ETV Bharat / state

Rama Navami 2023: ପୋଲିସର ପ୍ରସ୍ତୁତି ଶେଷ, CCTV ନଜରରେ ରହିବ ଭଦ୍ରକ ସହର - CCTV ନଜରରେ ରହିବ ଭଦ୍ରକ ସହର

ଶ୍ରୀରାମ ନବମୀ ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପର୍ଯ୍ୟାୟ ଚୂଡାନ୍ତ ହୋଇଛି । ଏହି କ୍ରମରେ ବହୁ ବରିଷ୍ଠ ପୋଲିସ ଅଫିସର ଏବଂ ଫୋର୍ସ ଆଜି ଏକ ଫ୍ଲାଗ ମାର୍ଚ୍ଚରେ କରିଥିଲେ । ଆଗମୀ 30 ତାରିଖରେ ହେବାକୁ ଥିବା ନଗର ସଂକୀର୍ତ୍ତନ ପାଇଁ ଏହା ଜିଲ୍ଲା ପୋଲିସର ଚୂଡାନ୍ତ ପ୍ରସ୍ତୁତି । ଅଧିକ ପଢନ୍ତୁ

Rama Navami 2023: ପୋଲିସର ପ୍ରସ୍ତୁତି ଶେଷ, CCTV ନଜରରେ ରହିବ ଭଦ୍ରକ ସହର

author img

By

Published : Mar 28, 2023, 10:05 PM IST

Rama Navami 2023: ପୋଲିସର ପ୍ରସ୍ତୁତି ଶେଷ, CCTV ନଜରରେ ରହିବ ଭଦ୍ରକ ସହର

ଭଦ୍ରକ: ଆଇଜି ହିମାଂଶୁ ଲାଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଭଦ୍ରକରେ ହେବାକୁ ଥିବା ପବିତ୍ର ଶ୍ରୀରାମ ନବମୀ ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପର୍ଯ୍ୟାୟ ଚୂଡାନ୍ତ ହୋଇସାରିଛି । ଚଳିତ ମାର୍ଚ୍ଚ ମାସ 30 ତାରିଖ ଦିନ ହେବାକୁ ଥିବା ଶ୍ରୀରାମ ନବମୀ ପୂର୍ବରୁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି।

ଭଦ୍ରକ ଗୋଶାଳା ଛକରୁ ଏହି ଫ୍ଲାଗ ମାର୍ଚ୍ଚ ବାହାରି ପୁରୁଣା ବଜାର ଅଞ୍ଚଳ ସମେତ ଯେଉଁଯେଉଁ ସ୍ଥାନ ଦେଇ ନଗର ସଂକୀର୍ତ୍ତନ ଯିବ ସେହି ସବୁ ସ୍ଥାନରେ ଫ୍ଲାଗ ମାର୍ଚ୍ଚ ବୁଲିଥିଲା । ଏଥିରେ ଆଇଜି ହିମାଂଶୁ ଲାଲ, ଭଦ୍ରକ ଏସପି ବରୁଣ ଗୁଣ୍ଠପାଲିଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଫିସର ଏବଂ ଫୋର୍ସ ଫ୍ଲାଗ ମାର୍ଚ୍ଚରେ ସାମିଲ ହୋଇଥିଲେ । ଆଗମୀ 30 ତାରିଖରେ ହେବାକୁ ଥିବା ନଗର ସଂକୀର୍ତ୍ତନ ପାଇଁ ଏହା ଜିଲ୍ଲା ପୋଲିସର ଚୁଡାନ୍ତ ପ୍ରସ୍ତୁତି ।

ଆଇଜି ହିମାଂଶୁ ଲାଲ, ଭଦ୍ରକ ଏସପି ବରୁଣ ଗୁଣ୍ଟପାଲିଙ୍କ ସମେତ ଆଗମୀ 30 ତାରିଖରେ ହେବାକୁ ଥିବା ନଗର ସଂକୀର୍ତ୍ତନରେ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ଦୁଇଟି ASP ବାଟାଲିୟନ , 12 ଜଣ ଡିଏସପି, 25 ଜଣ ଇନ୍ସପେକ୍ଟର, 100ରୁ ଅଧିକ ଏଏସଆଇ ଏବଂ 35 ପ୍ଲାଟୁନ ପୋଲିସ ଫୋର୍ସ ଭଦ୍ରକରେ ନିୟୋଜିତ ହୋଇଛନ୍ତି । ଏଥିସହ ସହରର ବିଭିନ୍ନ ସ୍ଥାନରେ 76ରୁ ଅଧିକ ସିସିଟିଭି କ୍ୟାମେରା ଲଗାଯାଇ ନଜର ରଖାଯାଇଛି ।

ଏହି ସିସିଟିଭି କ୍ୟାମେରା ମାଧ୍ୟମରେ ନିର୍ଦ୍ଧାରିତ କଣ୍ଟ୍ରୋଲ ରୁମରେ ନଗର ସଂକୀର୍ତ୍ତନ ଉପରେ କଡା ନଜର ରଖାଯିବା ବ୍ୟବସ୍ଥା ହୋଇଛି । କେବଳ ସେତିକି ନୁହେଁ, ଅଧିକ ସୁରକ୍ଷା ଦୃଷ୍ଟିରୁ ନଗର ସଂକୀର୍ତ୍ତନ ସମୟରେ ପୋଲିସ ପକ୍ଷରୁ 8ଟି ଡ୍ରୋନ କ୍ୟାମେରା ଜରିଆରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଓ ଆଇନ ଶୃଙ୍ଖଳା ଉପରେ ନଜର ରଖାଯିବ । ଅନ୍ୟ ପକ୍ଷରେ ବିଶେଷ କରି ସାମାଜିକ ଗଣମାଧ୍ୟମ ଉପରେ ମଧ୍ଯ କଡା ନଜର ରଖିଛି ପୋଲିସ।

ଅନ୍ୟପଟେ ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳାର ସହ ରାମନବମୀ ପାଳିବା ପାଇଁ ଭଦ୍ରକବାସୀଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟପାଲି। ଆସନ୍ତା 30 ତାରିଖରେ ପବିତ୍ର ରାମ ନବମୀ । ଭଗବାନ ରାମଲାଲାଙ୍କ ଜନ୍ମତ୍ସୋବ ପାଳନ ସହ ପୁରା ରାମଲୀଳା ସବୁଠି ଆୟୋଜନ ହେବ । ରାମ ନବମୀ ପାଇଁ ସବୁଠି ଚାଲିଛି ଭବ୍ୟ ପ୍ରସ୍ତୁତି । ବିଭିନ୍ନ ସ୍ଥାନରେ ରାମାୟଣ, ପାରାୟଣ, ଭୋଜନ, ସଂକୀର୍ତ୍ତନ ସହ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ ହେବ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.