ଭଦ୍ରକ: ନବମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗରେ ଭିଣୋଇ ଗିରଫ । ଶାଳୀର ଅସହାୟତାର ଫାଇଦା ଉଠାଇ ଭିଣୋଇ କରିଥିଲା ଦୁଷ୍କର୍ମ । ପୀଡିତାଙ୍କ ଘର କେନ୍ଦୁଝର ଅଞ୍ଚଳରେ ହୋଇଥିବାବେଳେ ସେ ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ଦହପାଣିଆ ସରକାରୀ ହାଇସ୍କୁଲ ହଷ୍ଟେଲରେ ରହି ପାଠପଢନ୍ତି।
ଦୁଷ୍କର୍ମର ଶିକାର ଛାତ୍ରୀଙ୍କ ଘର କେନ୍ଦୁଝର ଅଞ୍ଚଳର ହୋଇଥିବାବେଳେ ଅଭିଯୁକ୍ତ ଭିଣୋଇଙ୍କ ଘର ଯାଜପୁର କଳିଙ୍ଗ ନଗର ଅଞ୍ଚଳର ବୋଲି ଜଣାଯାଇଛି । ଛାତ୍ରୀ ଜଣକ ଅନୁସୂଚିତ ଜନଜାତିର ବୋଲି ଜଣାପଡିଛି।
ପୀଡିତା ଜଣକ ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ଦହପାଣିଆ ସରକାରୀ ହାଇସ୍କୁଲ ହଷ୍ଟେଲରେ ରହି ପାଠପଢନ୍ତି। କୋରୋନା ସମୟରେ ଘରେ ରହୁଥିଲେ, ମାତ୍ର ଫେବୃଆରୀ 8ରେ ସ୍କୁଲ ଖୋଲିବା ପରେ ହଷ୍ଟେଲକୁ ଆସିଥିଲେ । ଏହି ସମୟରେ ସେ ଗର୍ଭବତୀ ଥିବା କଥା ସାମ୍ନାକୁ ଆସିଥିଲା।
ଯାହାକି ଛାତ୍ରୀ ଜଣକ ଘରେ ଥିବାବେଳେ ନିଜ ଭିଣୋଇଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିବା କହିଥିଲେ । ଏନେଇ ଅଭିଯୋଗ ହେବା ପରେ ତିହିଡ଼ି ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଭିଣୋଇ ଗୋବିନ୍ଦ ଟୁଡୁକୁ ଗିରଫ କରି କୋର୍ଟଚାଲାଣ କରିଛି। ହେଲେ ଏହି ଘଟଣା ନେଇ ପୁଲିସ କି ସ୍କୁଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ