ଭଦ୍ରକ: ଜିଲ୍ଲାରେ ପହଞ୍ଚିଲେ ପୋଲିସ ଡିଜି ଅଭୟ । ସମ୍ଭାବ୍ୟ ବାତ୍ୟାର ସ୍ଥିତି ସମୀକ୍ଷା କରିଛନ୍ତି ଡିଜିପି ଅଭୟ । ଭଦ୍ରକ ଏସପି ରାଜେଶ ପଣ୍ଡିତ ଓ ପୂର୍ବାଞ୍ଚଳ ଆଇଜି ଦିପ୍ତେଶ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି ।
ଡିଜିପି ଅଭୟ ଭଦ୍ରକ ପୋଲିସ ଦ୍ବାରା କରାଯାଇଥିବା ଅସ୍ଥାୟୀ କ୍ୟାମ୍ପରେ ପ୍ରବାସୀଙ୍କୁ ଖାଦ୍ୟ ଦିଆଯାଉଥିବା ସ୍ଥାନ ବୁଲି ଦେଖିଛନ୍ତି । ପ୍ରବାସୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ଭଦ୍ରକ ଜିଲ୍ଲାରେ କୋରୋନା ସ୍ଥିତି, ପ୍ରବାସୀଙ୍କ ସୁବିଧା ପାଇଁ ଖାଦ୍ୟ ଓ ପରିବହନ ସହ ବାତ୍ୟା ଅମ୍ଫାନ ପାଇଁ ସମସ୍ତ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ