ETV Bharat / state

ମହିଳା SIଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ଅଭିଯୋଗ, ପାଲଟା ଅଭିଯୋଗ ଆଣିଲେ ଅଭିଯୁକ୍ତଙ୍କ ଭଉଣୀ

author img

By

Published : Apr 7, 2023, 10:16 PM IST

ମହିଳା ସାମ୍ବାଦିକଙ୍କୁ ଦୁଷ୍କର୍ମ ଅଭିଯୋଗରେ ମହିଳା ସବ ଇନସ୍ପେକ୍ଟର ଜେଲ ଯିବା ଘଟଣା ଏବେ ଭିନ୍ନ ମୋଡ଼ ନେଇଛି । ପୀଡ଼ିତା ମହିଳା ସାମ୍ବାଦିକା ଜଣକ ଗୁଣ୍ଡା ଲଗାଇ ସବ ଇନସ୍ପେକ୍ଟର ତପସ୍ବିନୀ ମହାପାତ୍ରଙ୍କ ବଡ ଭଉଣୀ ମୀନାକ୍ଷି ମହାପାତ୍ରଙ୍କୁ ଆକ୍ରମଣ କରିବା ସହିତ ନଗଦ ୨୦ ହଜାର ଟଙ୍କା ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

ପୀଡ଼ିତା ସାମ୍ବାଦିକଙ୍କ ବିରୋଧରେ ପାଲଟା ଅଭିଯୋଗ

ଭଦ୍ରକ: ମହିଳା ସାମ୍ବାଦିକଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଚୂଡାମଣି ମେରାଇନ ଥାନାର ମହିଳା SI ତପସ୍ବିନୀ ମହାପାତ୍ର ଜେଲ ଯିବା ଘଟଣା ଏବେ ଭିନ୍ନ ମୋଡ଼ ନେଇଛି । ପୀଡ଼ିତା ମହିଳା ସାମ୍ବାଦିକା ଜଣକ ଗୁଣ୍ଡା ଲଗାଇ ମାଡ ମାରି ମହିଳା ସବ ଇନସ୍ପେକ୍ଟର ତପସ୍ବିନୀ ମହାପାତ୍ରଙ୍କ ବଡ ଭଉଣୀଙ୍କୁ ଆକ୍ରମଣ କରିବା ସହିତ ନଗଦ ୨୦ ହଜାର ଟଙ୍କା ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି । ଏହା ସହିତ ତାଙ୍କୁ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦେଇଥିଲେ ବୋଲି ଭଦ୍ରକ ଟାଉନ ଥାନାରେ ପହଞ୍ଚି ଏକ ଲିଖିତ ଅଭିଯୋଗ କରିଛନ୍ତି ।

ତେବେ ଅଭିଯୋଗ ଅନୁଯାୟୀ ସେ ତପସ୍ବିନୀ ରହୁଥିବା ବାସୁଦେବପୁର ଅଞ୍ଚଳର ଭଡ଼ାଘରକୁ ଯାଇ ସେଠାରୁ କିଛି କାଗଜପତ୍ର ନେଇ ଭଦ୍ରକ ଅଭିମୁଖେ ଆସିଥିଲେ । ତେବେ ଭଦ୍ରକ ନୂଆ ବସଷ୍ଟାଣ୍ଡ ନିକଟରେ ମହିଳା ସାମ୍ବାଦିକ, ତାଙ୍କ ପରିବାର ସଦସ୍ୟ ଏବଂ କିଛି ଗୁଣ୍ଡା ପହଞ୍ଚି ତପସ୍ବିନୀ କୁଆଡେ ଗଲା ବୋଲି ବୋଲି ପଚାରିଥିଲେ । ତପସ୍ବିନୀକୁ ଘରକୁ ପଠାଇ ଦେଇଛି ବୋଲି କହିବାରୁ ସେମାନେ ଗାଲିଗୁଲଜ କରିବା ସହ ୭ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ । ଏହାସହ ତାଙ୍କୁ ମାଡ଼ ମାରି ତାଙ୍କର ଭ୍ୟାନିଟ ବ୍ୟାଗରେ ଥିବା ନଗଦ ୨୦ ହଜାର ଟଙ୍କା ଛଡ଼ାଇ ନେବା ସହିତ ତାଙ୍କୁ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦେଇଥିଲେ । ଏନେଇ ଭଦ୍ରକ ଟାଉନ ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି ମହିଳା SIଙ୍କ ବଡ଼ ଭଉଣୀ । ପୋଲିସ ଏହି ଅଭିଯୋଗ ପାଇବା ପରେ ଏନେଇ ତଦନ୍ତ କରୁଥିବା ଜଣା ପଡ଼ିଛି । ତେବେ ତପସ୍ବିନୀଙ୍କ ଭଉଣୀ ମହିଳା ସାମ୍ବାଦିକାଙ୍କ ବିରୋଧରେ ଆରୋପ ଆଣିବା ଘଟଣାକୁ ରୋଚକ ମୋଡ଼ ଦେଇଛି ।

ପ୍ରକାଶ ଥାଉକି ଭଦ୍ରକ ପୁରୁଣା ବଜାର ଥାନାରେ ୨୦୨୧ରୁ ତପସ୍ବିନୀ ମହାପାତ୍ର ସବ ଇନସ୍ପେକ୍ଟର ଭାବେ କାର୍ଯ୍ୟରତ ଥିବା ସମୟରେ ମହିଳା ସାମ୍ବାଦିକାଙ୍କ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟ ଙ୍କ ମଧ୍ୟରେ ଗଢ଼ି ଉଠିଥିବା ପ୍ରେମ ସମ୍ପର୍କ ପରେ ବିବାହ ପର୍ଯ୍ୟନ୍ତ ଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ସବ ଇନସ୍ପେକ୍ଟର ଜଣଙ୍କ ଚୂଡାମଣି ମେରାଇନ ଥାନାକୁ ବଦଳି ହୋଇ ଯାଇଥିଲେ । ଏହାପରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ତିକ୍ତତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିଲା । ଶେଷରେ ସ୍ଥିତି ଏପରି ହେଲା ଯେ, କଥା ଥାନା ପର୍ଯ୍ୟନ୍ତ ଆସି ପହଞ୍ଚିଲା । ସବ ଇନସ୍ପେକ୍ଟର ତପସ୍ବିନୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ପରେ ତାଙ୍କ ନାଁରେ ସଙ୍ଗୀନ ଦଫାରେ ମାମଲା ବି ରୁଜୁ ହୋଇଥିଲା । ପରେ ଭଦ୍ରକ ଟାଉନ ଥାନା ପୋଲିସ ଅଭିଯୁକ୍ତ ମହିଳା ସବ ଇନସ୍ପେକ୍ଟରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏନେଇ ସୂଚନା ଦେଇଥିଲେ ଭଦ୍ରକ ସିଟି ଡଏସପି ଅଂଶୁମାନ ଦ୍ବିବେଦୀ । ଏଥିସହ ମହିଳା ସବ ଇନସ୍ପେକ୍ଟର ତପସ୍ବିନୀ ମହାପାତ୍ରଙ୍କୁ କାର୍ଯ୍ୟରୁ ନିଲମ୍ବିତ ମଧ୍ୟ କରାଯାଇଛି । ତେବେ ପରବର୍ତ୍ତୀ ସମୟରେ ମହିଳା ସାମ୍ବାଦିକା ଜଣକ ଅଦାଲତରେ ସତ୍ୟପାଠ ଦାଖଲ କରି ନିଜର ଅଭିଯୋଗ ପ୍ରତ୍ୟାହାର କରିଥିଲେ । ଫଳରେ ଅଦାଲତରୁ ତପସ୍ବିନୀଙ୍କୁ ଜାମିନ ମିଳିଥିଲା । ହେଲେ ଏବେ ତପସ୍ବିନୀ ମହାପାତ୍ରଙ୍କ ବଡ ଭଉଣୀ ମୀନାକ୍ଷି ମହାପାତ୍ର ମହିଳା ସାମ୍ବାଦିକାଙ୍କ ବିରୋଧରେ ଆରୋପ ଆଣିବା ପରେ ଘଟଣାଟି ଭିନ୍ନ ମୋଡ଼ ନେଇଛି । ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଇଟିଭି ଭାରତ, ଭଦ୍ରକ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.