author img

By

Published : Oct 9, 2021, 9:41 AM IST

ଭଦ୍ରକ: ବିକାଶର ନଗ୍ନ ଚିତ୍ର । ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ତଥା ତିହିଡି ବ୍ଲକ ବାହାବଳପୁର ପଞ୍ଚାୟତ ଅଧିନ ପୋଖରୀସାହି ଗାଁ, ଯେଉଁଠି ରୋଗୀଙ୍କୁ ଖଟିଆରେ ବୋହିନେବା ଏକ ନିତିଦିନିଆ ଘଟଣା । ନିର୍ବାଚନ ପୂର୍ବରୁ ସ୍ଥାୟୀ ରାସ୍ତା ନିର୍ମାଣ କରାଇ ଦେବାଲାଗି ପ୍ରତିଶୃତି ମିଳିଥାଏ ହେଲେ, ପରବର୍ତ୍ତୀ ପର୍ଯ୍ୟାୟରେ କାହାରି ଦର୍ଶନ ମିଳେନା ।

ଶୋୟନୀୟ ରାସ୍ତା, ଖଟିଆରେ ବୁହା ହେଲେ ପ୍ରସୂତୀ ମହିଳା

ତେବେ ଗତକାଲି(ଶୁକ୍ରବାର) ଜଣେ ପ୍ରସୂତୀ ମହିଳା ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ମେଡିକାଲକୁ ନେବା ଲାଗି କବାଟ ପଟାରେ ଝୁଲା କରି ନେଇଯାଇଥିଲେ କିଛି ଯୁବକ । କାଦୁଅ ପଚ ପଚ ରାସ୍ତାରେ ପ୍ରାୟ 10 ଜଣ ଯୁବକ ଏକ ଖଟିଆରେ ବୋହି ନେଉଥିଲେ ମହିଳାଙ୍କୁ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଏପଟେ ଅଞ୍ଚଳବାସୀ ବାରମ୍ବାର ଏହି ଅସୁବିଧାର ସମ୍ମୁଖୀନ ହେଉଥିଲେ ସୁଦ୍ଧା ନିଦାବିଷ୍ଣୁ ସାଜିଛନ୍ତି ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ରାଜନେତା । ତେବେ ଏନେଇ କୌଣସି ପ୍ରଶାସନିକ ଅଧିକାରୀ କି ରାଜନେତା କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.