ETV Bharat / state

Panchayat Election: ତିହିଡିରେ କଣ ରହିଛି ନିର୍ବାଚନୀ ମାହୋଲ

author img

By

Published : Feb 1, 2022, 7:36 PM IST

ଆଉ କିଛି ଦିନ ପରେ ପଞ୍ଚାୟତ ନିର୍ବାଚନ । ସରଗରମ ହେଲାଣି ଗାଁ ରାଜନୀତି । ଦେଖନ୍ତୁ ଭଦ୍ରକ ଜିଲ୍ଲା ତିହିଡିରେ କଣ ରହିଛି ରାଜନୈତିକ ମାହୋଲ । ଅଧିକ ପଢନ୍ତୁ

Panchayat Election: ତିହିଡିରେ କଣ ରହିଛି ନିର୍ବାଚନୀ ମାହୋଲ
Panchayat Election: ତିହିଡିରେ କଣ ରହିଛି ନିର୍ବାଚନୀ ମାହୋଲ

ଭଦ୍ରକ: ଆରମ୍ଭ ହୋଇଗଲାଣି ନିର୍ବାଚନୀ ପ୍ରଚାର ପ୍ରସାର । ଘର ଘର ବୁଲି ଭୋଟରଙ୍କୁ ମନାଇବାରେ ଲାଗି ପଡିଛନ୍ତି ପ୍ରାର୍ଥୀ । ନିର୍ବାଚନକୁ ନେଇ ସର୍ବଦା ଚର୍ଚ୍ଚାରେ ଥିବା ଭଦ୍ରକ ଜିଲ୍ଲାରେ ସରଗରମ ହେଲାଣି ପଞ୍ଚାୟତ ନିର୍ବାଚନ । ବାସୁଦେବପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତିହିଡ଼ିରେ ପଞ୍ଚାୟତ ନିର୍ବାଚନରେ ଚାଲିଛି ପ୍ରାର୍ଥୀଙ୍କ ଜୋରସୋର୍ ପ୍ରଚାର ପ୍ରସାର ।

ତିହିଡ଼ି ବ୍ଳକର 9 ଟି ପଞ୍ଚାୟତକୁ ନେଇ 8 ନମ୍ବର ଜିଲ୍ଲା ପରିଷଦ ଜୋନ୍ ଗଠିତ । ବାହାବଳପୁର, ସୟା, ମହରମପୁର, ମୁକୁନ୍ଦପୁର, ଭାଟପଡା, କୋଲ୍ହ, ଫତେହପୁର, ମଙ୍ଗଳପୁର, ସିନ୍ଧଲ ପଞ୍ଚାୟତକୁ ନେଇ ଗଠିତ ଏହି ଜୋନ୍ । ଜୋନର ମଙ୍ଗଳପୁର ପଞ୍ଚାୟତରେ ନିର୍ବାଚନୀ ମାହୋଲ ବେଶ୍ ସରଗରମ୍ । ସମଗ୍ର ଜୋନ ରେ 45000ରୁ ଊର୍ଦ୍ଧ୍ଵ ଭୋଟର ମଧ୍ୟରୁ ପ୍ରାୟ 5000 ଭୋଟର ଏହି ମଙ୍ଗଳପୁର ପଞ୍ଚାୟତରେ ଥିବା ଜଣାପଡ଼ିଛି ।

ଜିଲ୍ଲା ପରିଷଦ ସଭ୍ୟ, ସମିତ ସଭ୍ଯ, ସରପଞ୍ଚ ଏବଂ ୱାର୍ଡ ମେମ୍ବର ପ୍ରାର୍ଥୀମାନେ ଭୋଟରଙ୍କୁ ମନାଇବାରେ ଲାଗି ପଡ଼ିଛନ୍ତି । ପ୍ରାର୍ଥୀମାନେ ନିଜ ନିଜ ସପକ୍ଷରେ ପ୍ରଚାର କରୁ ଥିବାବେଳେ, ସଠିକ ପ୍ରାର୍ଥୀଙ୍କୁ ଭୋଟ ଦେବେ ବୋଲି କହିଛନ୍ତି ଭୋଟର ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.