ETV Bharat / state

3 ମାସ ନିଖୋଜ ପୁଅର ମିଳୁନି ଖବର, ଜୀବନ ହାରିବାକୁ ଚେତାବନୀ ଦେଲେ ବାପାମାଆ

ପୁଅ ନିଖୋଜ ହେବାକୁ 3 ମାସ ବତିଲାଣି । ହେଲେ କିଛି ଖୋଜ ଖୋବର ମିଳୁନାହିଁ । ଶେଷରେ ନବୀନ ନିବାସ ଆଗରେ ଧାରଣା ଦେବା ସହ ଜୀବନ ହାରିବାକୁ ଚେତାବନୀ ଦେଇଛନ୍ତି ବାପା ମାଆ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Nov 29, 2023, 1:36 PM IST

minor boy missing in bhadrak
ନାବାଳକ ନିଖୋଜ ଘଟଣା
boy missing in bhadrak

ଭଦ୍ରକ: 3 ମାସ ହେବ ପୁଅର କିଛି ଖବର ନାହିଁ । ଘରେ ଚୁଲି ଜଳିନାହିଁ । ମାଆ କୋହ ସମ୍ଭାଳି ପାରୁନାହିଁ । ବାପାଙ୍କ ଧୌର୍ଯ୍ୟ ଭାଙ୍ଗି ଭାଙ୍ଗି ଯାଉଛି । କେଉଁଆଡେ ଗଲା ପୁଅ କେଉଁଠି ଅଛି କିପରି ଅଛି ଅସମାହିତ ପ୍ରଶ୍ନ ଘେରରେ ପରିବାର । ପୁଅ ନିଖୋଜ ହେବାକୁ 3ମାସ ବିତିଲାଣି ହେଲେ କିଛି ଖବର ନାହିଁ । ନ୍ୟାୟ ନମିଳିଲେ ନବୀନ ନିବାସ ଆଗରେ ଧାରଣା ଦେବା ସହିତ ଜୀବନ ହାରିବାକୁ ଚେତାବନୀ ଦେଇଛନ୍ତି ନିଖୋଜ ଜିତେନ୍ଦ୍ରଙ୍କ ବାପାମାଆ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କମାରିଆ ଗ୍ରାମରୁ ଆସିଛି ଏହି ଖବର ।

ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ସେ ଗୁହାରି କରିଥିଲେ ବୋଲି ଜଣାପଡିଛି । ନ୍ୟାୟ ନଳିମିଲେ ନବୀନ ନିବାସ ଆଗରେ ଧାରଣ ଦେବା ସହ ଜୀବନ ହାରିବାକୁ ଚେତାବନୀ ଦେଇଛନ୍ତି ଜିତେନ୍ଦ୍ରଙ୍କ ପିତା ମାତା । ପୁଅ ନିଖୋଜ ହେବା ପରେ ବନ୍ଧୁବାନ୍ଧବ, ସହପାଠୀମାନଙ୍କୁ ପଚାରି ପଚାରି ଥକି ଗଲେଣି ପରିବାର । ସେପଟେ ପୋଲିସ ବି ଆଜି କାଲି କହି ଟାଳି ଚାଲିଛି । ବାପା ମାଆ ସନ୍ଦେହ କରୁଥିବା ଲୋକମାନଙ୍କ ମୋବାଇଲ ନମ୍ବର ବି ଯାଞ୍ଚ କରାଯାଉ ନାହିଁ ବୋଲି ଅଭିଯୋଗ ହୋଇଛି । ପୁଅର ଫେରିବା ବଟାକୁ ଚାହିଁ ରହିଛନ୍ତି ପରିବାର ।

ଏହା ବି ପଢନ୍ତୁ...ବିଶ୍ବାସରେ ବିଷ! 2 ଲକ୍ଷ ଋଣ ଟଙ୍କାକୁ ଲୁଟି ନେଲେ, ମାସେ ପରେ ବି ପୋଲିସ ହାତ ଖାଲି

ରବୀନ୍ଦ୍ର ସାହୁ ସ୍ଥାନୀୟ ବାଳିକା ହାଇସ୍କୁଲ ନିକଟରେ ଏକ ଠେଲା ଗାଡିରେ ଖାଇବା ଦୋକାନ କରି ପରିବାର ପ୍ରତିପୋଷଣ କରନ୍ତି । ପୁଅ ମେଟ୍ରିକ ପାସ କରିବା ପରେ 2023 ମସିହାରେ ଆଗରପଡା ସ୍ଥିତ ଆଦର୍ଶ ବିଦ୍ୟାଳୟରେ ଯୁକ୍ତ ଦୁଇରେ ପାଠ ପଢୁଥିଲା । ତେବେ ସେହି ଦିନ ପୁଅ ଘରକୁ ନ ଫେରିବାରୁ ବିଭିନ୍ନ ସ୍ଥାନ ଖୋଜାଖୋଜି କରିବା ସମୟରେ, ଦୁଇ ଦିନ ପରେ ପୁଅର ସାଇକେଲଟି ଚରମ୍ପା ରେଲୱେ ଷ୍ଟେସନ ପାଖରୁ ମିଳିଥିଲା । ହେଲେ ପୋଲିସର ଅସହଯୋଗ ଏବଂ ନିରବଦ୍ରଷ୍ଟା ପ୍ରତିବାଦରେ ପରିବାର ଏସପିଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ପୁଅକୁ ଖୋଜିବାରେ ତୁରନ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ମିଳିଥିଲେ ମଧ୍ୟ ହେଲେ କିଛି ଲାଭ ହୋଇନାହିଁ । ତେଣୁ ପୁଅକୁ ଫେରି ନପାଇଲେ ନିରୁପାୟ ହୋଇ ଶେଷରେ ନବୀନ ନିବାସ ଆଗରେ ଧାରଣାରେ ବସିବା ସହ ଜୀବନ ହାରିବାକୁ ଚେତାବନୀ ଦେଇଛନ୍ତି ନିଖୋଜ ଜିତେନ୍ଦ୍ରଙ୍କ ବାପା ମାଆ । ଅନ୍ୟ ପକ୍ଷରେ ଏନେଇ ଥାନାରେ ଏକ ନିଖୋଜ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.