ETV Bharat / state

ନିଲମ୍ବିତ ହେଲେ ଲାଞ୍ଚୁଆ ପୋଲିସ ବାବୁ

ଭଦ୍ରକ ଚାନ୍ଦବାଲି ଥାନା ଏଏସଆଇ ନିଲମ୍ବିତ ହୋଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Apr 29, 2021, 12:47 PM IST

Updated : Apr 29, 2021, 2:27 PM IST

ନିଲମ୍ବିତ ହେଲେ ଲାଞ୍ଚୁଆ ଥାନାଧିକାରୀ
ନିଲମ୍ବିତ ହେଲେ ଲାଞ୍ଚୁଆ ଥାନାଧିକାରୀ

ଭଦ୍ରକ: ଚାନ୍ଦବାଲି ଥାନାର ଏଏସଆଇ ହରେକୃଷ୍ଣ ପାଢୀ ନିଲମ୍ବିତ ହୋଇଛନ୍ତି । ଲାଞ୍ଚ ମାଗୁଥିବା ସମୟର ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି ।

ଖବର ଅନୁଯାୟୀ ଜିଲ୍ଲା ଚାନ୍ଦବାଲି ଥାନାର ଏଏସଆଇ ହରେକୃଷ୍ଣ ଜଣେ ଅଭିଯୁକ୍ତକୁ ଖସାଇ ଦେବା ପାଇଁ ଏହି ଲାଞ୍ଚ ନେଉଥିଲେ । ଏହାସହିତ ଉକ୍ତ ଅଭିଯୁକ୍ତର ନାମକୁ ଜାଲିଆତି କରି ଏଫଆଇଆରରୁ କାଟିଦେବା ଏବଂ ଚିଙ୍ଗୁଡି ମାଛ ସହ ମୋଟା ଅଙ୍କର ଟଙ୍କା ଲାଞ୍ଚ ମାଗୁଥିବା ସମୟର ଏକ ଅଡିଓ ସାମ୍ନାକୁ ଆସିଥିଲା । ଯାହାକି ପରେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ, ଏ ସମ୍ପର୍କରେ ଜିଲ୍ଲା ପୋଲିସ ମୁଖ୍ୟାଳୟ ଜାଣିବାକୁ ପାଇଥିଲା ।

ପରେ ଘଟଣାର ତଦନ୍ତ କରି ସମ୍ପୃକ୍ତ ଏଏସଆଇଙ୍କୁ ଜିଲ୍ଲା ପୋଲିସ ପକ୍ଷରୁ ନିଲମ୍ବନ କରାଯାଇଥିବା ଜଣାପଡିଛି । ହେଲେ ଘଟଣା ସମ୍ପର୍କରେ ଜିଲ୍ଲା ପୋଲିସ ମୁଖ୍ୟାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ମିଳିପାରିନାହିଁ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Apr 29, 2021, 2:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.