ETV Bharat / state

ଅବକାରୀ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ ଘଟଣା, ଆଉ 2 ଗିରଫ

author img

By

Published : Oct 21, 2020, 6:35 PM IST

ଭଦ୍ରକ ପୁରୁଣା ବଜାର ଥାନା ମିର୍ଜାପୁର ଅଞ୍ଚଳରେ ଅବକାରୀ ବିଭାଗ କର୍ମଚାରୀ ମାନଙ୍କୁ ମଦ ମାଫିଆଙ୍କ ଆକ୍ରମଣ ଘଟଣାରେ ଆଉ 2 ଜଣ ଗିରଫ ।ପଢନ୍ତୁ ଅଦିକ

ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ ଘଟଣା, ଆଉ 2 ଗିରଫ

ଭଦ୍ରକ: ପୁରୁଣା ବଜାର ଥାନା ମିର୍ଜାପୁର ଅଞ୍ଚଳରେ ଅବକାରୀ ବିଭାଗ କର୍ମଚାରୀଙ୍କୁ ମଦ ମାଫିଆଙ୍କ ଆକ୍ରମଣ ଘଟଣାରେ ଆଉ 2 ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୁରୁଣାବଜାର ଥାନା ପୋଲିସ । ପୁର୍ବରୁ ଅନ୍ୟ 3 ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଭଦ୍ରକ ପୁରୁଣା ବଜାର ଥାନା ପୁଲିସ।

ଖବର ଅନୁଯାୟୀ ଚଳିତ ମାସ 7 ତାରିଖ ଦିନ ପୁରୁଣା ବଜାର ଥାନା ମିର୍ଜାପୁର ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ମଦ ସହ 2 ଜଣଙ୍କୁ ଗିରଫ କରିଥିଲା । ହେଲେ ମଦମାଫିଆଙ୍କ ପାଲଟା ଆକ୍ରମଣର ଶିକାର ହୋଇଥିଲେ ଅବକାରୀ ବିଭାଗର ଅଧିକାରୀ । ଆକ୍ରମଣ କରିବା ସହ ଜବତ ମଦକୁ ବି ଛଡାଇ ନେଇଥିଲେ ଦୁର୍ବୃତ୍ତ । ପରେ ଥାନାରେ ଅଭିଯୋଗ ହେବା ପରେ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା ।

ପ୍ରଥମେ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଆଜି ଅନ୍ୟ 2 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ଏହି ଦୁଇ ଅଭିଯୁକ୍ତଙ୍କ ନାଁ ନିତ୍ୟାନନ୍ଦ ବେହେରା ଓ କୈଳାଶ ବେହେରା ବୋଲି ଜଣାପଡିଛି। ତେବେ ପୂର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ତପନ ବେହେରା, ଆମର ବେହେରା ଓ ଦୀପକ ବେହେରା ବୋଲି ପୋଲିସ କହିଛି ।

ଭଦ୍ରକରୁ ଦେବାଶିସଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.