ETV Bharat / state

Panchayat Election: ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ନାମାଙ୍କନ

author img

By

Published : Jan 20, 2022, 10:41 PM IST

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନାମାଙ୍କନ ପତ୍ର ଦାଖଲ କଲେ ଦିବ୍ୟାଙ୍ଗ ପ୍ରାର୍ଥୀ । ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଳକ ଅଧୀନ ବାସୁଦେବପୁର ନିର୍ବାଚନ ମଣ୍ଡଳୀ ମଙ୍ଗଳପୁର ପଞ୍ଚାୟତରୁ ସାମ୍ନାକୁ ଆସିଛି ଏହିପରି ଘଟଣା । ଅଧିକ ପଢନ୍ତୁ

Panchayat Election Update: ବାହୁ ବିହୀନ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ନାମାଙ୍କନ

ଭଦ୍ରକ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନାମାଙ୍କନ ପତ୍ର ଦାଖଲ କଲେ ଦିବ୍ୟାଙ୍ଗ ପ୍ରାର୍ଥୀ । ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଳକ ଅଧୀନ ବାସୁଦେବପୁର ନିର୍ବାଚନ ମଣ୍ଡଳୀ ମଙ୍ଗଳପୁର ପଞ୍ଚାୟତରୁ ସାମ୍ନାକୁ ଆସିଛି ଏହିପରି ଘଟଣା । ଖବର ଅନୁଯାୟୀ ପରମେଶ୍ଵର ମଳିକଙ୍କ ଜନ୍ମରୁ ଦୁଇ ବାହୁ ନାହିଁ । ହେଲେ ନିଜର ଆତ୍ମବିଶ୍ଵାସ ଓ ପ୍ରଗାଢ଼ ଇଚ୍ଛା ଶକ୍ତି ବଳରେ ଜୀବନର ସବୁ ଅସାଧ୍ୟ କାର୍ଯ୍ୟକୁ ସେ ସୁରୁଖୁରୁରେ କରିଆସୁଛନ୍ତି । ଏପରିକି ପାଦ ଆଙ୍ଗୁଳିରେ କଲମ ଧରି ନିଜ ଅଧ୍ୟୟନ ଇଚ୍ଛାକୁ ସେ ସଫଳ କରିଥିଲେ । ଏଥିପାଇଁ ସେ 2000 ମସିହାରେ ଭୁବନେଶ୍ୱରସ୍ଥିତ ରାଜ୍ୟ ସାକ୍ଷରତା ଅଭିଯାନ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ତତ୍କାଳୀନ ରାଜ୍ୟ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ଠାରୁ ପୁରୁସ୍କୃତ ହୋଇଥିଲେ ।

ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ନାମାଙ୍କନ

ଯେଉଁଥିପାଇଁ ସେ ସେତେବେଳେ ରାଜ୍ୟରେ ଚର୍ଚ୍ଚିତ ହେବା ସହ ତିହିଡ଼ି ବ୍ଳକ ସାକ୍ଷରତା ଅଭିଯାନ ପାଇଁ ଗୌରବ ଆଣି ଦେଇଥିଲେ । ଖାଲି ସେତିକି ନୁହେଁ ହାତ ନଥିଲେ ବି ନିଜ ଗୋଡ଼ ସାହାଯ୍ୟରେ ବିଭିନ୍ନ ଦୈନନ୍ଦିନ କାର୍ଯ୍ୟ କରି ଅନ୍ୟମାନଙ୍କର ଉଦାହରଣ ହୋଇ ପାରିଛନ୍ତି । ତେବେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପରମେଶ୍ବର ନିଜ ପ୍ରସ୍ତାବକ ଓ ସମର୍ଥକଙ୍କୁ ନେଇ ପଞ୍ଚାୟତ କାର୍ଯ୍ୟାଳୟରେ ମଙ୍ଗଳପୁର ପଞ୍ଚାୟତର 4 ନମ୍ବର ୱାର୍ଡର ୱାର୍ଡ ସଭ୍ୟ ପାଇଁ ପ୍ରାର୍ଥୀ ଭାବେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବାହୁ ନଥାଇ ବି ସମାଜସେବା ପାଇଁ ତାଙ୍କର ଆଗ୍ରହକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ତେବେ ଲୋକମାନେ ତାଙ୍କୁ ନିର୍ବାଚିତ କଲେ ସେ ଉଚିତ ସେବା ଯୋଗାଇଦେବେ ଓ ସର୍ବଦା ଲୋକଙ୍କ ସହିତ ରହି କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.