ETV Bharat / state

Panchayat Politics: ଭଦ୍ରକରେ BJD ଦୁଇ ଫାଳ, ଆରମ୍ଭ ହୋଇଛି କଡା ଟକ୍କର

author img

By

Published : Jan 28, 2022, 9:24 AM IST

ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ମୁକୁନ୍ଦପୁର ଏବଂ ମହରମପୁର ପଞ୍ଚାୟତରେ ଦୁଇ ଫାଳ ବିଜେଡି । ସେପଟେ ପୁଣି କ୍ଷମତା ଅକ୍ତିଆର କରିବାକୁ କସରତ ଆରମ୍ଭ କରିଛି ବିଜେପି । ଅଧିକ ପଢନ୍ତୁ

Panchayat Politics: ଭଦ୍ରକରେ ଦୁଇ ଫାଳ ବିଜେଡି, ଆରମ୍ଭ ହୋଇଛି କଡା ଟକ୍କର

ଭଦ୍ରକ: ବିଜେଡି ପାଇଁ ଅଡୁଆ ହେଉଛି ଗୋଷ୍ଠୀ କନ୍ଦଳ । ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ତଥା ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ନିଜ ପଞ୍ଚାୟତ ମୁକୁନ୍ଦପୁରରେ ବିଜେଡିର ଦଳୀୟ କନ୍ଦଳ ଦାଣ୍ଡରେ ପଡି ହାଟରେ ଗଡଗଡାଉଥିବା ବେଳେ ମହରମପୁରର ଏହି ବିବାଦ ଏବେ ଉଗ୍ରରୂପ ନେଇଛି । ଦଳୀୟ ସମର୍ଥନ ନ ପାଇବାରୁ ବିଜେଡିର ଏକ ବଡ ଅସନ୍ତୁଷ୍ଟ ଗୋଷ୍ଠୀ ଦଳୀୟ ସମର୍ଥିତ ପ୍ରାର୍ଥୀଙ୍କୁ ଜୋରଦାର ବିରୋଧ କରୁଛନ୍ତି । ଏହି ବିବାଦରେ ମହରମପୁର ପଞ୍ଚାୟତ ବିଜେଡି ଦୁଇଫାଳ ହୋଇଯାଇଛି ।

ଦଳୀୟ ସମର୍ଥିତ ପ୍ରାର୍ଥୀଙ୍କୁ ଚାରିଆଡୁ ଷଣ୍ଢୁଆଶୀ ଆକ୍ରମଣ କରିବାର ପଣ କରି ଭୋଟ ହାତେଇବା ଲାଗି ଏହି ଗୋଷ୍ଠୀ ଖସଡା ପ୍ରସ୍ତୁତ କରୁଥିବା କୁହାଯାଉଛି । ବିଜେଡିର ଦଳୀୟ ପଞ୍ଚାୟତ କମିଟିକୁ ବିରୋଧ କରି ବ୍ଲକ ନେତୃବୃନ୍ଦ ରାତିଅଧିଆ ଏକ ଘଡିସନ୍ଧି ମୂହୁର୍ତ୍ତରେ ଟିକେଟ୍ ଦେଲେ । ସେଥିପାଇଁ ବିଦ୍ରୋହୀ ଗୋଷ୍ଠୀ ସମାନ୍ତରାଳ ଭାବେ ପ୍ରାର୍ଥୀ ଦେଇଛନ୍ତି । ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଗୌରୀଶଙ୍କର ବେହେରା ଓ ବିଦ୍ରୋହୀ ପ୍ରାର୍ଥୀ ଭାବେ ତାପସ କୁମାର ବେହେରା ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି । ଉଭୟ ପ୍ରାର୍ଥୀ ଏବେ ବିଜେପି ଓ କଂଗ୍ରେସ ଭୋଟ୍ ବ୍ୟାଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।

ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ବିରୋଧରେ ଏହି ଅସନ୍ତୁଷ୍ଟ ଗୋଷ୍ଠୀ ମୁହଁ ଖୋଲିଛନ୍ତି । ବିଗତ 5 ବର୍ଷ ମଧ୍ୟରେ ପଞ୍ଚାୟତରେ ବିଜେପି ସମର୍ଥିତ ସରପଞ୍ଚଙ୍କ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଦତ୍ତ ଯୋଜନାର ସଠିକ୍ କାର୍ଯ୍ୟାନ୍ବୟନରେ ବିଫଳତା ଏବଂ ନାନାଦି ଦୁର୍ନୀତିକୁ ମୁଦ୍ଦା କରି ନିର୍ବାଚନ ଲଢିବେ ବୋଲି ବିଜେଡି ପ୍ରାର୍ଥୀ କହିଛନ୍ତି । ସେହିପରି ଗତଥର ନିର୍ବାଚିତ ସରପଞ୍ଚଙ୍କ ଦିଅର ଶଶାଙ୍କ ଶେଖର ରାଉଳ ଏବେ ସରପଞ୍ଚ ଦୌଡରେ ଅଛନ୍ତି ।

ତାଙ୍କ ହାତରେ ରହିଛି ବିଜେପି ଦଳୀୟ ସମର୍ଥନ । ବିଗତ 5 ବର୍ଷର ସଫଳତା ସହିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖି ଯୋଜନା ଏବଂ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ସେ ପୁଣି ଥରେ ଭୋଟରଙ୍କ ଅନୁକମ୍ପା ପାଇପାରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ମୋଟାମୋଟି ଭାବେ ତିନି ଦଳୀୟ ସମର୍ଥିତ ପ୍ରାର୍ଥୀ ଏବଂ ବିଜେଡିର ବିଦ୍ରୋହୀ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବାକୁ ଥିବାବେଳେ ସମସ୍ତଙ୍କ ନଜର ରହିଛି ବିଦ୍ରୋହୀ ଗୋଷ୍ଠୀଙ୍କ ଉପରେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.